ବିଜେପି ନିଜ ଶକ୍ତିରେ ବିକଳ୍ପ ପ୍ରୟାସରେ ରାଜ୍ୟବାସୀଙ୍କ ସମର୍ଥନ ମିଳୁଛି – ଧର୍ମେନ୍ଦ୍ର ପ୍ରଧାନ

- ମୟୁରଭଂଜରେ ବିଭିନ୍ନ ଦଳରୁ ସ୍ଥାନୀୟ ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ
- ରାହୁଲ ଗାନ୍ଧୀଙ୍କ ଟିମ ସଦସ୍ୟ ଡ. ପ୍ରିୟବ୍ରତ ମାଝୀଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ
- ରାଜ୍ୟରେ ଆଦିବାସୀ ବିରୋଧୀ ସରକାର ଚାଲିଛି
- ସରକାରଙ୍କର ସ୍ଥାଣୁତା, ଅପାରଗତା ଓ ଦୁର୍ନୀତି ବିରୁଦ୍ଧରେ ଜନ ଆନେ୍ଦାଳନ ପାଇଁ ଆହ୍ୱାନ
khuntadpଓଡିଶାରେ ବିଜେପି ନିଜ ଶକ୍ତିରେ ବିକଳ୍ପ ହେବା ପାଇଁ ପ୍ରୟାସ କରୁଛି ଓ ଏଥି ପାଇଁ ଜନ ସମର୍ଥନ ବୃଦ୍ଧି ପାଉଛି । ବିଜେଡି, କଂଗ୍ରେସ ଓ ସିପିଏମ ଦଳର ଅନେକ ସ୍ଥାନୀୟ ନେତା ଓ କର୍ମୀଙ୍କର ବିଜେପିରେ ଯୋଗଦାନ ଅବସରରେ ମୟୁରଭଂଜ ଜିଲ୍ଲା ଖୁଂଟା ବ୍ଲକ ବଡପଥର ଠାରେ ଏକ ବିଶାଳ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତିା

ଶିକ୍ଷାବିତ ତଥା ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ବାରିପଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା କଂଗ୍ରେସ ଯୁବ ନେତା ପ୍ରିୟବ୍ରତ ମାଝୀଙ୍କୁ ଦଳକୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଲେ ଯେ ଶ୍ରୀ ମାଝୀ ରାହୁଲ ଗାନ୍ଧୀଙ୍କ ସହଯୋଗୀ ଭାବେ ଲମ୍ବା ସମୟ କାମ କରିଛନ୍ତି । ରାହୁଲ ଗାନ୍ଧୀଙ୍କ
ଦ୍ୱାରା କିଛି ହେବ ନାହିଁ, ନରେନ୍ଦ୍ର ମୋଦି ହିଁ ଦେଶକୁ ବିକାଶ କରିବେ, ଏଥିରେ ବିଶ୍ୱାସ କାରଣରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଏକ ଆଦିବାସୀ ବିରୋଧୀ ସରକାର ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନଗଡାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଅଂଚଳକୁ ରାଜ୍ୟର ଅର୍ଥ ମନ୍ତ୍ରୀ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି । ହେଲେ ରାଜଧାନୀରୁ ଶହେ କିମି ଦୂରରେ ପାହାଡ ଉପରେ ରହୁଥିବା ଆଦିବାସୀ ପିଲା
ମାନଙ୍କର ଅବସ୍ଥା ନ ଅଙ୍କ ଦୁର୍ଭିକ୍ଷ ଚିତ୍ରକୁ ମନେ ପକାଉଛି । କଳାହାଣ୍ଡିର ଆଦିବାସୀ ଦାନ ମାଝୀକୁ ପତ୍ନୀର ମର ଶରୀରକୁ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ କାନ୍ଧରେ ବୋହିବାକୁ ପଡିଲା । ଫୁଲବାଣୀର ଗୁମୁଡୁମାହାରେ ଆଦିବାସୀ-ହରିଜନଙ୍କୁ ଗୁଳି କରି ମାରିଥିବା ପୋଲିସ ଅଫିସର ମାନଙ୍କୁ ଜେଲ ହେଲାନି କି ଦଣ୍ଡ ହେଲାନି ।
ମାଲକାନଗିରିର ଜାପାନୀ ଜ୍ୱରରେ ଶହେରୁ ଉର୍ଧ ଶିଶୁ ମୃତ୍ୟୁ ରାଜ୍ୟରେ ସ୍ଥାଣୁ ଓ ଅପାରଗ ସରକାର ଚାଲୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୟୁରଭଂଜ ମହାରାଜ କଟକରେ ମେଡିକାଲ ଖୋଲିବା ପାଇଁ ପଇସା ଦେଇଥିଲେ । ହେଲେ ମୟୁରଭଂଜର ଡାକ୍ତରଖାନା ମାନଙ୍କରେ ଡାକ୍ତର ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ମୟୁରଭଂଜ ମାଟିର ଆଲଚିକି ଲିପି ଓ ଏହାର ପ୍ରଣେତା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଇ ଅଟଳ ବିହାରୀ ବାଜପେୟୀ ସମ୍ମାନିତ କରିଥିଲେ । ସାନ୍ତାଳୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ନରେନ୍ଦ୍ର ମୋଦି ରାଜ୍ୟପାଳ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ସାଧାରଣ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ବଦ୍ଧପରିକର । ତେଣୁ ମୟୁରଭଂଜର ଦୃତ ବିକାଶ ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ।

ଉଜ୍ୱଳା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ମାଗଣାରେ ରୋଷେଇ ଗ୍ୟାସ ଯୋଗାଇ ଦିଆ ଯାଉଛି । ଜନ ଧନ ଯୋଜନା, ମୁଦ୍ରା ବ୍ୟାଙ୍କ ଏଲଇଡି ବଲ୍ବ, ବିଭିନ୍ନ ସାମାଜିକ ସୁରକ୍ଷା ଓ ବୀମା ଯୋଜନା ମୋଦିଙ୍କର । ସମସ୍ତଙ୍କୁ ପକ୍କା ଘର ମିଳିବ ଓ ଏଥିରେ ନବୀନ ସରକାରରେ ଚାଲୁଥିବା ଏମପି-ଏମଏଲଏଙ୍କ ଚିଠାରେ ହେବାକୁ ଦିଆଯିବ ନାହିଁ
ସ୍ୱଚ୍ଛତାରେ ଗ୍ରାମ ସଭାର ନିର୍ଣୟରେ ଘର ମିଳିବ ବୋଲି ସେ କହିଥିଲେ । ଗରୀବଙ୍କ ତଂଟି ଚିପି କଳାଧନ ରଖିଥିବା ବ୍ୟକ୍ତି ମାନଙ୍କର ବିମୁଦ୍ରିକରଣ ମାଧ୍ୟମରେ ନରେନ୍ଦ୍ର ମୋଦି ନିଦ ହଜାଇ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟରେ ଚାଲୁଥିବା ସ୍ଥାଣୁ, ଅପାରଗ ଓ ଦୁର୍ନୀତିଖୋର ସରକାର ବିରୁଦ୍ଧରେ ଜନ ଆନେ୍ଦାଳନ କରିବା ପାଇଁ ଦଳୀୟ କର୍ମୀ ମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେବା ସହ ରାଜ୍ୟର ଜନତା ମୋଦିଙ୍କ ଯୋଜନାର ଓଡିଶା ଗଢିବା ପାଇଁ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।

Share in top social networks!