ଦିବ୍ୟାଙ୍ଗ ମହୋସôବରେ ଝୁମିଲେ ଦର୍ଶକ

ଆଜି ଭୁବନେଶ୍ୱରସ୍ଥିତ ନେହୁରୁ ଯୁବ ପ୍ରତିÂାନ ପଡିଆରେ ନନ୍ଦିନୀ, ବ୍ରିଙ୍ଗ ସ୍ମାଇଲ୍ ଏବଂ ନେହୁରୁ ଯୁବ ପ୍ରତିÂାନର ମିଳିତ ଆନୁକୂଲ୍ୟରେ ‘ଦିବ୍ୟାଙ୍ଗ ମହୋସôବ-୨୦୧୬’ ନନ୍ଦିନୀର ସମ୍ପାଦକ ଶ୍ରୀ ହେମନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି ଉସôବରେ ଦିବ୍ୟାଙ୍ଗମାନଙ୍କର ସାମଗ୍ରିକ ବିକାଶ ଏକ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ । ସେମାନଙ୍କୁ ଅନ୍ୟ ସମସ୍ତଙ୍କ ସହିତ ସମାନ ହୋଇ ସମାଜର ସବୁ କ୍ଷେତ୍ରରେ ସାମିଲ୍ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ । ସେମାନେ ଯେପରି କୌଣସି ପରିସ୍ଥିତିରେ ଅଣଦେଖା ହୋଇ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ।

ଦିବ୍ୟାଙ୍ଗମାନଙ୍କର ଯେପରି ଉନ୍ନତି ପଥରେ ବାଧା ସୃଷ୍ଟି ହେବ ନାହିଁ ସେଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସମେତ ସାଧାରଣ ଲୋକଙ୍କର ନୈତିକ କର୍ତ୍ତବ୍ୟ । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଦାୟିତ୍ୱ । ସମାଜର ସଞ୍ଚାଳକମାନେ ଏଥିପାଇଁ ଆଗକୁ ଆସି ସହଯୋଗର ହାତ ବଢ଼ାଇଲେ ଦିବ୍ୟାଙ୍ଗମାନଙ୍କର ଲୁକାୟିତ ପ୍ରତିଭା ପ୍ରସ୍ଫୁଟିତ ହେବ ବୋଲି କହିଥିଲେ । ବ୍ରିଙ୍ଗ ସ୍ମାଇଲ୍ର ଅଧ୍ୟକ୍ଷା ସୁଚରିତା ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ କହିଲେ ଦିବ୍ୟାଙ୍ଗମାନେ ଯେପରି ନିଜ ଅଧିକାର ଏବଂ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନ ରହି ସମସ୍ତଙ୍କ ସହିତ ସମାନ ହୋଇ ସମାଜର ପ୍ରତି କ୍ଷେତ୍ରରେ ସମାନ ଭାଗିଦାରୀରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ । ବର୍ତ୍ତମାନ ଯୁଗରେ ସମାଜର ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରି ଦିବ୍ୟାଙ୍ଗମାନେ ‘ଭିନ୍ନକ୍ଷମ’ ସଂଜ୍ଞା ବଦଳାଇ ଦେଇଛନ୍ତି । ମାନସିକ ବା ଶାରୀରିକ ସ୍ତରରେ ଅସୁସ୍ଥ ଥାଇ ମଧ୍ୟ ସବୁ ପ୍ରକାରର ପ୍ରତିବନ୍ଧକକୁ ସାମନା କରି ଏକ ସଫଳ ଜୀବନ କଟାଇ ପାରୁଥିବା ଅର୍ଥାତ୍ ଭିନ୍ନ ଭାବରେ ସକ୍ଷମ ହୋଇପାରିଥିବା ମଣିଷଟିକୁ ଦିବ୍ୟାଙ୍ଗ କୁହାଯାଉଛି ।

