ୟୁନିସେଫ୍ର ୭୦ ବର୍ଷ ପୂର୍ତ୍ତୀ ଉତ୍ସବ

unicef2ୟୁନିସେଫ୍ ନିଜର ସତୁରୀ ବର୍ଷ ପୂର୍ତ୍ତୀ ଅବସରରେ ବିଶ୍ୱର ସମସ୍ତ ଶିଶୁଙ୍କ ନିମନ୍ତେ ଉତ୍ସବ ପାଳନ କରିଛି । ବିଗତ ୭୦ ବର୍ଷ ମଧ୍ୟରେ ୟୁନିସେଫ୍ ବିଭିନ୍ନ ଦ୍ୱନ୍ଦ, ସଂକଟ, ଗରିବୀ, ଅସମାନତା ଓ ଭୟ ଦ୍ୱାରା ପ୍ରଭାବିତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହିଥିବା ଶିଶୁଙ୍କ ନିକଟରେ ପହଁଚିଛି ଓ ସେମାନଙ୍କ ସମସ୍ତ ପ୍ରକାରର ସହଯୋଗ କରିବା ସହ ସେମାନଙ୍କର ଉନ୍ନତି ଏହାର ଏକମାତ୍ର ଲକ୍ଷ୍ୟ ହୋଇଛି ।
ଏହାକୁ ମନେପକାଇବା ନିମନ୍ତେ ଭୁବନେଶ୍ୱରଠାରେ ସୋମବାର ଦିନ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏକ ଉତ୍ସବର ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଦକ୍ଷତା ପ୍ରାଧିକରଣର ମୁଖ୍ୟ ଶ୍ରୀ ସୁବ୍ରତୋ ବାଗଚି, ଓଡ଼ିଶା ସ୍ୱାସ୍ଥ୍ୟ କଲ୍ୟାଣ ସଚିବ ଡ. ପ୍ରମୋଦ କୁମାର ମହେନ୍ଦ୍ର, ମହିଳା ଓ ଶିଶୁ କଲ୍ୟାଣ ସଚିବ ଶ୍ରୀ ବିଶାଲ ଦେବ୍ ଓ ଓଡିଶା ୟୁନିସେଫ୍ ଅଧ୍ୟକ୍ଷ ୟୁମି ବେ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ୟୁମି ବେ କହିଥିଲେ, “ୟୁନିସେଫ୍ ବିଗତ ୭୦ ବର୍ଷ ଧରି ଶିଶୁ ଙ୍କ ଅଧିକାର ନିମନ୍ତେ କାର୍ଯ୍ୟ କରିଆସୁଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୟୁରୋପ ମହାଦେଶୀୟ ଦେଶ ଗୁଡିକରେ ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ଶିଶୁଙ୍କ ନିମନ୍ତେ କାମ ଆରମ୍ଭ କରିଥିଲା । ପ୍ରାୟ ୧୯୦ ଦେଶ ଓ ସେମାନଙ୍କ ସରକାର ଏବେ ୟୁନିସେଫ୍ ସହ ମିଳିତ ରୂପେ ଶିଶୁଙ୍କ ଅଧିକାର ନିମନ୍ତେ କାର୍ଯ୍ୟ କରୁଛନ୍ତି” । ଏହା ଛଡା ୟୁନିସେଫ୍ କେବଳ ଶିଶୁଙ୍କ ଅଧିକାରକୁ ନେଇ କାମ କରୁଛି ତାହା ନୁହେଁ ଏହା ମଧ୍ୟ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ତାପାୟନ ତଥା ପରିବେଶ୍ ସୁରକ୍ଷା ଉପରେ କାର୍ଯ୍ୟ କରୁଛି । ସହରାଧିକରଣ ଓ ବୈଷିକକରଣ ହେତୁ ବିଭିନ୍ନ ଜଳବାୟୁରେ ହେଉଥିବା ପରିବତ୍ତ ର୍ନରୁ ଶିଶୁଙ୍କ ସୁରକ୍ଷା କରିବା ଏହାର ମୁଖ୍ୟ କାମ ବୋଲି ସେ କହିଛନ୍ତି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଶ୍ରୀ ବାଗଚି କହିଛନ୍ତି ଶିଶୁଙ୍କ ମଙ୍ଗଳ ନିମନ୍ତେ ୟୁନିସେଫ୍ର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନିୟ । ଏହା ସହ ୭୦ ବର୍ଷ ପୂର୍ତ୍ତୀ ଅବସରେ ୟୁନିସେଫ୍୍କୁ ଅନେକ ଅନେକ ଅଭିନନ୍ଦନ । ……………
ଭାରତ ଓ ଓଡ଼ିଶାରେ ୟୁନିସେଫ୍ ଶିଶୁଙ୍କ ନିମନ୍ତେ କରିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଏକ ଫଟୋ ଗ୍ୟାଲେରୀର ଆୟୋଜିତ ହୋଇଥିଲା । ଏହା ସହ ଏକ ପ୍ରାମାଣିକ ଚଲଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରେ ବିଭିନ୍ନ ସରକାରୀ ଅଫିସର, ବିଧାୟକଗଣ, କଲେଜ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Share in top social networks!