ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେବ ଆଦାନୀ ଧାମରା ବନ୍ଦର: ଗୌତମ ଆଦାନୀ

adaniବନ୍ଦର ଏବଂ ପରିବହନ, ଶିଳ୍ପ କ୍ଲଷ୍ଟର ଏବଂ ଏସ୍ଇଜେଡ୍ ବିକାଶ, ଶକ୍ତି ଉପôାଦନ ଏବଂ ବିତରଣ, ସମନ୍ୱିତ କୋଇଲା ପରିଚାଳନା ଏବଂ ଖଣିଖନନ ଏବଂ କୃଷି ବ୍ୟବସାୟ ହେଉଛି ଆଦାନୀ ଗ୍ରୁପ୍ ପ୍ରାଥମିକ ଭାବେ ଆଗ୍ରହୀ । ଆମେ ଚଲାଉଥିବା ପ୍ରତ୍ୟେକ ବ୍ୟବସାୟରେ ଆମେ ସର୍ବାଗ୍ରେ ରହିଛୁ – ସୁଦୀର୍ଘ ଉପକୂଳ ରେଖା ଏବଂ ପ୍ରାକୃତିକ ସମ୍ପଦ ଭରା ଓଡ଼ିଶା ହେଉଛି ଆଦାନୀ ଗ୍ରୁପ୍ ପାଇଁ ଏକାକୀ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହେବ ବୋଲି ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀ ମତବ୍ୟକ୍ତ କରିଥିଲୋ ଦୁଇ ବର୍ଷରୁ କିଛି ପୂର୍ବେ ଧାମରା ବନ୍ଦର ଅଧିଗ୍ରହଣ ଶେଷ କରିଛୁ । ହାତକୁ ନେବାର ପ୍ରଥମ ୧୨ ମାସରେ କାର୍ଯ୍ୟଧାରାକୁ ଆଗେଇ ନେଇ ବନ୍ଦରକୁ ଲାଭ ପ୍ରଦାନକାରୀ ସାବ୍ୟସ୍ତ କରାଇପାରିଛୁ ଏବଂ ଏହାପରେ ଏକ ବୃହତ୍ ୧୫ ନିୟୁତ ଟନ୍ କ୍ଷମତାର ବର୍ଥ ନିର୍ମାଣ କରି କାର୍ଯ୍ୟକ୍ଷମ କରାଇପାରିଛୁ । ଫଳ ସ୍ୱରୂପ ବିଗତ ବର୍ଷ ମାନଙ୍କରେ ବନ୍ଦରରେ ମାଲ୍ ପରିବହନ ଆଶ୍ଚର୍ଯ୍ୟଜନକ ଭାବେ ୫୧% ବଡ଼ାଇ ପାରିଛୁ । ବନ୍ଦରର ସମ୍ପ୍ରସାରଣ ପାଇଁ କାର୍ଯ ଜାରି ରଖିଛୁ ଏବଂ ଆସନ୍ତା ବର୍ଷ- ମାର୍ଚ୍ଚ ୨୦୧୭ ସୁଦ୍ଧା ଧାମରାରେ ଆଉ ଏକ ବର୍ଥ ନିର୍ମାଣ କରିସାରିଥିବୁ ଏବଂ ଏହାଦ୍ୱାରା ବନ୍ଦରର କ୍ଷମତା ଦୁଇଗୁଣା କରି ୫୦ ନିୟୁତ ଟନ୍ରେ ପହଞ୍ଚଇବୁ – ଏସବୁ ୩ ବର୍ଷରୁ କମ୍ ଅବଧି ମଧ୍ୟରେ ହାସଲ ହୋଇପାରିଛି ବୋଲି ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀ ମତବ୍ୟକ୍ତ କରିଥିଲୋ

ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଅବସରରେ ଯୋଗେଦଇ ଗୌତମ ଆଦାନୀ କହିଥିଲେ ଯେ, ଜାତୀୟ ଅନ୍ତର୍ଦେଶୀୟ ଜଳପଥ ୫ ଦେଇ କୋଇଲା ପରିବହନ ସୁବିଧା କରାଇବାକୁ ଆମେ ମଧ୍ୟ ୨ ନିୟୁତ ଟନ୍ କ୍ଷମତାବିଶିଷ୍ଟ ବଜ୍ରା ବର୍ଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆମେ ଶେଷ କରିଛୁ । ଧାମରା ବନ୍ଦରର ସ୍ଥିତି ଦୃଷ୍ଟିରୁ ଏହା ବ୍ରାହ୍ମଣୀ ନଦୀ ଦେଇ କୋଇଲା ପରିବହନ କ୍ଷେତ୍ରରେ ଏକ ଚମକ୍ରାର ମାଧ୍ୟମ ହେବ ଏବଂ ତାଳଚେର ଅଞ୍ଚଳରୁ ଧାମରାକୁ କୋଇଲା ପରିବହନ କରାଇ ପାରିବ । ଫଳସ୍ୱରୂପ ଏହା ସାରା ଭାରତର ଉପକୂଳ ଅଞ୍ଚଳକୁ କୋଇଲା ପରିବହନର ମାଧ୍ୟମ ହେବ । ଏହା ସରକାରଙ୍କ ଜାତୀୟ ଅନ୍ତର୍ଦେଶୀ ଜଳ ପରିବହନର ଏକ ଶେÂ ନମୁନା ହେବା ସହ ରେଳ ଏବଂ ସଡ଼କ ଟ୍ରାଫିକ୍ ଭିଡ଼ ହ୍ରାସ କରାଇବ । ଏହା ସହ ସମାନ୍ତରାଳରେ ଆମେ ୫୨୦୦ କୋଟି ଟଙ୍କା ବିନିଯୋଗରେ ୫ ଏମ୍ଏମ୍ଟି କ୍ଷମତାର ଏକ ଏଲ୍ଏନ୍ଜି ଟର୍ମିନାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛୁ ଏବଂ ୨.୫ ଏମ୍ଏମ୍ଟି କ୍ଷମତାର ଏକ ଏଲ୍ପିଜି ଟର୍ମିନାଲ୍ ନିର୍ମାଣରେ ଆମକୁ ଅତିରିକ୍ତ ୨୩୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ଏହି ଦୁଇ ଟର୍ମିନାଲ୍ ଧାମରା ବନ୍ଦରର ରୂପରେଖ ବଦଳାଇ ଦେବ ଏବଂ ଏହା ଓଡ଼ିଶାର ଶକ୍ତି ଚାହିଦା ପାଇଁ ଥିବା ଅନ୍ତର ପୂରଣ କରିବା ସହ ସମାନ ଭାବେ ବିବିଧ ଆନୁସଙ୍ଗିକ ସହାୟକ ଶିଳ୍ପକୁ ଗୁରୁତ୍ୱର ପୂର୍ଣ୍ଣ ସହାୟତା ଯୋଗାଇବ । ଆଗାମୀ ୫ ବର୍ଷ ମଧ୍ୟରେ ସମଗ୍ର ଏସୀୟ କ୍ଷେତ୍ର ପାଇଁ ଧାମରା ଏକ ପ୍ରବେଶ ପଥ ହେବା ସହ ଓଡ଼ିଶାର ଅଭିବୃଦ୍ଧିକୁ ବହୁଗୁଣିତ କରି ଆଗକୁ ନେବ । ଓଡ଼ିଶା ସରକାରଙ୍କ ସହ ରିହାତି ରାଜିନାମା ଆଧାରରେ ଆମେ ଗୁଜରାଟର ମୁନ୍ଦ୍ରା ବନ୍ଦର ଆମର ନିର୍ମାଣ ଭଳି ଓଡ଼ିଶାରେ ଇଣ୍ଡଷ୍ଟ୍ରି୍ରଆଲ୍ ପାର୍କ ପାଇଁ ଆବଶ୍ୟକ ଯୋଗାଯୋଗ ଓ ଭିତ୍ତିଭୂମି ପାଇଁ ଆପଣଙ୍କ ସହଯୋଗ ଲୋଡୁଛୁ ।

ଧାମରା ବନ୍ଦର ବୃହତ୍ ୩୧୫ ନିୟୁତ ଟନ୍ କ୍ଷମତାର ୩୫ ବର୍ଥ ବିଶିଷ୍ଟ ହେବ । ଏହା ଧାମରାକୁ ଭାରତରେ ବୃହତ୍ ବନ୍ଦର ଏବଂ ବନ୍ଦରଭିତ୍ତିକ ଶିଳ୍ପ କ୍ଲଷ୍ଟରରେ ପରିଣତ କରିବ । ଭାରତର ବୃହତ୍ ଖାଇବା ତେଲ କମ୍ପାନୀ ଆଦାନୀ ୱଲ୍ମାର୍ ମଧ୍ୟ ଏହି ଶିଳ୍ପ କ୍ଲଷ୍ଟର ବିକାଶର ଅଂଶ ସ୍ୱରୂପ ଧାମରାରେ ଦୈନିକ ୨୫୦୦ ଟନ୍ ଖାଇବା ତେଲ ଉପôାଦନ ୟୁନିଟ୍ ସ୍ଥାପନ କରିବାର ଯୋଜନା କରିଛି । ଏହି ୟୁନିଟ୍ ଇଣ୍ଡେନେସିଆ, ମାଲେସିଆ ଏବଂ ଆର୍ଜେଣ୍ଟିନାରୁ ଅଶୋଧିତ ଭେଜିଟେବଲ୍ ତୈଳ ଆମଦାନୀ କରି ଧାମରାରେ ଶୋଧନ କରିବ । ଏହାଦ୍ୱାରା ଆମକୁ ୭୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପଡ଼ିବ ଏବଂ ଏହାଦ୍ୱାରା ଏକ ସ୍ଥାନୀୟ କର୍ମସଂସ୍ଥାନ ଭିତ୍ତିକ ପରିସଂସ୍ଥା ବିକାଶ କରାଇବ ।

