୧୮ରେ ଓୟୁଜେ ଦ୍ୱିବାର୍ଷିକ ସମ୍ମିଳନୀ

ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ୨୩ତମ ଦ୍ୱିବାର୍ଷିକ ସମ୍ମିଳନୀ ଆସନ୍ତା ୧୮ତାରିଖ ରବିବାର ସ୍ଥାନୀୟ ୟୁନିଟ୍-୨ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁÂିତ ହେବାକୁ ଯାଉଛି । ସାମ୍ବାଦିକତା ଓ ଗଣମାଧ୍ୟମ ସମ୍ପର୍କିତ ବହୁ ଗରୁତ୍ୱପୂର୍ଣ୍ଣ ବିଷୟ ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ହେବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ସମ୍ମିଳନୀରେ ଯୋଗଦେଉଛନ୍ତି । ଜାତୀୟ ସାମ୍ବାଦିକ ୟୁନିଅନର ସର୍ବଭାରତୀୟ ସଭାପତି ରାସବିହାରୀ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ବିଭିନ୍ନ ଜିଲ୍ଲା ଶାଖାରୁ ପ୍ରାୟ ୭ଶହରୁ ଉଦ୍ଧ୍ୱର୍ ପ୍ରତିନିଧି ଏଥିରେ ଯୋଗଦେଉଛନ୍ତି । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଓୟୁଜେ ମିଡିଆ ସମ୍ମାନ ୨୦୧୬’ ପ୍ରଦାନ କରାଯିବ । ଅପରାହ୍ନରେ ଅନୁÂିତ ହେବାକୁ ଥିବା ସାଧାରଣ ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯିବ । ଦ୍ୱିବାର୍ଷିକ ସମ୍ମିଳନୀ ମଂଚକୁ ଓୟୁଜେର ଅନ୍ୟତମ ପ୍ରତିÂାତା ଖ୍ୟାତନାମା ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳଙ୍କ ନାମରେ ନାମିତ କରାଯିବ । ଏହି ଅବସରରେ ୟୁନିଅନର ଦ୍ୱିବାର୍ଷିକ ନିର୍ବାଚନ ଫଳାଫଳ ସମ୍ପର୍କରେ ଅନୁÂାନିକ ଘୋଷଣା କରାଯିବ ବୋଲି ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ ଜଣାଇଛନ୍ତି ।

Share in top social networks!