ସେମାନଙ୍କ ପ୍ରତି ଥିବା ଆମର ଦାୟିତ୍ୱ ଠିକ୍ ଭାବରେ ତୁଲାଇ ପାରିଲେ ଆମେ ସମସ୍ତେ ଏକ ସଭ୍ୟ ଓ ସମ୍ବେଦନଶୀଳ ସମାଜର ସଦସ୍ୟ ବୋଲି ନିଜକୁ କହିପାରିବା । ଶିକ୍ଷା ହିଁ ସମସ୍ତଙ୍କ ପାଇଁ ଉନ୍ନତିର ମାର୍ଗ । ଶିକ୍ଷା ଦ୍ୱାରା ସେମାନେ ନିଜର ଜୀବନଶୈଳୀ ଏବଂ ସମାଜର ସେମାନଙ୍କ ପ୍ରତି ଥିବା ଦୃଷ୍ଟିକୋଣକୁ ଏକ ନୂଆ ମୋଡ ଦେଇପାରିବେ । କେବଳ ଏଥିପାଇଁ ସେମାନଙ୍କୁ ସରକାର ଓ ସାଧାରଣ ଲୋକଙ୍କର ସାହାଯ୍ୟ ଓ ସହାନୁଭୂତିର ଆବଶ୍ୟକ । ତାଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ ହୋଇପାରିଲେ ଦିବ୍ୟାଙ୍ଗମାନେ ମଧ୍ୟ ସମାଜର ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ପଛାଇବେ ନାହିଁ । ଦିବ୍ୟାଙ୍ଗମାନଙ୍କର ସଶକ୍ତିକରଣ ପାଇଁ ଜାତିସଂଘ ଦ୍ୱାରା ଚଳିତ ବର୍ଷ ଘୋଷଣା କରାଯାଇଥିବା ୧୭ଟି ଲକ୍ଷ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀମତୀ ମିଶ୍ର କହିଥିଲେ । ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ଅବସରପ୍ରାପ୍ତ ବରିÂ ପ୍ରଶାସନିକ ଅଧିକାରୀ ତଥା ସମାଜର ମୁଖ୍ୟ ସହଯୋଗୀ ସୁରେଶ ମନ୍ତ୍ରୀ କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କର ନିରନ୍ତର ବିକାଶ କରାଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ସମସ୍ତଙ୍କ ସହିତ ସମାନ ହୋଇ ବଞ୍ଚିବା ପାଇଁ ଅଧିକାର ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ହେଲେ ସେମାନଙ୍କ ପ୍ରତି ସମସ୍ତଙ୍କର ସହାନୁଭୂତି ଏବଂ ମାନବିକତା ରହିବା ନିିହାତି ଜରୁରୀ । ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ ସେମାନେ ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଉସôାହିତ ହେବେ ଏବଂ ନିଜ ଦକ୍ଷତା ବଳରେ ସଫଳତା ପାଇବେ ବୋଲି କହିଥିଲେ । ଦିବ୍ୟାଙ୍ଗମାନଙ୍କ ପ୍ରତି ସମ୍ବେଦନଶୀଳ ତଥା ସକାରାତ୍ମକ ମନୋଭାବ ପୋଷଣ କଲେ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବା ସହିତ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କର ନିରନ୍ତର ସେବା କରୁଥିବା ଯୁବ ଉଦ୍ୟୋଗୀ ସ୍ୱାଗତ ଶତପଥୀ, ସୋନାଲି ମିଶ୍ର, ରଞ୍ଜିତ ମହାପାତ୍ର ଏବଂ ରବିନ୍ଦ୍ର ଗୌଡଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୋକେସନାଲ୍ ରିହାବିଲିଟେସନ୍ ସେଣ୍ଟର୍ସର୍, ଚେତନା କଲେଜ ଅଫ୍ ସ୍ପେସାଲ୍ ଏଜୁକେସନ୍, ପ୍ରାଚୀ (ଜୁନିୟର୍) କଲେଜ, ସତ୍ୟଭାମା ଦେବୀ କଲେଜ, ରାଜଧାନୀ ସ୍କୁଲ ଫର୍ ଡେଫ୍, ବିପିନ୍ ବିହାରୀ ଚୌଧୁରୀ ସ୍କୁଲ୍, ଶ୍ରୀହର୍ଷ ମିଶ୍ର ମେମୋରିଆଲ୍ ସ୍କୁଲ୍, ପଲାସପଲ୍ଲୀ ନର୍ସରୀ ସ୍କୁଲ୍, ଉକôଳ ବ୍ଲାଇଣ୍ଡ୍ ଏସୋସିଏସନ୍, ଓଡିଶା ଅର୍ଥୋପେଡିକ୍ ଆସୋସିଏସନ୍, ସ୍ୱପ୍ନା ଟ୍ରଷ୍ଟ୍, ଆଦି ଓଡିଶାର ବିଭିନ୍ନ ସ୍କୁଲ ଏବଂ କଲେଜର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ମନ ମୋହିନେଇଥିଲେ । ପରେ ପରେ ମହାବିଦ୍ୟାଳୟ ଏବଂ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆପୋଲୋ ହସ୍ପିଟାଲ୍ ତରଫରୁ ଦିବ୍ୟାଙ୍ଗମାନଙ୍କୁ ସାବୁନ, ପେଷ୍ଟ୍, ବ୍ରସ୍, ନଡିଆ ତେଲ ଏବଂ ଭେସ୍ଲିନ୍ ଆଦି ନିତ୍ୟ ବ୍ୟବହୃତ କିଟ୍ ବଣ୍ଟନ କରାଯାଇଥିଲା । ଶେଷରେ ନନ୍ଦିନୀର ସମ୍ପାଦକ ଶ୍ରୀ ହେମନ୍ତ ରଥ ଦିବ୍ୟାଙ୍ଗମାନଙ୍କର ମୁହଁରେ ହସ ଫୁଟାଇବା ପାଇଁ ବ୍ରିଙ୍ଗ ସ୍ମାଇଲ୍ ଏବଂ ନେହୁରୁ ଯୁବ ପ୍ରତିÂାନ ମିଳିତ ପ୍ରୟାସରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ ସହଯୋଗୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଯ୍ୟାଳୟ ସମ୍ପାଦକ ଅଭିପ୍ସା ପୂଜାରୀ, ନିଗମ ବିଶ୍ୱାଳ, ହୃଷିକେଶ ସେନାପତି, ଜଗଦୀଶ ହରିଚନ୍ଦନ, ସ୍ୱରୂପ ଦାସ, ପାର୍ଥସାରଥି ତ୍ରିପାଠୀ, ସନ୍ତୋଷ ରଣା, ସିପୁ ନାଥ, ଜଗବନ୍ଧୁ ମହାନ୍ତ, ଯଦୁମଣି ମହାନ୍ତ ପ୍ରମୁଖ ଦିବ୍ୟାଙ୍ଗ ମହୋସôବରେ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାଙ୍କୁ ଉସôାହିତ କରିବା ସହିତ ଶୃଙ୍ଖଳା ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଶିକ୍ଷଣ ଦେଇଥିଲେ ।

Share in top social networks!