ମେକ ଇନ ଓଡିଶାର ସଫଳତା ଓଡିଶାର ଯୁବ ପୀଢୀ ପାଇଁ ଅତ୍ୟନ୍ତ ଜରୁରୀ

15181226_1299140466794677_4730794646420362799_nଓଡିଶା ସାରା ଦେଶରେ ପୁଂଜି ନିବେଶ ପାଇଁ ଉକ୍ରୃଷ୍ଟ କ୍ଷେତ୍ର ହୋଇଥିବା ସତ୍ୱେ ଓଡିଶାରେ ପ୍ରସ୍ତାବିତ ପୁଂଜି ନ ଆସିବା ଓ ଓଡିଆ ଲୋକ ମାନେ ରାଜ୍ୟର ସମ୍ଭାବନା ଅନୁସାରେ ଆର୍ଥିକ ପ୍ରଗତିରେ ଭାଗିଦାର ନ ହୋଇ ଥିବା ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।
ଆଜି ଠାରୁ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଅଙ୍ଗ ଭାବରେ ମେକ ଇନ ଓଡିଶା କନକ୍ଲେଭ ଓଡିଶାର ଭବିଷ୍ୟତ ପୁଂଜି ନିବେଶ ଯୋଜନା ବେଳେ ଅତୀତର ବିଫଳତାରୁ ଶିକ୍ଷା ଲାଭ କରିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ସେ କହିଛନ୍ତି ଯେ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ପୁଂଜିନିବେଶ କାରୀ କେବଳ ଇଚ୍ଛା ପ୍ରକଟରେ ଓଡିଶା ସରକାର ସନ୍ତୁଷ୍ଟ ନ ହୋଇ ଭବିଷ୍ୟତରେ ପୁଂଜି ଯେପରି ଓଡିଶାରେ ପ୍ରକୃତରେ ନିବେଶ ହୋଇ ପାରିବ ସେଥି ପାଇଁ ଅନୁକୂଳ ବାତାବରଣ ଓ ରାଜନୈତିକ ଇଚ୍ଛା ଶକ୍ତିକୁ କ୍ରିୟାଶୀଳ କରିବାକୁ ପଡିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ରାଜ୍ୟରେ ବୃହତ ଶିଳ୍ପ, ତାପଜ ବିଦ୍ୟୁତ କେନ୍ଦ୍ର, ଜଳ ବିଦ୍ୟୁତ କେନ୍ଦ୍ର ଓ ଦୀର୍ଘ ବେଳାଭୂମି କାରଣରୁ ବନ୍ଦର ନିର୍ମାଣ ପାଇଁ ଆସିଥିବା ପୂଂଜି ନିବେଶ ପ୍ରସ୍ତାବ କାହିଁକି ପ୍ରସ୍ତାବରେ ରହି ଯାଇଛି ମେକ ଇନ ଓଡିଶାରେ ଯୋଗ ଦେବାକୁ ଆସିଥିବା ନିବେଶକାରୀ ମାନଙ୍କ କ୍ଷେତ୍ରରେ ତାହା କିପରି ପୁନରାବୃତି ନ ହେବ ତାର ଆଗୁଆ ଯୋଜନା ଅତ୍ୟନ୍ତ ଜରୁରୀ ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ଲୁହାପଥର, ଆଲୁମିନିୟମ ଓ ଅନ୍ୟାନ୍ୟ ହେଭି ମେଟାଲ ବ୍ୟବହାରରେ ଶିଳ୍ପ ପ୍ରତିÂା ପାଇଁ ୯୨ଟି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ମାତ୍ର ଏଥି ମଧ୍ୟରୁ ୬ଟି କାର୍ଯ୍ୟକ୍ଷମ ହେଲା ବେଳେ ୪୬ଟି ବୁଝାମଣା ପତ୍ର କରିଥିବା କମ୍ପାନୀ ମାନଙ୍କର ଚିହ୍ନ ବର୍ଣ ନାହିଁ । ୪୦ଟି ଏମଓୟୁ ନାମକୁ ମାତ୍ର ପଡି ରହିଛି ।
ସେହିପରି ଇଣ୍ଡିପେଣ୍ଡେଂଟ ପାବାର ପ୍ରଜେକ୍ଟ ପାଇଁ ୨୮ଟି ବୁଝାମଣା ପତ୍ର ହୋଇଥିବା ବେଳେ ମାତ୍ର ୩ଟିର ଉପôାଦନ ହେଉଛି ଓ ୨୫ଟିରେ ଆଦୌ କାମ ଆରମ୍ଭ ହୋଇ ନାହିଁ । ୧୮ଟି ଜଳ ବିଦ୍ୟୁତ ଉପôାଦନ ଏମଓୟୁ ମଧ୍ୟରୁ ଗୋଟିଏ ରେ ବି କାମର କୌଣସି ଅଗ୍ରଗତି ହୋଇ ନାହିଁ । ସେହିପରି ଚାରିଟି ପୋର୍ଟ ନିର୍ମାଣ ପାଇଁ ଏମଓୟୁ ହୋଇଥିବା ବେଳେ ଗୋଟିଏ ବନ୍ଦର ସମ୍ପୂର୍ଣ ହୋଇଛି ଓ ତିନୋଟିର କାମ ଆରମ୍ଭ ହୋଇ ନାହିଁ ।
ଉପରୋକ୍ତ ବିଫଳତାର ପୃÂଭୂମିକୁ ଅନୁଶୀଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି । କୋଇଲା ଓ ହେଭି ମେଟାଲ ଛଡା ଅନ୍ୟ କୌଣସି କ୍ଷେତ୍ରରେ ଓଡିଶା ପୂର୍ବରୁ ଯୋଜନା ତିଆରି କରି ନ ଥିବା ସ୍ପଷ୍ଟ ଭାବେ ଜଣା ପଡୁଛି । ଓଡିଶାରେ ପର୍ଯ୍ୟଟନ, ହ୍ୟାଣ୍ଡଲୁମ, ହ୍ୟାଣ୍ଡିକ୍ରାଫ୍ଟ ବୁଦ୍ଧିମାନ ଓ କର୍ମଠ ମାନବ ସମ୍ବଳ କାରଣରୁ ବ୍ୟାପକ ଡାଉନଷ୍ଟ୍ରିମ ଶିଳ୍ପର ସମ୍ଭାବନାକୁ ପୂର୍ବରୁ ଗୁୁରୁତ୍ୱ ଦିଆଯାଇ ନ ଥିଲା । ପାରାଦୀପରେ ତୈଳ ବିଶୋଧନାଗାର ପରେ ଓଡିଶା ଦକ୍ଷିଣ ପୂର୍ବ ଏସିଆର ସର୍ବ ବୃହତ ପେଟ୍ରୋ କେମିକାଲ ହବର ସମ୍ଭାବନା ରଖୁଛି ।
ଓଡିଶାରେ ମେକ ଇନ ଇଣ୍ଡିଆର ସଫଳତା ଯୁବକ ଓ ଭବିଷ୍ୟତ ପୀଢୀର ଆର୍ଥିକ ସଫଳତା ସହ ଯୋଡି ହୋଇଥିବା କାରଣରୁ ପୂର୍ବ ଭୁଲରୁ ଶିକ୍ଷା ଗ୍ରହଣ କରି ମେକ ଇନ ଓଡିଶାର ସଫଳତା ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଟଙ୍କଧର ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।

Share in top social networks!