ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ

youthcongପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢୀ ଅତିଥି ଭାବରେ ଯୋଗଦେଇ ଯୁବ କଂଗ୍ରେସର ଭବିଷ୍ୟତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ପ୍ରଦେଶ ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ଼ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ଉପଦେଶ ଦେଇଥିଲେ ।
ପ୍ରଥମେ ଯୁବ କଂଗ୍ରେସ ପକ୍ଷରୁ ନବ ନିଯୁକ୍ତ ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମହାରଥି ତାଙ୍କ ବକ୍ତବ୍ୟରେ ବିଜେଡି ଶାସନର ଶିରା ପ୍ରଶିରାରେ ଦୁର୍ନୀତି ଭରି ରହିଛି, ଯୁବ କଂଗ୍ରେସ କର୍ମୀ ପଞ୍ଚାୟତକୁ ଯାଆନ୍ତୁ, ଦୁର୍ନୀତି ବିରୋଧରେ ଲଢେଇ କରନ୍ତୁ ଏବଂ କଂଗ୍ରେସକୁ ପୁନଃପ୍ରତିÂା କରିବା ପାଇଁ ତ୍ୟାଗ ଓ ନିÂାର ସହ କାର୍ଯ୍ୟ କରନ୍ତୁ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୪୭ଟି ବିଧାନସଭା କ୍ଷେତ୍ରରେ ନବୀନ ସରକାର ଓ ମୋଦି ସରକାରର ଜନବିରୋଧି କାର୍ଯ୍ୟ ଏବଂ ଅପାରଗତା ବିରୁଦ୍ଧରେ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରଭାରୀ ଶ୍ରୀ ପାଢ଼ୀ ନିମ୍ନୋକ୍ତ ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ ପ୍ରଭାରୀମାନଙ୍କ ନାମ ଘୋଷଣା କରିଥିଲେ । ଢେ଼ଙ୍କାନାଳ ଓ ସୁନ୍ଦରଗଡ – ବରୁଣ ଦେହୁରୀ, ସମ୍ବଲପୁର, ଭଦ୍ରକ ଓ କୋରାପୁଟ – କମଲ ଚରଣ ତାଣ୍ଡି, ଭୁବନେଶ୍ୱର, ଭଦ୍ରକ – ତୁଷାରକାନ୍ତ ତପସ୍ୱୀ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡା – ଡ. ସ୍ମୃତିରଞ୍ଜନ ଲେଙ୍କା, ଆସ୍କା, ବ୍ରହ୍ମପୁର – ନିରଞ୍ଜନ ନାୟକ, କନ୍ଧମାଳ, ନବରଙ୍ଗପୁର ଓ ପୁରୀ – ଶିଶିର ମାଡାଲା, କଟକ, କଳାହାଣ୍ଡି ଓ ବଲାଙ୍ଗୀର – ପ୍ରଦୁ୍ୟମ୍ନ ତ୍ରିପାଠୀ, ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ – ସେକ୍ ସଫିକ୍ ଉଦ୍ଧିନ୍ ।
ଏହି ଅବସରରେ ବିଜୁ ଜନତା ଦଳର ଯୁବ ନେତା ଫାଲଗୁନି ରଥ, ସୌମ୍ୟରଞ୍ଜନ ମହାରୀ, ଦେବାଶିଷ ମହାନ୍ତି, ଜଗନ ସାହୁ, ତାରିଣୀ ପ୍ରସାଦ ମୁଲିଆ ନିଜର ଶତାଧିକ କର୍ମୀଙ୍କ ସହ ରଞ୍ଜିତ୍ ପାତ୍ର, ବଳରାମ ନନ୍ଦ ଓ ରାଜେସ ନାୟକଙ୍କ ନେତୃତ୍ୱରେ ଯୁବ କଂଗ୍ରେସରେ ଯୋଗ ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ତପସ୍ୱୀ, ସେକ୍ ସଫିକ୍ଉଦ୍ଧିନ୍, ଡ.ସ୍ମୃତିରଞ୍ଜନ ଲେଙ୍କା, ନିରଞ୍ଜନ ନାୟକ, ଦେବାଶିଷ ମହାପାତ୍ର, ଅଜୟ ସାହୁ, ସଂକୁନା କହଁର, ସ୍ୱାଗତ କରଙ୍କ ସହ ଲୋକସଭା ଓ ବିଧାନସଭା ଯୁବ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ
ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥି ରାଜ୍ୟ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଅନୁମୋଦନ କ୍ରମେ ନିମ୍ନୋକ୍ତ ବିଧାନସଭା ଯୁବ କଂଗ୍ରେସ କମିଟିର ନୂତନ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଭଦ୍ରକ ବିଧାନସଭା ଯୁବ କଂଗ୍ରେସ କମିଟି ସଭାପତି ସନ୍ଦିପ କୁମାର ଦାସ, ଆନନ୍ଦପୁର ବିଧାନସଭା ଯୁବ କଂଗ୍ରେସ କମିଟି ସଭାପତି ଭାବେ ଚିତ୍ତରଞ୍ଜନ ପାତ୍ର ଓ ତାଳଚେର ବିଧାନସଭା ଯୁବ କଂଗ୍ରେସ କମିଟି ସଭାପତି ଭାବେ ଜିନେଶ୍ ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

Share in top social networks!