ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ

lpmeetingଆସନ୍ତା କାଲିଠୁ ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ନିଷ୍କ୍ରିୟତାକୁ ନେଇ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳା, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ମହାନଦୀ, ଧାନ ମଂଡି, ଅଭାବୀ ଧାନ ବିକ୍ରି ଆଦି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବ ବୋଲି ଆଜି ବିଧାୟକ ଦଳ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଅଛି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ବିଧାୟକ ଦଳ ବୈଠକ ବସିଥିଲା । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଭାପତି ତଥା ବିଧାୟକ ବସନ୍ତ ପଣ୍ଡାଙ୍କ ସମେତ ବିଧାୟକ ଦୁର୍ଯୋଧନ ମାଝୀ, ରବି ନାରାୟଣ ନାଏକ, ଶ୍ରୀମତୀ ରାଧାରାଣୀ ପଣ୍ଡା, ବିଭୁତି ଭୂଷଣ ହରିଚନ୍ଦନ, ପ୍ରଦୀପ ପୁରୋହିତ, ନିତେଶ ଗଙ୍ଗଦେବ, ଗୋବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ପରେ ବିଧାୟକ ଶ୍ରୀ ପୁରୋହିତ କହିଥିଲେ ଯେ, ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନର ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବ । ସେହିପରି ରାଜ୍ୟରେ ଧାନ ଅମଳ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିବାରେ ବିଫଳ ହୋଇଛି ରାଜ୍ୟ ସରକାର । ଏହି କାରଣରୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଅନ୍ୟ ପଟେ ରାଜସ୍ୱ ବିଭାଗ ୩୩ ପ୍ରତିଶତ ମରୁଡି ପ୍ରଭାବିତ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ବୀମା କଂପାନୀ ୨୨ ରୁ ୨୩ ପ୍ରତିଶତ କ୍ଷତିପୁରଣ ଦେବା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁÂାନ ସହ ଆଲୋଚନା କରି ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ବିଜେପି ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ବିଧାନସଭାରେ ମିଥ୍ୟା ତଥ୍ୟ ଦିଆଯାଏ ବୋଲି ଶାସକ ବିଜେଡି ଦଳର ପ୍ରବକ୍ତା ଦେଇଥିବା ବକ୍ତବ୍ୟ ଉପରେ ମତ ପ୍ରକାଶ କରି ଶ୍ରୀ ପୁରୋହିତ କହିଛନ୍ତି ଯେ, ଏଭଳି ବକ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ଶାସକ ବିଜେଡି ଦଳ ମିଥ୍ୟା ଉପରେ ପରିଚାଳିତ ବୋଲି ପ୍ରମାଣିତ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ୍ କରିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Share in top social networks!