କ୍ରୀଡ଼ାକୁ ବୃତ୍ତି ଭାବେ ଗୁରୁତ୍ୱ ପ୍ରଦାନ ହିଁ ଭାରତରେ କ୍ରୀଡ଼ାବିତ୍‍ଙ୍କୁ ଉସôାହିତ କରିବ : ନାଲ୍‍କୋ ଅଧ୍ୟକ୍ଷ ଡଃ ଚାନ୍ଦ

nalcocmdସମାଜ ଏବଂ ଅନୁÂାନ ଦ୍ୱାରା ଉପଯୁକ୍ତ ମର୍ଯ୍ୟାଦା ପାଇଲେ ହିଁ ଯେକୌଣସି କ୍ରୀଡ଼ାର ବିକାଶ ହୋଇପାରିବ ଏବଂ କ୍ରୀଡ଼ାକୁ ଏକ ବୃତ୍ତି ଭାବେ ଗୁରୁତ୍ୱ ପ୍ରଦାନ କରାଗଲେ ଭାରତର କ୍ରୀଡ଼ାବିତ୍‍ମାନେ ଉସôାହିତ ହୋଇପାରିବେ ବୋଲି ନାଲ୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି । ଡିସେମ୍ବର ୧୧ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଠାରେ ଅଷ୍ଟାଦଶ ଅଲ୍‍ ଓଡ଼ିଶା ନାଲ୍‍କୋ ଓପନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ୍‍ର ଉଦ୍‍ଯାପନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ଚାନ୍ଦ କହିଥିଲେ ଯେ ଓଡ଼ିଶାର ଅଲମ୍ପିକ୍‍ ପଦକ ହାସଲ ସ୍ୱପ୍ନକୁ ସାକାର କରିବା ପାଇଁ ନାଲ୍‍କୋ ସହାୟତା କରିବ । ଏହି ତିନିଦିନିଆ ଟୁର୍ଣ୍ଣାମେଣ୍ଟ୍‍ଟି ଭୁବନେଶ୍ୱର ଡିଷ୍ଟ୍ରିକ୍ଟ୍‍ ଟେନିସ୍‍ ଆସୋସିଏସନ୍‍ ଦ୍ୱାରା ଆୟୋଜିତ ହୋଇଥିଲା ।
ଏହି ଅବସରରେ, କ୍ରୀଡ଼ାବିତ୍‍, ଅଧିକାରୀବୃନ୍ଦ ଏବଂ ଉପସ୍ଥିତ ଅତିଥିମାନଙ୍କୁ ଉଦ୍‍ବୋଧନ ଦେଇ ଡଃ ଚାନ୍ଦ କହିଲେ ଯେ ବୈଷୟିକ ଉକôର୍ଷତା ଏବଂ ବ୍ୟବସାୟିକ ସଫଳତା ହାସଲ ସହିତ ନାଲ୍‍କୋ ସର୍ବଦା ରାଜ୍ୟର ସାମାଜିକ, ସାଂସ୍କୃତିକ ତଥା କ୍ରୀଡ଼ାର ବିକାଶ ନିମନ୍ତେ ଗୁରୁତ୍ୱ ଆରୋପ କରିଆସିଛି । ଓଡ଼ିଶାରେ କ୍ରୀଡ଼ାର ପରମ୍ପରା ଅତ୍ୟନ୍ତ ସମୃଦ୍ଧ ହୋଇଥିଲେ ହେଁ ଯଥେଷ୍ଟ ସମ୍ବଳ ଓ ସାଧନର ଅଭାବରୁ ରାଜ୍ୟର କ୍ରୀଡ଼ାବିତ୍‍ମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ, ବିଭିନ୍ନ ଅନୁÂାନ ପ୍ରତିଭାବାନ କ୍ରୀଡ଼ାବିତ୍‍ଙ୍କୁ ପ୍ରୋସôାହନ ଦେବାକୁ ଆଗେଇ ଆସିବା ଉଚିତ୍‍ ବୋଲି ସେ ମତ ବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ, ଭୁବନେଶ୍ୱର ଡିଷ୍ଟ୍ରିକ୍ଟ୍‍ ଟେନିସ୍‍ ଆସୋସିଏସନ୍‍ର ସଭାପତି ଶ୍ରୀ ସୁରେଶ ମହାପାତ୍ର, ଆଇଏଏସ୍‍, ନାଲ୍‍କୋର ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ଆସୋସିଏସନ୍‍ର ସମ୍ପାଦକ ଶ୍ରୀ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!