କେନ୍ଦୁଝର ରକ୍ତ ଭଣ୍ଡାର ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁÂାନ କରାଯାଉ : ଗୋଲକ ପ୍ରସାଦ ମହାପାତ୍ର

ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସଂପୁର୍ଣ୍ଣ ଅପାରଗ ଓ ସ୍ଥାଣୁ ହୋଇଯାଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୁର୍ଣ୍ଣ ବ୍ୟର୍ପଯ୍ୟସ୍ଥ ହୋଇପଡିଛି । ବର୍ତମାନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ତ୍ରୃଟିପୂର୍ଣ୍ଣ ରକ୍ତ ବଦଳ କାରଣରୁ ସୁକାନ୍ତି ନାମକ ଜଣେ ରୋଗୀର ଅକାଳ ମୃତୁ୍ୟ ଘଟି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗି ଜଣକ କିଡିନି ପରି ମାରାତ୍ମକ ରୋଗରେ ପିଡିତ ଥିଲାବେଳେ ଡାକ୍ତରମାନେ ତାଙ୍କୁ ‘କ୍ଟ’ ପଜେଟିଭ ରକ୍ତ ଆଣିବା ପାଇଁ କେନ୍ଦୁଝର ରକ୍ତ ଭଣ୍ଡାରକୁ ପଠାଇଥିଲେ କିନ୍ତୁ ରକ୍ତଭଣ୍ଡାର ଅଧିକାରୀ ‘ଇ’ପଜେଟିଭି ରକ୍ତ ପ୍ରଦାନ କରିଥିଲେ ଯାହା ଫଳରେ ତାଙ୍କର ମୃତୁ୍ୟ ଘଟିଥିଲା ।
ଯେତେ ବେଳେ ରକ୍ତ ଆଣିବା ପାଇଁ ରୋଗୀକୁ ରକ୍ତ ଭଣ୍ଡାରକୁ ପଠାଯାଏ ସେତେବେଳେ ରକ୍ତର ନମୁନା ଥିବା ଦୁଇଟି ବୋତଲ ମ୍ୟାଚିଙ୍ଗ୍ ପାଇଁ ଯୋଗାଇ ଦିଆଯାଇଥାଏ । ବିଡମ୍ବନା ବିଷୟ ଏହିକି ଯେ ରକ୍ତ ଭଣ୍ଡାରରେ ଥିବା ଟେକିନିସିଆନ୍ ଯେ ଏହାକୁ ମ୍ୟାଚ କରିଥାନ୍ତି ଏବଂ ମ୍ୟାଚ ପରେ ଦାୟିତ୍ୱରେ ଥିବା ଡାକ୍ତର ଏହାର ସାର୍ଟିଫିକେଟ ପ୍ରଦାନ କରିଥାନ୍ତି ଏଭଳି ବ୍ୟବସ୍ଥା ନିୟମରେ ଥିବା ସତ୍ୱେ କିଭଳି ଭାବରେ ‘କ୍ଟ’ ପଜେଟିଭ ରକ୍ତ ଯାଗାରେ ‘ଇ’ ପଜେଟିଭି ରକ୍ତ ଦିଆଗଲା ତାହା ଏକ ପ୍ରଶ୍ନବାଚୀ ।
ଆଗରୁ ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଓ ବୁର୍ଲ୍ଲାରେ ଦେଖିବାକୁ ମିଳିଥିଲା । ସରକାର ଯଦି ସେତେବେଳେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥାନ୍ତେ ତାହା ହେଲେ ଆଜି ଆଉ ଏକ ଜୀବନ ଅକାଳରେ ଚାଲିଯାଇନଥାନ୍ତା । ଏହି ଘଟଣାରେ ସରକାର ରକ୍ତ ଭଣ୍ଡାରରେ ଥିବା ଅସ୍ଥାୟୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁÂାନ ନେଇ ଦାୟିତ୍ୱରୁ ଓହରି ଯାଇଥିଲେ । ଯାହା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା ।
ତେଣୁ ଭାରତୀୟ ଜନତା ପାର୍ଟି ଦାବି କରୁଛି ଯେ ମୃତ ରୋଗୀର ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୁରଣ ସହିତ ରକ୍ତ ଭଣ୍ଡାରର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଉପରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ଦାବୀ କରିଛନ୍ତି ।

Share in top social networks!