ଆସନ୍ତା କାଲି ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ

ଆସନ୍ତା କାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୦ଟାରେ ଭୁବନେଶ୍ୱର ପହଂଚିବେ । ତାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବେ । ଏହା ପରେ ଶ୍ରୀ ଜେଟ୍ଲୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି । ଅପରାହ୍ନ ୩ ଟାରେ ହୋଟେଲ ସ୍ୱସ୍ଥି ପ୍ରିମିୟମଠାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଅନୁÂିତ ହେବାକୁ ଥିବା “ଭାରତୀୟ ଅର୍ଥନୀତି-ଏକ ନୂତନ ଦିଗନ୍ତ” ନାମକ ଏକ ଅଲୋଚନା ଚକ୍ରରେ ଯୋଗ ଦେବେ । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଆହୁତ ଏହି ଆଲୋଚନା ଚକ୍ରରେ ରାଜ୍ୟର ବହୁ ପ୍ରତିÂିତ ଶିଳ୍ପଦ୍ୟୋଗୀ, ବ୍ୟବସାୟୀ, ବ୍ୟବସାୟୀ ଅନୁÂାନ, ଡାକ୍ତର, ଇଂଜିନିୟର, ଅବସରପ୍ରାପ୍ତ ସାମରିକ ପଦାଧିକାରୀ, ଅବସରପ୍ରାପ୍ତ ପ୍ରଶାସକ, ଚାଟାର୍ଡ ଆକାଉଂଟାଂଟ ଏବଂ ବହୁ ବୁଦ୍ଧିଜିବୀ ଯୋଗ ଦେବେ । ଏହା ପରେ ସଂଧ୍ୟାରେ ଶ୍ରୀ ଜେଟ୍ଲୀ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Share in top social networks!