ଅନ୍ଧାରି ମୂଲକରେ ଶିକ୍ଷାର ଆଲୋକ
ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଶିକ୍ଷା ସବୁ ସ୍ଥାନରେ ପହଞ୍ଚô ପାରିନାହିଁ । ଏବେ ବି ଅନେକ ଅନ୍ଧାରି ମୂଲକ ଶିକ୍ଷାର ଆଲୋକ ପାଇବାରୁ ବଞ୍ଚôତ । ଖୋଦ୍ ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୨୫ କି.ମି. ଦୂରରେ ଥିବା ଚନ୍ଦକା-ଡ଼ମ୍ପଡ଼ା ହସ୍ତୀ ଅଭୟାରଣ୍ୟ ନିକଟସ୍ଥ କନ୍ଦଳେଇ (ମୁଣ୍ଡାସାହି)ରେ ଏଯାବତ୍ ଶିକ୍ଷାକ୍ଷେତ୍ରରେ ଏକ ଅନ୍ଧାରିମୂଲକ ଭାବେ ରହି ଆସିଥିଲା । ସରକାରୀସ୍ତରରେ ଉକ୍ତ ଗ୍ରାମରେ ୨୦୧୩ ମସିହାରେ ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । କିନ୍ତୁ ସ୍କୁଲ୍ ଗୃହ ନଥିବାରୁ ୩ କି.ମି. ଦୂରରେ ଥିବା ବିନ୍ଧ୍ୟଗିରି ପ୍ରାଥମିକ ବିଦ୍ୟାଳୟରେ ଉକ୍ତ ଶିକ୍ଷକ ଦୁହେଁ କନ୍ଦଳେଇ (ମୁଣ୍ଡାସାହି)ର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲେ । ନିକଟରେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’, କନ୍ଦଳେଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଗାଁରେ ଶିକ୍ଷାର ଆଲୋକ ପହଞ୍ଚô ପାରିଛି । ଏହି ଆଦିବାସୀ ପଡ଼ାରେ ଖୋଲିଛି ପ୍ରଥମ କରି ପ୍ରାଥମିକ ବିଦ୍ୟାଳୟ ।
ଜଙ୍ଗଲି ରାସ୍ତା ଦେଇ ଦୂର ବାଟକୁ ଯାଇ ପାଠ ପଢିବାକୁ ଅନିଚ୍ଛୁକ ଥିବା ଏହି ଆଦିବାସୀ ପଡ଼ାର ପିଲାମାନେ ଏବେ ଏହି ବିଦ୍ୟାଳୟରେ ପାଠ ପଢିବା ପାଇଁ ବେଶ୍ ଆଗ୍ରହ ଦେଖାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତାବର ପଞ୍ଚାୟତର କନ୍ଦଳେଇ(ମୁଣ୍ଡାସାହି) ଏକ ଆଦିବାସୀ ଗାଆଁ । ଏହି ଗାଆଁରେ ଏଯାବତ୍ ବିଦ୍ୟାଳୟଟିଏ ନଥିଲା । ଗାଆଁର ଜନସଂଖ୍ୟା ପାଖାପାଖି ୨୦୦ । ସମସ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ୫ରୁ ୧୦ବୟସର ପିଲାଙ୍କ ସଂଖ୍ୟା ପାଖାପାଖି ୪୦ ହେବ । ଜଙ୍ଗଲ ରାସ୍ତା ଦେଇ ଅନ୍ୟ ବିଦ୍ୟାଳୟକୁ ଯିବା ସମ୍ଭବ ହେଉନଥିବାରୁ ଅଧିକାଂଶ ପିଲା ନାମକୁ ମାତ୍ର ବିଦ୍ୟାଳୟରେ ନାଁ ଲେଖାଇ ପଢିବାକୁ ଯାଉନଥିଲେ ।
ଖୁସିର ବିଷୟ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ଓ ଗ୍ରାମବାସୀ ଓ ପ୍ରଶାସନର ମିଳିତ ସହଯୋଗରେ ଏହି ନୂତନ ଗୃହଟିକୁ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରସାଦ ଡେ଼ଙ୍ଗଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ହୋଇଯାଇଛି । ସାକ୍ଷରତା ହିଁ ବିକାଶର •ବିକାଠି । ଏଣୁ ଯେଉଁଠି ଶିକ୍ଷା ନାହିଁ, ସେଠି ବିକାଶ ହୋଇପାରିବ ନାହିଁ ବୋଲି ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସର୍ବଶିକ୍ଷା