ସାମଜିକ ଦାୟିତ୍ୱ ପାଇଁ ପୂର୍ଣ୍ଣ ସ୍ୱୀକୃତି ଦେଉଛୁ ଏବଂ ଆଦାନୀ ଫାଉଣ୍ଡେସନ ସହାୟତାରେ ଏ ସମ୍ପର୍କିତ କାର୍ଯ୍ୟଧାରା ଆଗେଇ ଚାଲିଛି । ମୟୂରଭଞ୍ଜ ଜିଲ୍ଲାରେ ଆଦାନୀ କଳିଙ୍ଗ ଇନ୍ଷ୍ଟିଚୁ୍ରଟ୍ ଅଫ୍ ସୋସିଆଲ୍ ସାଇନ୍ସ ସ୍କୁଲ ସ୍ଥାପନ ଓ ବିକଶିତ କରାଇବା କ୍ଷେତ୍ରରେ ହାତ ମିଳାଇ ଆମେ ଗର୍ବିତ । ଆଗାମୀ ବର୍ଷ ମାନଙ୍କରେ ଏହା ହଜାର ହାଜାର ଯୁବକଙ୍କୁ ପ୍ରଭାବୀ ଢଙ୍ଗରେ ସହାୟକ ହେବ । ଆମର ଗୋÂୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ୩୫,୦୦୦ ଲୋକ ଉପକୃତ ହୋଇ ସାରିଛନ୍ତି; ଆହାର ସହାୟତା କାର୍ଯ୍ୟକ୍ରମ ଦ୍ୱାରା ୩ ଲକ୍ଷ ମିଲ୍ ବିତରଣ କରାଯାଇ ପାରିଛି । ଆମେ ଧାମରାରେ ଏକ ଆଧୁନିକ ଦକ୍ଷତା କେନ୍ଦ୍ର ବିକାଶ କରିବାକୁ ଯାଉଛୁ, ଏହା କେବଳ ଯେ ଧାମରା ବନ୍ଦରକୁ ସହାୟକ ହେବ ତାହା ନୁହେଁ ଶହ ଶହ ଦକ୍ଷ କର୍ମଚାରୀ ସୃଷ୍ଟି କରି ଏହି ଅଞ୍ଚଳରେ ଅନ୍ୟ ଅନେକ ଶିଳ୍ପ ପାଇଁ ଉପଯୋଗୀ ହେବ । ମୁଁ ମଧ୍ୟ ଜାଣିପାରିଛି ଭିତରକନିକାକୁ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ମିଳିବା କ୍ଷେତ୍ରରେ ଆପଣଙ୍କ ଅଗ୍ରଣୀ ଭୂମିକା ରହିଛି ଏବଂ ନ୍ୟାସନାଲ୍ ୟୁନିୟନ୍ ଅଫ୍ କଞ୍ଜରଭେସନ ଅଫ୍ ନେଚର ଏଥିପାଇଁ ଆପଣଙ୍କୁ ସ୍ୱୀକୃତି ଦେଇଛି । ଭାରତର ପୁନର୍ବିନ୍ୟାସ ଓଡ଼ିଶାର ପୁନର୍ବିନାସ ଉପରେ ଦୃଶ୍ୟମାନ ଭାବେ ନିର୍ଭରଶୀଳ । ଓଡ଼ିଶାର ପୁନର୍ବିନ୍ୟାସ ଲକ୍ଷ୍ୟରେ ସମାଜର ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ଆପଣଙ୍କ ସମତୁଲ ନେତୃତ୍ୱ ଅନୁକରଣୀୟ ହୋଇ ରହିଛି ।

ସାମଗ୍ରିକ ଭାବେ ଓଡ଼ିଶାରେ ଆମର ପୁଞ୍ଜିନିବେଶ ଯୋଜନା ୧୨,୦୦୦ କୋଟିରୁ ଅଧିକ ରହିଛି ଏବଂ ଆମେ ଅତିରିକ୍ତ ଯୋଜନା କରି ଏହି ବିନିଯୋଗ ୧୫,୦୦୦ କୋଟିରୁ ଅଧିକ କରିବାକୁ କାମ ଆରମ୍ଭ କରିଛୁ । ଆମେ ଆଶା କରୁଛୁ ଏହି ବିିନଯୋଗ ଓଡ଼ିଶା ରାଜ୍ୟରେ ୧୦,୦୦୦ ଅଧିକ ନିଯୁକ୍ତି ସୁଯୋଗ ଆଣିଦେବ ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କରନ୍ ଆଦାନୀ, ସୁବ୍ରତ ତ୍ରିପାଠୀ ଏବଂ ଅମିତ ଉପଲେଚଂର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!