ଓଡିଶୀ ଓ କୁଚିପୁଡି ନୃତ୍ୟରେ ତରଙ୍ଗାୟିତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

konarkfestଓଡିଶା ପର୍ଯ୍ୟଟନ ବିଭାଗ ନିବେଦିତ ତଥା ପର୍ଯ୍ୟଟନ ଉନ୍ନୟନ ନିଗମ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପ୍ରସ୍ତୁତିରେ କୋଣାର୍କ ଉସôବ ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଇଛି ଉଦ୍‍ଘାଟିତ ।
ଆଦ୍ୟ ସଂଧ୍ୟାରେ ଓଡିଶୀ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ପଦ୍ମଶ୍ରୀ ମାଧବୀ ମୁଦ୍‍ଗଲ ଓ ସାଥୀଙ୍କ ଦ୍ୱାରା ଆଦିଦେବ ସୂର୍ଯ୍ୟଙ୍କ ଉପାସନାରେ ପ୍ରସ୍ତୁତ ପ୍ରଥମ ଅଭିନୟ । ପରେ ପରେ ମହାକବି କାଳିଦାସ ବିରଚିତ ରୁତୁ ସଂହାର ଅନ୍ତର୍ଗତ ବସନ୍ତ ଆଗମନୀର ନୃତ୍ୟାଭିନୟକୁ ପରଶି ଦେଇଥିଲେ ଶିଳ୍ପୀ ବୃନ୍ଦ । ଏହାପରେ ବିବିଧ ତାଳବାଦ୍ୟର ସମନ୍ୱୟକୁ ନେଇ ପରିବେଷିତ ହୋଇଥିଲା “ବାଦ୍ୟ ବୈବିଧ୍ୟ” ର ନୃତ୍ୟ ରଚନା । ଓଡିଶୀ ନୃତ୍ୟର ଅନ୍ତିମ ପ୍ରସ୍ତୁତିରେ ଥିଲା ବୈଷ୍ଣବସନ୍ଥ ବଲ୍ଲଭାଚାର୍ଯ୍ୟ ବିରଚିତ ‘ମଧୁରାଷ୍ଟକମ୍‍’ ର ନୃତ୍ୟାଭିନୟ । ସମସ୍ତ ଅଭିନୟରେ ନୃତ୍ୟ ସଂଯୋଜନା ରହିଥିଲା ପଦ୍ମଶ୍ରୀ ମାଧବୀ ମୁଦ୍‍ଗଲଙ୍କର ଓ ସଂଗୀତ ସଂଯୋଜନା ଥିଲା ପଣ୍ଡିତ ମଧୁପ୍‍ ମୁଦ୍‍ଗଲାକର ।
ଦ୍ୱିତୀୟ ଚରଣରେ ପ୍ରସ୍ତୁତ ହୋଇଥିଲା କୁଚିପୁଡି । ଜୟକିଶୋର ମୋସାଳିକାନ୍ତି ଓ ସାଥି ପରିବେଷଣ କରିଥିଲେ ଶକ୍ତି ଉପାସନା ଆଧାରିତ ‘ତ୍ରିୟମ୍ବମ୍‍’ ର ନୃତ୍ୟାଭିନୟ । ବିଦ୍ୟାଦାୟିନୀ ସରସ୍ୱତୀ, ଏ÷୍ୟଶ୍ୱର୍ଯ୍ୟ ଦାୟିନୀ ଲକ୍ଷ୍ମୀ ଓ ସଂହାରକାରିଣୀ ଦୂର୍ଗାଙ୍କ ସ୍ତୁତିରେ ଅର୍ପିତ ହୋଇଥିଲା ଏହି ନୃତ୍ୟାଭିନୟ ।
ଆଜି ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୂବର୍ତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଭାନୁମତି ରାଉତରାୟ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣୀଗ୍ରାହୀ ଓ ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ନିତୀନ ଭାନୁଦାସ ଜାୱେଲ ।
ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ଆର୍ଶିୟା ସେଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଧୀରେନ୍ଦ୍ର ମଲ୍ଲିକ ଓ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡଃ ସଂଗୀତା ଗୋସାଇଁ ଓ ପର୍ଯ୍ୟଟନ ବିଭାଗର ବରିÂ ଅଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!