କୃଷିକ୍ଷେତ୍ର ନିମନ୍ତେ ମୁଦ୍ରାଯୋଗାଣ ଉପରେ ସରକାରଙ୍କ ଗୁରୁତ୍ୱ

cscsକୃଷକ ଓ କୃଷି କାର୍ଯ୍ୟ ନିମନ୍ତେ ଅଧ#କ ମୁଦ୍ରା ଯୋଗାଣ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ଆଜି ରାଜ୍ୟ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଥ#ଲେ । କୃଷି ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କୃଷି କ୍ଷେତ୍ର ପାଇଁ ମୁଦ୍ରା ଯୋଗାଣ ସମ୍ବନ୍ଧରେ ଥ#ବା ଅଦ୍ୟତନ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥ#ଲେ । କୃଷି ଋଣ, କୃଷି ବୀମା କ୍ଷତିପୁରଣ ପ୍ରଦାନ ଏବଂ ଧାନ କିଣା ଆଦି ବାବଦରେ କୃଷକମାନଙ୍କ ଆକାଉଣ୍ଟ୍କୁ ବର୍ତ୍ତମାନ ଟଙ୍କା ପଠାଯାଉଥ#ବାରୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ମାନଙ୍କରେ ମୁଦ୍ରାର ଉପଲବ୍ଧି ବଢ଼ାଇବା ପାଇଁ ଉନ୍ନୟନ କମିଶନର ଶ୍ରୀ ବାଲାକ୍ରିଷ୍ଣନ୍ ରିଜର୍ଭ ବ୍ୟାଙ୍କ୍ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ର ବରିଷ୍ଠ ଅଧ#କାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ ।
ଦୈନିକ ୬୫ ରୁ ୭୦ କୋଟି ଟଙ୍କା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ମାନଙ୍କୁ ଯୋଗାଣ ନିମନ୍ତେ ବୈଠକରେ ସ୍ଥିର ହୋଇଥ#ଲା । ଏହାକୁ ନିଶ୍ଚିତ କରିବା ପାଇଁ ଉନ୍ନୟନ କମିଶନର ବୈଠକରେ ଉପସ୍ଥିତ ରିଜର୍ଭ ବ୍ୟାଙ୍କ୍ ପ୍ରତିନିଧ#ଙ୍କୁ ଅନୁରୋଧ କରିଥ#ଲେ ।
କେନ୍ଦ୍ର ସମବାୟ ବ୍ୟାଙ୍କ୍ ସ୍ତରରେ ନଗଦ ଅର୍ଥ ଉପଳବ୍ଧ#ର ଅନୁଧ୍ୟାନ ନିମନ୍ତେ ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, ଡାଇରେକଫର ଇନ୍ଷ୍ଟିଚୁ୍ୟସନାଲ୍ ଫାଇନାନ୍ସ, ରିଜର୍ଭ ବ୍ୟାଙ୍କ୍, ଷ୍ଟେଷ୍ଟ ବ୍ୟାଙ୍କ୍ ଓୟୁକୋ ବ୍ୟାଙ୍କ୍ର ସଂପୃକ୍ତ ଅଧ#କାରୀ, ନିବନ୍ଧକ ସମବାୟ ସମିତି ସମୁହ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ର ପରିଚାଳନା ନିର୍ଦ୍ଦେଶକଙ୍କୁ ନେଇ ଏକ ହ୍ୱାଟସ୍ଆପ ଗ୍ରୁପ ଗଠନ କରିବା ପାଇଁ ଶ୍ରୀ ବାଲାକ୍ରିଷ୍ଣନ୍ ସମବାୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥ#ଲେ ।
