୧୨ଦଫା ଦାବିନେଇ ବିଧାନସଭା ସମ୍ମୁଖରେ ଉକ୍ରଳ ସାମ୍ବାଦିକ ସଂଘର ଧାରଣା

ujaସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୧୨ ଦଫା ଦାବିନେଇ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମଜିଠାରେ ଧାରଣା ଦିଆଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାର ସାମ୍ବାଦିକମାନେ ଧାରଣାରେ ଅଂଶଗ୍ରହଣ କରିଛନ୍ତି । ସଂଘ ପକ୍ଷରୁ ଦିଆଯାଇଥିବା ପ୍ରମୁଖ ଦାବିଗୁଡିକ ମଧ୍ୟରେ ଜିଲା ସୂଚନା ଅଧିକାରୀ ଓ ରାଜ୍ୟସ୍ତରୀୟ ସାମ୍ବାଦିକ ସଂଘ ଅନୁମୋଦିତ ସାମ୍ବାଦିକଙ୍କୁ ନେଇ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଶେଷ କରିବା, ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ସ୍ୱୀକୃତି ପ୍ରଦାନ ପାଇଁ ରାଜ୍ୟସ୍ତରୀୟ ସଂଘକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା, ମାଜିଥିଆ ବେତନ ଆୟୋଗ ସୁପାରିଶକୁ କଡାକଡି ଭାବେ ଲାଗୁ କରିବା ଦିଗରେ ସରକାରୀ ତପôରତା
ପ୍ରକାଶ, ବାର୍ଷିକ ୫ କୋଟି ଟଙ୍କା ପ୍ରଦାନ ପୂର୍ବକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ସ୍ୱାସ୍ଥ୍ୟବୀମା ଲାଗୁ କରିବା ସହ ବୀମାରାଶିକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି, ରାଜପଥରେ ଟୋଲ ଫି’ ଛାଡ, ସରକାରୀ ଓ ବେସରକାରୀ ବସରେ ନିଃଶୁଳ୍କ ଯାତ୍ରାର ସୁବିଧା, ଅବସରକାଳୀନ ଭା ପ୍ରଦାନ, ଜିଲା ମୁଖ୍ୟାଳୟ ଓ ସଦର ମହକୁମାରେ ବାସଗୃହ ଯୋଗାଣ, ରାଜଧାନୀରେ ସାମ୍ବାଦିକ ଭବନ ନିର୍ମାଣ, ପ୍ରେସ ଏକାଡେମୀ ସ୍ଥାପନ ଆଦି ପ୍ରମୁଖ ।

ଏହି ଧାରଣା କାର୍ଯ୍ୟକ୍ରମରେ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ବୈଷ୍ଣବ ଚରଣ ଜେନା, ନୃସିଂହ ନାରାୟଣ ଦାଶ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ସଭାପତି ପ୍ରତାପ ମହାପାତ୍ର, ଜଗତ୍ସିଂହପୁର ଜିଲା ସଭାପତି ରାମଚନ୍ଦ୍ର ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ଭୁବନେଶ୍ୱର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜୟ
ଖୁଟିଂଆ, ଜିତେନ୍ଦ୍ର ସାହୁ, ସନ୍ତକ ମହାପାତ୍ର, ମନୋରଞ୍ଜନ ମିଶ୍ର, ସତ୍ୟବାଦୀ ନାୟକ, ରାଜ୍ୟ ସମ୍ପାଦକ ହରିହର ସ୍ୱାଇଁ, ଲିଙ୍ଗରାଜ ସାହୁ, ଭୁବନେଶ୍ୱର ସମ୍ପାଦକ ଅଭିମନୁ୍ୟ ମହାପାତ୍ର, ଅଶୋକ ସାହୁ, ଭରତ ବେହେରା, ସୁବୋଧ କାନୁନ୍ଗୋ, କାର୍ଯ୍ୟାଳୟ ସମ୍ପାଦକ ପରମେଶ୍ୱର ଦାଶ, ବରିÂ ସାମ୍ବାଦିକ ବିଜୟ
କୁମାର ପଣ୍ଡା, ଉମେଶ କୁମାର ସାମନ୍ତରାୟ ଓ ପ୍ରସନ୍ନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Share in top social networks!