ଚାଷୀ ଆନେ୍ଦାଳନକୁ ଜୋର ଜବରଦସ୍ତ ବନ୍ଦ କରିବା ଅଗଣତାନ୍ତ୍ରିକ : ବସନ୍ତ ପଣ୍ଡା

ରାଜ୍ୟର ଚାଷୀମାନେ ବିଭିନ୍ନ ସମସ୍ୟାରେ ଥିବାବେଳେ ଚାଷୀମାନଙ୍କର ପ୍ରତିବାଦର ଅଧିକାର ଉପରେ ରୋକ ଲଗାଇବା କ୍ଷମତାର ଅହଂକାର ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମତ ବ୍ୟକ୍ତ କରିଛନ୍ତି ।
ବୁଧବାର ଦିନ ଚାଷୀମାନଙ୍କର ରାଜଧାନୀ ଭୁବନେଶ୍ୱରଠାରେ ପ୍ରସ୍ତାବିତ ଆନେ୍ଦାଳନ ପୂର୍ବରୁ ଆନେ୍ଦାଳନ ଡାକରା ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ, ଆନେ୍ଦାଳନରେ ଯୋଗ ଦେବାକୁ ଆସୁଥିବା ଚାଷୀ ମାନଙ୍କୁ ରାସ୍ତାରେ ଅଟକ ରଖିବା, ଗାଡି ମୋଟର ବନ୍ଦ କରାଯିବା, ଟ୍ରେନରୁ ଓହ୍ଲାଇବା ପରେ ଅଟକ ରଖି ଫେରିଯିବାକୁ ବାଧ୍ୟ କରାଯିବା ସଂପୂର୍ଣ ଅଗଣତାନ୍ତ୍ରିକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ସରକାରଙ୍କର ଆନେ୍ଦାଳନ ସହ ଅସହମତି ଥାଇ ପାରେ । ମାତ୍ର ଆନେ୍ଦାଳନ ମାଧ୍ୟମରେ ସମାଜର କୌଣସି ବି ବ୍ୟକ୍ତି ଯଦି ନିଜର ଅଭିବ୍ୟକ୍ତିର ଅଧିକାର ଓ ପ୍ରତିବାଦ କରିବାର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି ଶାସନ ବ୍ୟବସ୍ଥା ସେ ଅଧିକାରକୁ ସମ୍ମାନ ଦେବା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସାଧାରଣ ଶିଷ୍ଟାଚାର ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶ୍ରୀମତୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ବହୁ ନେତାଙ୍କୁ ଗିରଫ କରାଯିବା ଏବଂ ନୟାଗଡଠାରେ ବିଜେପି ନେତାମାନଙ୍କ ଉପରେ ଅମାନୁଷିକ ଭାବେ ଆକ୍ରମଣକୁ ଶ୍ରୀ ପଣ୍ଡା ନିନ୍ଦା କରିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ସାରା ଦେଶ ମଧ୍ୟରେ ଓଡିଶାର ଚାଷୀ ସବୁଠାରୁ ହନ୍ତସନ୍ତ ଅବସ୍ଥାରେ ଅଛନ୍ତି । ଓଡିଶାର ଚାଷୀଙ୍କ ମାସିକ ରୋଜଗାର ୨ ହଜାର ହୋଇଥିବାରୁ ରାଜ୍ୟ ସରକାର ଏଥିରେ ନିଜର ଡିଣ୍ଡିମ ପିଟୁଛନ୍ତି । ମାତ୍ର ଭାରତର ଚାଷୀର ହାରାହାରି ମାସିକ ଆୟ ୬ ହଜାର ଟଙ୍କାରୁ ଅଧିକ । ପଂଜାବ ଭଳି ରାଜ୍ୟରେ ଏହି ହାର ୧୮ ହଜାରରୁ ଅଧିକ ।
ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏକକ ଫସଲରେ ୧୮ ପ୍ରତିଶତ ଜମି ଜଳସେଚିତ ହୋଇ ପାରିଛି । ରାଜ୍ୟର ମୋଟ ଫସଲ ଅମଳର ସତୁରୀ ଭାଗରୁ ଅଧିକ ଅଣ ଜଳସେଚିତ ଜମିରୁ ଉପôାଦିତ ହେଉଛି । ରାଜ୍ୟରେ ମୋଟ ପାଂଚଟି ସରକାରୀ ଶୀତଳ ଭଣ୍ଡାର ରାଜ୍ୟର ଆଳୁ ମିଶନକୁ ଫେଲ କରିଛି । ଅଣ୍ଡା, ଦୁଗ୍ଧ, ମତ୍ସ୍ୟ ଆଦି ଉପôାଦନରେ ରାଜ୍ୟ ବହୁ ପଛରେ ଥିବା କାରଣରୁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ।
ଏପରି ଚାଷୀ ଓ ଚାଷର ପରିସ୍ଥିତିରେ ଚାଷୀଙ୍କ ଆନେ୍ଦାଳନକୁ ବନ୍ଦ କରି ସରକାର ଚାଷୀ ସମସ୍ୟା ଠାରୁ ନିଜକୁ ଦୂରେଇ ରଖିବାର ବୃଥା ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Share in top social networks!