ଡିସେମ୍ବର ୧୫ରୁ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଓଡ଼ିଶା ସରକାର, ଏ.ଟି.ଏଲ୍.ସି ଏବଂ ଟାଟା ଷ୍ଟିଲ୍, ନୂଆଦିଲ୍ଲୀର ମିଳିତ ସହଯୋଗରେ ଡିସେମ୍ବର ୧୫ ତାରିଖଠାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥ#ବା “ଉତ୍କଳ ମଣ୍ଡପ’ଠାରେ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆରମ୍ଭ ହେବା ଡିସେମ୍ବର ୧୫ ତାରିଖ ଦିନ ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ
ରହିଛିା

ଓଡ଼ିଶା ସମେତ ଝାଡଖଣ୍ଡ, ଆସାମ, ଛତିଶଗଡର ଜନଜାତି କଳାକାରମାନେ ଏହି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ନୃତ୍ୟ ପରିବେଷଣ କରିବୋ ଓଡ଼ିଶାର ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର ଓ କେଉଁଝର, ସମ୍ବଲପୁର, ସୁନ୍ଦରଗଡ, ରାୟଗଡା, ଫୁଲବାଣୀ ଜିଲ୍ଲାର ସାନ୍ତାଳ, ଓରାଓଁ, ଦୁରୁଆ, ଲାଞ୍ଜିଆସଉରା, ଡଙ୍ଗରିଆ କନ୍ଧ, କିସାନ ଏବଂ କନ୍ଧ ଜନଜାତି କଳାକାରମାନେ ନୃତ୍ୟ ପରିବେଷଣ କରିବୋ ଏହି ତିନିଦିନିଆ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ୨୨ଟି ନୃତ୍ୟ ପରିବେଷିତ ହେବ ବୋଲି
ଏସ୍.ସି.ଏସ୍.ଟି.ଆର୍.ଟି.ଆଇ ସୂତ୍ରରୁ ପ୍ରକାଶା ତିନିଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୬.୩୦ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ଏହି ନୃତ୍ୟ ପରିବେଷଣ କରାଯିବା

Share in top social networks!