ଅଭିଯାନ, ଖୋର୍ଦ୍ଧାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ, ଜଟଣୀ ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ମଙ୍ଗରାଜ, ଗ୍ରାମାଞ୍ଚଳ ଜଳଯୋଗାଣ ସେବା ଯନ୍ତ୍ରୀ ବାସୁଦେବ ଶତପଥି, କଷ୍ଟମ ଆଣ୍ଡ ଏକ୍ସସାଇଜର ପୂର୍ବତନ ଡେ଼ପୁଟି କମିଶନର ମହେନ୍ଦ୍ର ଚନ୍ଦ୍ର ସାହୁ, ଆଶ୍ରାର ଉପସଭାପତି ପ୍ରଶାନ୍ତ ଘଡେ଼ଇ, ବାଲୁକା ଶିଳ୍ପୀ ସୁବଳ ମହାରଣା, ସାମାଜିକ କର୍ମୀ ଧୀରେନ୍ଦ୍ର କର, ଇତିଶ୍ରୀସିଂ ରାଠୋର, ଅକ୍ଷୟ ସ୍ୱାଇଁ, ରଂଜନ ଦାସ, ବନ୍ଦନା ସେଠୀ, ପ୍ରିୟବ୍ରତ ପଣ୍ଡା ଏବଂ ଅରିଶଲ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ, ଆଶ୍ରା ଅନୁÂାନ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ ୨୦୧୫ ମସିହାରେ ସାମାଜିକ କର୍ମୀ ସୁଶାନ୍ତ ସାହୁ କନ୍ଦଳେଇର ବିକାଶ ସମ୍ପର୍କରେ ସ୍ୱପ୍ନ ଦେଖିଥିଲେ ଓ ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ ସାମାଜିକ କର୍ମୀ ଶ୍ରୀପତି ଆ•ର୍ଯ୍ୟ, ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଓ ସେଞ୍ଚୁରିୟାନ ବ୍ଲଡ଼ ଡେ଼ାନର ଗୋପୀମୋହନ ପଟ୍ଟନାୟକ ।
କନ୍ଦଳେଇ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ଗୋଟିଏ ପରେ ଗୋଟିଏ ବିକାଶ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୬ ମସିହା ଏପ୍ରିଲ ୮ ତାରିଖରେ ସ୍କୁଲ୍ ଗୃହ ନିର୍ମାଣ ସମୟରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଅଂଶୁଘାତରେ ଶିକାର ହୋଇଥିଲେ । ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଶେଷରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଉଦ୍ଘାଟନ ଅବସରରେ ଶ୍ରୀ ସାହୁ କହିଥିଲେ ଆଗକୁ କନ୍ଦଳେଇରେ ଅନେକ ବିକାଶମୂଳକ କାର୍ଯ୍ୟ ଜାରି ରହିବ । ଈଶ୍ୱରଙ୍କୁ ଆର୍ଶୀବାଦରୁ ମୋର ମୃତୁ୍ୟ ପୂର୍ବରୁ କନ୍ଦଳେଇର ଛାତ୍ରଛାତ୍ରୀମାନେ ପାଠପଢିବା ଦେଖିପାରିଲେ ଏହାଠାରୁ ବଡ଼ ବିଷୟ ଆଉ କ’ଣ ହୋଇପାରେ । ଉଦ୍ଘାଟନ ଉତ୍ସବରେ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକଙ୍କୁ କଷ୍ଟମ ଆଣ୍ଡ ଏକ୍ସସାଇଜର ପୂର୍ବତନ କମିଶନର ମହେନ୍ଦ୍ର ଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାକ୍ ଶୈଶବ ଶିକ୍ଷା ପାଇଁ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ସ୍ଥାପନ କରାଗଲେ ବହୁ କୁନି କୁନି ପିଲା ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।