କୃଷକଙ୍କୁ ସରକାର ଶତ୍ରୁଭାବେ ବିବେଚନା ନ କରନ୍ତୁ: ଗାନ୍ଧୀ ସ୍ମାରକ ନିଧି

କୃଷକମାନଙ୍କୁ ଓଡ଼ିଶା ସରକାର ଶତ୍ରୁ ଭାବେ ବିବେଚନା ନ କରି ରାଜ୍ୟ ପ୍ରତି ସେମାନଙ୍କ ପୁରୁଷ ପୁରୁଷର ଅବଦାନକୁ ସମ୍ମାନର ସହ ସ୍ୱୀକାର କରିବା ପାଇଁ ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହଲାଦ କୁମାର ସିଂହ ଓ ସମ୍ପାଦକ ଜ୍ଞାନ ରଞ୍ଜନ ନାୟକ ନିବେଦନ କରିଛନ୍ତି । ଭୁବନେଶ୍ୱର କୃଷକ ସମାବେଶରେ ଯୋଗଦେବାକୁ ଯେଉଁ ·ଷୀମାନେ ଆସି ବିଭିନ୍ନ ସ୍ଥାନରେ ପୁଲିସ ଜୁଲମ୍ର ଶିକାର ହୋଇଛନ୍ତି ଏବଂ ଯେଉଁମାନଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଛି ସେମାନଙ୍କ ପ୍ରତି ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ
କୃତଜ୍ଞତା ଜ୍ଞାପନ ସହିତ ଆଗାମୀ ଦିନରେ ଓଡ଼ିଶାର କୃଷକମାନେ ସେମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରାପ୍ତି ସହିତ ଦୁର୍ନୀତି ଓ ଭ୍ରଷ୍ଟା·ରର ବିଲୋପ ପାଇଁ ସଂଘବଦ୍ଧ ଗଣସତ୍ୟାଗ୍ରହ ଗଢ଼ି ତୋଳିବେ ବୋଲି ଆଶା ରଖିଛି ।

ନିଜର ହକ୍ ପାଇଁ କୃଷକମାନେ ସେମାନଙ୍କ ଟିକସ ପଇସାରେ ଗଢ଼ାଯାଇଥିବା ରାଜଧାନୀରେ ସ୍ୱର ଉତ୍ତୋଳନ କରିବା ପାଇଁ ଆସୁଥିବା ଏବଂ ନବନିର୍ମାଣ କୃଷକ ସଂଗଠନ ଦୀର୍ଘଦିନ ଧରି ସମ୍ପୂର୍ଣ୍ଣ ଅହିଂସାତ୍ମକ ଆନେ୍ଦାଳନ ଚଳାଉଥିବା ବେଳେ ସତ୍ୟାଗ୍ରହୀମାନଙ୍କ ପ୍ରତି ରାଜ୍ୟ ସରକାର ପୁଲିସ ଲଗାଇ ହିଂସାଚରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁ କୃଷକ ରକ୍ତ ଓ ଝାଳ ବଦଳରେ ଶସ୍ୟ ଫଳାଇ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବଞ୍ଚାଇ ରଖିଛି ସେମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ଧୈର୍ଯ୍ୟର ଶୁଣିବା ପରିବର୍ତ୍ତେ ସରକାରୀ କଳ ଯେପରି ହିଂସାଚରଣ କରିଛି ତାହାକୁ ଉକ୍ରଳ ଗାନ୍ଧୀ ସ୍ମାରକ ନିଧି ଓ ଉକ୍ରଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ନାପସନ୍ଦ କରାଯାଇଛି । ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥା
ଯୋଗୁ ·ଷୀ ଆତ୍ମହତ୍ୟା ଭଳି ଦୁଃଖଦ ପରିସ୍ଥିତି ଲାଗି ରହିଥିବା ବେଳେ କୃଷକ ବ୍ୟାପକ ଶୋଷଣର ଶିକାର ହେଉଛି । ଓଡ଼ିଶାର ସମୃଦ୍ଧି ·ଷୀ ଓ ·ଷର ବିକାଶରେ ନିହିତ ବୋଲି ଉଲ୍ଲେଖ କରି ରାଜ୍ୟ ପ୍ରଶାସନ ତାହାର ଦମନମୂଳକ କାର୍ଯ୍ୟାନୁÂାନ ପାଇଁ ·ଷୀମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିତ ସେମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ମାନି ନେବା ଏବଂ ଏହି ଆନେ୍ଦାଳନ ପରିପ୍ରେକ୍ଷୀରେ ଯେଉଁ ·ଷୀ ଓ ·ଷୀ ନେତାମାନଙ୍କୁ ଗିରଫ ସହିତ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ତାହାକୁ ବିନା ସର୍ତ୍ତରେ ସରକାର ପ୍ରତ୍ୟାହାର କରିନେବାକୁ ଉକ୍ରଳ ଗାନ୍ଧୀ ସ୍ମାରକ ନିଧି ଦାବି କରିଛି । ଏଭଳି ଦମନଲୀଳାରେ ଦବି ନ ଯାଇ କୃଷକମାନେ ଶାନ୍ତିପୂର୍ଣ୍ଣ ଅହିଂସ
ସତ୍ୟାଗ୍ରହ ଜାରି ରଖିବାକୁ ମଧ୍ୟ ଶୀ ସିଂହ ନିବେଦନ କରିଛନ୍ତି ।

Share in top social networks!
Powered By Indic IME