‘ସ୍ମରଣିକା ଯୋଗୁଁ ଚରିତ ସାହିତ୍ୟ ସମୃଦ୍ଧ ହୋଇଥାଏ’; ‘ନୀହାରିକା’ର ଦ୍ୱିତୀୟ ସଂସ୍କରଣର ଲୋକାର୍ପଣ

niharikaବ୍ୟକ୍ତିବିଶେଷଙ୍କ ମୃତୁ୍ୟ ପରେ ତାଙ୍କର ସ୍ମୃତିଚାରଣ କରି ପ୍ରକାଶିତ ହେଉଥିବା ପୁସ୍ତକଗୁଡ଼ିକ ଆମ ଚରିତ ସାହିତ୍ୟକୁ ସମୃଦ୍ଧ କରିଥାଏ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ କଳିଙ୍ଗ ବୁଦ୍ଧ ବିହାର ପ୍ରେକ୍ଷାଳୟରେ ବୁଧବାର ସନ୍ଧ୍ୟାରେ ସ୍ୱର୍ଗତା ଅଧ୍ୟାପିକା ନୀହାରିକା ଦାସଙ୍କ ସ୍ମୃତି-ସଞ୍ଚôତ ସାରସ୍ୱତକୃତି ‘ନୀହାରିକା’ର ଦ୍ୱିତୀୟ ସଂସ୍କରଣର ଉନ୍ମୋଚନ ଉତ୍ସବରେ ଅଭିଭାଷଣ ଦେଇ ସେମାନେ ଏହା କହିଥିଲେ । ଇଂରାଜୀ ସାହିତ୍ୟର ପ୍ରତିÂିତ କବି ଡକ୍ଟର ଶୈଳେନ୍ଦ୍ର ନାରାୟଣ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବି.ଜେ.ବି. ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ନୱାଜ ହାସାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଏଥିରେ ବିଶିଷ୍ଟ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ସମ୍ମାନିତ ଅତିଥି ଓ ବରିÂ ସାମ୍ବାଦିକ ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ସାହିତି୍ୟକ ଡକ୍ଟର ବାବାଜି ଚରଣ ପଟ୍ଟନାୟକ ପୁସ୍ତକର ଏକ ତାତ୍ତ୍ୱିକ ସମୀକ୍ଷା କରି କହିଥିଲେ ଯେ, ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ପ୍ରକାଶିତ ଗ୍ରନ୍ଥଗୁଡ଼ିକ ଇତିହାସ ରଚନା ପାଇଁ ଉପାଦେୟ ତଥ୍ୟାବଳୀ ଯୋଗାଇଥାନ୍ତି ।
ଶିକ୍ଷାବିତ୍ ପ୍ରଫେସର ବାଉରୀବନ୍ଧୁ କର, ଡକ୍ଟର ନଟବର ଶତପଥୀ, ଡକ୍ଟର ଶଶିଭୂଷଣ ବିଶ୍ୱାଳ, ଡକ୍ଟର ସ୍ନିଗ୍ଧା ବିଶ୍ୱାଳ, ଡକ୍ଟର ସତ୍ୟଭାମା ପତି, ଅଧ୍ୟକ୍ଷା ଡକ୍ଟର ଚିିତ୍ରା ମହାନ୍ତି ପ୍ରମୁଖ ସ୍ୱର୍ଗତା ନୀହାରିକା ଦାସଙ୍କର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଶିକ୍ଷକସମାଜ ନମ୍ର, କର୍ତ୍ତବ୍ୟନିÂ ଓ ଛାତ୍ରବତ୍ସଳ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଡକ୍ଟର ଶଚୀନ୍ଦ୍ର ରାଉଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସମାଜସେବୀ ଦୀପକ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ରାଜ୍ୟର ଅନେକ ବିଶିଷ୍ଟ ସାହିତି୍ୟକ, ଶିକ୍ଷାବିତ୍, ଆଇନଜୀବୀ, ସମାଜସେବୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହାରେ ସ୍ୱର୍ଗତା ଅଧ୍ୟାପିକା ନୀହାରିକା ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ‘ନୀହାରିକା’ ଶୀର୍ଷକ ସ୍ମରଣିକା ପ୍ରକାଶ ପାଇଥିଲା । ଦୁଇଦଶନ୍ଧି ପରେ ଏକ ବିରଳ ଘଟଣାକ୍ରମରେ ଏବେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଛି ।

Share in top social networks!