ଡିସେମ୍ବର ୧୮ରେ ଶ୍ରୀ ସୁଦର୍ଶନ ଦାରୁପୀଠରେ ନୂଆଁଖାଇ ଭେଟ୍ ଘାଟ୍; ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ

ପ୍ରାକୃତିକ ଶୋଭା ବିମଣ୍ଡିତ କୁଆଖାଇ ନଦୀ । ସ୍ୱଚ୍ଛ ଜଳଧାରା ସାଂଗକୁ ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା । ଏହାରି ଭିତରେ ରହିଛି ଲତା, ଗୁଳ୍ମ ଓ ପୋଲାଙ୍ଗ ଗଛର ଘନ ଜଙ୍ଗଲ । ନଦୀ କୂଳକୁ ଲାଗିଛି ମହାପ୍ରଭୁ ଶ୍ରୀସୁଦର୍ଶନଙ୍କ ଦାରୁପୀଠ । ଠିକ୍ ଏହାରି ସନ୍ନିକଟ ସୁବିସ୍ତୃତ ପ୍ରାଙ୍ଗଣରେ ପାରଂପରିକ ରୀତିରେ ପ୍ରଥମ କରି ପାଳିତ ହେବ ନୂଆଁଖାଇ ଭେଟ୍ ଘାଟ୍ । ଡ଼ିସେମ୍ବର ୧୮ ରେ ଦିନବ୍ୟାପୀ ହେଉଥିବା ଏହି ସାଂସ୍କୃତିକ ଉସôବରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ବ୍ୟତିରେକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ବ୍ୟକ୍ତିବିଶେଷ, ପ୍ରସାଶକ, କଳାକାର ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି ।
ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନ ଏହି ନୂଆଁଖାଇ ଭେଟ୍ଘାଟ୍ ପାଳନ କରୁଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କ୍ଷାତି ସଂପନ୍ନ କଳାକାରମାନେ ବିଭିନ୍ନ ଲୋକ ନୃତ୍ୟ, ଗୀତ ପରିବେଷଣ କରିବେ । ବିଶେଷ କରି କଟକର ଗଙ୍ଗାଧର ଦାସ ଓ ଟ୍ରୁପ୍ ଦ୍ୱାରା ସମ୍ବଲପୁରୀନୃତ୍ୟ, ବଲାଙ୍ଗିର ଲୋଇସିଙ୍ଘାର ସଂଗୀତ ସନ୍ଧାନ ସଂସ୍ଥା ଦ୍ୱାରା ବଜନିଆ ନୃତ୍ୟ, କଳାହାଣ୍ଡି ଭବାନିପାଟଣାର ପ୍ରତିଭା ଅନୁÂାନ ଦ୍ୱାରା ଘୁମୁରା ନୃତ୍ୟ, ବରଗଡର ଭେଡେନର ନୃତ୍ୟ ଶିଳୀଙ୍କ ଦ୍ୱାରା ଦୁଲ୍ଦୁଲି ନୃତ୍ୟ ଏବଂ ଝାରସୁଗୁଡାର ରାଇଁଝାଇଁ ଲୋକମଞ୍ଚ ଅନୁÂାନ ପକ୍ଷରୁ ଡାଲଖାଇ ନୃତ୍ୟ ପରିବେଷଣ କରିବେ । ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି ଶୁତି ମଧୁର ସଂଗୀତ ଓ ମନୋନିତ ନୃତ୍ୟକୁ ମନଭରି ଉପଭୋଗ କରିବେ । ଏହି ସୂଚନା ଦେଇଛନ୍ତି ମୁଖ୍ୟପୁରୋଧା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ କିଶୋର ମହାନ୍ତି ଓ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ସେକ୍ରେଟେରୀ ଜେନେରାଲ ଶ୍ରୀ ମହେନ୍ଦ୍ର ନାୟକ ଓ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ । ସେମାନେ କହିଥିଲେ ଯେ କୁଆଖାଇ ନଦୀ ଶଯ୍ୟାକୁ ବାଛିବାର ଅନେକ କାରଣ ରହିଛି । ଏହି ପବିତ୍ର ସ୍ଥଳରେ ମହାପ୍ରଭୁ ଶ୍ରୀସୁଦର୍ଶନ ଆବିର୍ଭୁତ ହୋଇଥିଲେ । ଏହାର ଅନତି ଦୁରରେ ସୂକ୍ଷ୍ମ କମକୋଟି ଉନ୍ନିତ ଚଉଷଠୀ ଯୋଗିନୀ ଏବଂ ଶାନ୍ତି ସ୍ତୁପ ଧଉଳୀଗିରୀ ରହିଛି । ସେଥିପାଇଁ ଏଠାରେ ପ୍ରଥମ କରି ନୂଆଁଖାଇ ଭେଟ୍ଘାଟ୍ ପାଳିତ ହେଉଛି । ବହୁ ସଂଖ୍ୟାରେ ବିମୁ୍ଗ୍ଧ ଦର୍ଶକ ଯୋଗ ଦେବାପାଇଁ ପଶ୍ଚିମ ଓଡିଶା ଅଗ୍ରଣି ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି ।

Share in top social networks!