ଦୀର୍ଘ ୧୭ ବର୍ଷର କ୍ଷମତାର ଅହଂକାରରେ ବୁଡି ରହିଥିବା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ମୈାଳିକ ଅଧିକାରକୁ ଛଡାଇ ନେଉଛନ୍ତି : ଯୁବମୋର୍ଚ୍ଚା

cashrssଦୀର୍ଘ ୧୭ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟର ଚାଷୀ ସମୁହ ଅବହେଳିତ ହୋଇ ଆସୁଛନ୍ତି ଏବଂ କୃଷି ଶିଳ୍ପର ଅଧୋଗତି ହୋଇଛି । ଜନସଂଖ୍ୟାର ୭୦ ପ୍ରତିଶତ ଚାଷୀ ହୋଇଥିବାବେଳେ ମାତ୍ର ୧୫ ପ୍ରତିଶତ ଚାଷୀ ରୋଜଗାରକ୍ଷମ । ଜଳସଂପଦ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସତ୍ୱେ ରାଜ୍ୟର ମାତ୍ର ୩୩ ପ୍ରତିଶତ ଜମି ଜଳସେଚିତ । ରାଜ୍ୟର ସର୍ବମୋଟ ଅମଳର ୭୧ ପ୍ରତିଶତ ଅଣଜଳସେଚିତ ଜମିରୁ ହୋଇଥିବାବେଳେ ମାତ୍ର ୨୯ ପ୍ରତିଶତ ଜଳସେଚିତ ଜମିରୁ ହୋଇଥାଏ । ରାଜ୍ୟରେ ବର୍ତମାନ ମାତ୍ର ୫ଟି ଶୀତଳ ଭଣ୍ଡାର ଅଛି । ଏହା ରାଜ୍ୟ ସରକାରଙ୍କ ଚାଷୀ ପ୍ରତି ଥିବା ନକାରାତ୍ମକ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।
ଅନ୍ୟ ପଟେ ଅବହେଳାର ଶିକାର ହୋଇ ରାଜ୍ୟର ହଜାର ହଜାର ଚାଷୀ ନିଜର ନ୍ୟାଯ୍ୟ ହକ୍ ପାଇବା ଆଶାରେ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିବା ସତ୍ୱେ ବିଫଳ ହୋଇ ଆଜି ପ୍ରତିବାଦ କରିବା ପାଇଁ ଭୂବନେଶ୍ୱର ଆସୁଥିଲେ । ନିଜ ଅଧିନରେ ଥିବା ଗୃହ ବିଭାଗକୁ ଉପେଯାଗ କରି ପୋଲିସ ଦ୍ୱାରା ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରତିବାଦରେ ଯୋଗ ଦେବାକୁ ଆସୁଥିବା ହଜାର ହଜାର ଚାଷୀମାନଙ୍କୁ ରାସ୍ତାରେ ଅଟକ ରଖି ଯେଉଁ ଭଳି ଭାବରେ ଗିରଫ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଗଣତନ୍ତ୍ରର କଂଠରୋଧ ସଦୃଶ । ଅହଂରେ ବୁଡି ରହିଥିବା ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରି ରାଜ୍ୟବାସୀଙ୍କ ମୈାଳିକ ଅଧରକାରକୁ ଛଡାଇ ନେବାରେ ପଛ ଘୁଂଛା ମଧ୍ୟ ଦେଉନାହାନ୍ତି । ଆଗାମୀ ଦିନରେ ରାଜ୍ୟର ଚାଷୀସମାଜ ନିଶ୍ଚିତ ଭାବେ ଏହାର ଉଚିତ୍ ଜବାବ ଦେବେ ବୋଲି ଯୁବମୋର୍ଚ୍ଚା କହିଛି ।
ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ବିରୋଧ କରି ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ରାଜ୍ୟ ଯୁବମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛି । ପ୍ରାୟ ୧ ଘଂଟା କାଳ ଜନପଥକୁ ବନ୍ଦ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏଥିରେ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଂକଧର ତ୍ରିପାଠୀ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ଉମକାନ୍ତ ପଟ୍ଟନାୟକ, ଉପ ସଭାପତି ସମରଜିତ୍ ପାତ୍ର, ସାଧାରଣ ସଂପାଦକ ଠାକୁର ରଣଜିତ ଦାଶ, ବିଶ୍ୱରଂଜନ ବଡଜେନା, ସଂପାଦକ ଇରାଶିଶ ଆଚାର୍ଯ୍ୟ, ଦୀପକ ଗୋଚ୍ଚାୟତ, ଭୁବନେଶ୍ୱର ଜିଲ୍ଲା ସଭାପତି ଦେବାଶିଷ ନାୟକ, ଛବିରାଣି ମାହାଲି, ଜଗନ୍ନାଥ ଦାଶଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।
(ଯୁବମୋର୍ଚ୍ଚା ମିଡିଆ ସେଲ୍)

Share in top social networks!
Powered By Indic IME