ବିଜେପି ଯୁବମୋର୍ଚ୍ଚାର କ୍ୟାସ୍ଲେସ୍ ଟ୍ରାଂଜାକସନସ୍ କର୍ମଶାଳା

yuvabjpବିମୁଦ୍ରୀକରଣର ସୁଫଳ ଦେଶର ଗରିବ , ମଧ୍ୟମ ବର୍ଗ ତଥା ସଚ୍ଚୋଟ ଉପାୟରେ ରୋଜଗାର କରୁଥିବା କୋଟି କୋଟି ଜନତାଙ୍କ ଦୀର୍ଘ ମିଆଦୀ ସ୍ୱାର୍ଥର ସୁରକ୍ଷା ବିନା ନଗଦରେ ନେଣ ଦେଣ କରାଗଲେ ସମ୍ଭବ ହୋଇ ପାରିବ ବୋଲି ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳା ‘କ୍ୟାସଲେସ୍ ଟ୍ରାଂଜାକ୍ସନ୍ ’ ରେ ଦଳୀୟ ନେତା ମାନେ ଦୃଢ ମତବ୍ୟକ୍ତ କରିଛନ୍ତି ।
ଓଡିଶାର ଗାଁଗଣ୍ଡା ପର୍ଯ୍ୟନ୍ତ ନଗଦ ଟଙ୍କା ନୁହେଁ , ଡିଜିଟାଲ ରାସ୍ତାରେ କିଣାବିକା କରିବା ପାଇଁ ରାଜ୍ୟର ଯୁବ ଶକ୍ତି ସହଯୋଗର ହାତ ବଢାଇବା ପାଇଁ ଏହି କର୍ମଶାଳାରେ ଆହ୍ୱାନ ଦିଆଯାଇଛି ।
ଆସନ୍ତା ଡିସେମ୍ବର ୨୫ ତାରିଖ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଂଚଳରେ ବିନା ନଗଦ ଟଙ୍କାରେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ତଥା ମୋବାଇଲ ଯୋଗେ ନେଣଦେଣ ପ୍ରକ୍ରିୟା ସମ୍ପର୍କରେ ଜନ ଅଭିଯାନ ଆରମ୍ଭ କରାଯିବ ।
ଏହା ପୂର୍ବରୁ କ୍ୟାସ୍ଲେସ୍ ଟ୍ରାଂଜାକ୍ସନ୍ ଉପରେ ରାଜ୍ୟର ୨୦୦ ସ୍ଥାନରେ କର୍ମଶାଳାମାନ ଆୟୋଜନ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ନିଷ୍ପତି ନିଆଯାଇଥିବା ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଏହି କର୍ମଶାଳାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି , ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ , ଭୃଗୁ ବକ୍ସିପାତ୍ର , ସାରଦା ପ୍ରଶନ୍ନ ଶତପଥୀ ଓ ଯୁବ ମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଉଦ୍ବୋଧନ ଦେଇ ବିମୁଦ୍ରୀକରଣ ଭାରତୀୟ ରାଜନୈତିକ ଇତିହାସର ସବୁଠାରୁ ସାହସିକ ନିର୍ଣ୍ଣୟ ବୋଲି କହିବା ସହ ଯୁବକ ମାନେ କ୍ୟାସ୍ଲେସ୍ ନେଣଦେଣ ପାଇଁ ଆନେ୍ଦାଳନରେ ସାମିଲ ହେଲେ ଦେଶର ଆର୍ଥିକ ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ବୋଲି ମତ ଦେଇଥିଲେ ।
ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିହାରର ଯୁବ ନେତା ନବୀନ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଠାକୁର ରଣଜିତ୍ ଦାସ ଓ ରାଜେନ୍ଦ୍ର କୁମାର ପ୍ରମୁଖ ଏହି କର୍ମଶାଳାର ନେତୃତ୍ୱ ନେଇଥିଲେ ।

Share in top social networks!