ଚିଲିକା ମହୋତ୍ସବ-୨୦୧୭ ପାଇଁ ପ୍ରସ୍ତୁତି ବୈଠକ; ମହୋତ୍ସବକୁ ସୁସଂଗଠିତ ଭାବରେ ଆୟୋଜନ କରିବା ଉପରେ ମନ୍ତ୍ରୀ ଶ୍ରୀ ଦାସ ବର୍ମାଙ୍କ ଗୁରୁତ୍ୱ

10922485_413144068860633_1388551420201867461_nପଞ୍ଚମ ଚିଲିକା ମହୋତ୍ସବ-୨୦୧୭ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆଜି ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ସଚିବାଳୟଠାରେ ଆୟୋଜିତ ଏହି ବୈଠକରେ ଚିଲିକା ମହୋତ୍ସବ-୨୦୧୭କୁ ପୂର୍ବବର୍ଷ ଭଳି ଅତି ସୁସଂଗଠିତ ଭାବରେ ଆୟୋଜନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗ କାମନା କରିଥ#ଲୋ
୧୧ରୁ ୧୩ ତାରିଖ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥ#ବା ଏହି ମହୋତ୍ସବର ପ୍ରଥମ ଦିବସରେ ମାନ୍ୟବର ରାଜ୍ୟପାଳ, ଦ୍ୱିତୀୟ ଦିନ ଉନ୍ନୟନ କମିଶନର, ଶେଷଦିନ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟଅତିଥ# କରାଯିବା ପାଇଁ ସ୍ଥିର ହୋଇଛିା ଏଥ# ସହିତ ବିଭିନ୍ନ ଶିକ୍ଷାବିତ୍ ତଥା ଦାର୍ଶନିକଙ୍କୁ ମୁଖ୍ୟବକ୍ତା ରୂପେ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛିା ପ୍ରତ୍ୟହ ସନ୍ଧ୍ୟାରେ ଭିନ୍ନ ଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ କୋରାପୁଟର ଲୋକନୃତ୍ୟ, ଓଡ଼ିଶୀ, ସମ୍ବଲପୁରୀ, ଢାପ, ଛଉ ନୃତ୍ୟ ଏବଂ ମଡର୍ଣ୍ଣ ଡ୍ୟାନ୍ସ ଆଦି ପରିବେଷଣ କରାଯିବା ୨୫ଟି ଷ୍ଟଲ କରାଯାଇ ପ୍ରଦର୍ଶନୀର ଆୟୋଜନ ହେବା
ପ୍ରତିବର୍ଷ ଭଳି ଏବର୍ଷ କାଳିଜାଇଠାରୁ ନୌକା ଶୋଭାଯାତ୍ରାରେ ମଶାଲ ଅଣାଯାଇ ମହୋତ୍ସବର ଶୁଭାରମ୍ଭ କରାଯିବା ସାତପଡାଠାରେ ସ୍ୱତନ୍ତ୍ର କାର୍ଯ୍ୟାଳୟ କରାଯାଇ ଗଣମାଧ୍ୟମକୁ ସୂଚନା ପ୍ରଦାନ ଓ ପ୍ରସାରଣ କରାଯିବା ପର୍ଯ୍ୟାପ୍ତ ପିଇବା ପାଣି ବ୍ୟବସ୍ଥା, ବିକଳ୍ପ ବିଦୁ୍ୟତ ସଂଯୋଗର ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଲୋକୀକରଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ରାସ୍ତାର ଉନ୍ନତିକରଣ, କଳାକାରମାନଙ୍କ ରହଣି ଓ ପର୍ଯ୍ୟଟକମାନଙ୍କ ଚିଲିକା ପରିଭ୍ରମଣ ପାଇଁ ବୋଟ ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଏସବୁ ଉପରେ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା କହିଥ#ଲୋ
ଏହି ବୈଠକରେ ପୁରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ#କାରୀ ଡ. ପି. କି୍ରଷ୍ଣମୋହନ, ଉପଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପି.କେ. ଶତପଥୀଙ୍କ ସମେତ ପର୍ଯ୍ୟଟନ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, ସେସୁ, ରାସ୍ତା ଓ କୋଠାବାଡି, ସ୍ୱାସ୍ଥ୍ୟ, ଅଗ୍ନିଶମର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!