ସୂଚନାଯୋଗ୍ୟ, ରାଜ୍ୟରେ ୬୫% ଭାଗରୁ ଅଧ#କ କୃଷି ଋଣ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ମାନେ ଦେଇଥାଆନ୍ତି । ଚଳିତ ବର୍ଷ ୫୦୦୦୦ କୋଟି ଟଙ୍କା କୃଷି ଋଣ ଭାବେ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଖରିଫ ଫସଲ ବୀମା କ୍ଷତିପୁରଣ ରାଶି ବାବଦରେ ୧୭୭୬ କୋଟି ଟଙ୍କା ସମବାୟ ବ୍ୟାଙ୍କ୍ ମାଧ୍ୟମରେ କୃଷକ ମାନଙ୍କ ବ୍ୟାଙ୍କ୍ ଖାତାକୁ ଦିଆଯାଉଛି । ଧାନ କିଣା ବାବଦରେ ମଧ୍ୟ ଦୈନିକ ୧୦୦ କୋଟି ଟଙ୍କା ସମବାୟ ବ୍ୟାଙ୍କ୍ ମାଧ୍ୟମରେ କୃଷକ ମାନଙ୍କ ଖାତାକୁ ପଠାଯାଉଛି । ତେଣୁ କୃଷକମାନଙ୍କର ଜରୁରୀ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସମବାୟ ବ୍ୟାଙ୍କ୍ ମାନଙ୍କରେ ଅଧ#କ ନଗଦ ମୁଦ୍ରାର ଆବଶ୍ୟକତା ରହିଛି
ଚାଷୀମାନଙ୍କର ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟରେ ଧାନ ସଂଗ୍ରହ ମୂଲ୍ୟବାବଦ ଅର୍ଥ ସିଧାସଳଖ ଜମା ହେବାବେଳେ କିଛି ଆକାଉଣ୍ଟରେ ୫୦୦୦୦ ଟଙ୍କାରୁ ଉ–ର୍ ଅର୍ଥ ଗ୍ରହଣ ନହୋଇ ଫେରି ଆସୁଥ#ବା ସମ୍ବନ୍ଧିତ ସମସ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥ#ଲା । ସଠିକଭାବେ କେ.ଓ୍ୱାଇ.ସି. ପ୍ରାମାଣିତ ହୋଇନଥ#ବା ଆକାଉଣ୍ଟରେ ଏ ସମସ୍ୟା ହେଉଛି ବୋଲି ସମୀକ୍ଷାରୁ ଜଣାପଡିଥ#ଲା । ସଂପୃକ୍ତ କୃଷକମାନେ ନିଜର ଆଧାରକାର୍ଡ ବ୍ୟାଙ୍କ୍ ରେ ଦେଖାଇ କେ.ଓ୍ୱାଇ.ସି ଅନୁମୋଦିତ କରିପାରିବେ ବୋଲି ବୈଠକରେ ସ୍ଥିର ହୋଇଥ#ଲା । ତଦନୁଯାୟୀ ସମବାୟ ବ୍ୟାଙ୍କ୍ ମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଆହୁଜା ରାଜ୍ୟ ସମବାୟ ବ୍ୟାଙ୍କ୍ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ବର୍ଷରୁ ଉ–ର୍ ଜନସଂଙ୍ଖ୍ୟାର ପ୍ରାୟ ୯୩% ଭାଗରୁ ଅଧିକ ଲୋକଙ୍କୁ ଆଧାର ନମ୍ବର ଯୋଗାଇ ଦିଆଯାଇଛି । ତହସିଲ ଅଫିସ ମାନଙ୍କରେ ମଧ୍ୟ ଆଧାର ପଞ୍ଜୀକରଣ କେନ୍ଦ୍ର କାମ କରୁଛି । ଏହାଛଡା ସମସ୍ତ ଜିଲ୍ଲାରେ ମଧ୍ୟ ଆଧାର ପଞ୍ଜୀକରଣ ଅଭିଯାନ ଚାଲୁ ରହିଛି । ଆଧାର ନମ୍ବର ପାଇନଥ#ବା କୃଷକ ମାନେ ତୁରନ୍ତ ଆଧାର ପଞ୍ଜୀକରଣ କରିପାରିବେ । ତେଣୁ କୃଷକ ମାନଙ୍କ ନିମନ୍ତେ ଆଧାର ନମ୍ବର ବ୍ୟବହାର କରି କେ.ଓ୍ୱାଇ.ସି. ଅନୁମୋଦନ କରିବା ସହଜ ଓ ସରଳ ହେବ ବୋଲି ଆଶା କରାଯାଉଛି ।
ଡାଇରେକଫର ଇନିଷ୍ଟିଚୁ୍ୟସନାଲ୍ ଫାଇନାନ୍ସ୍ ଶ୍ରୀ ତପନ କୁମାର ପ୍ରଧାନ, ରିଜର୍ଭ ବ୍ୟାଙ୍କ୍ ମହା ପ୍ରବନ୍ଧକ ଶ୍ରୀ ଏସ୍.ପି.ମହାନ୍ତି, ରାଜ୍ୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତ ପଣ୍ଡାଙ୍କ ସମେତ ରାଜ୍ୟ ବ୍ୟାଙ୍କ୍ ସଂଯୋଜନା କମିଟି, ଷ୍ଟେଟ୍ ବ୍ୟାଙ୍କ୍ ଏବଂ ସମବାୟ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!