ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ପି୍ରମିୟମ୍ର ୭୫ ଭାଗ ସରକାର ଦେବେ: ମନ୍ତ୍ରୀ ଶ୍ରୀ ଆରୁଖ

arukhଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ପି୍ରମିୟମ୍ର ଶତକଡା ୭୫ ଭାଗ ସରକାର ଦେବେ ଓ ଅବଶିଷ୍ଟ ୨୫ ଭାଗ ହିତାଧ#କାରୀ ସାମ୍ବାଦିକ ବହନ କରିବେ ବୋଲି ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଘୋଷଣା କରିଛନ୍ତିା
ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଆରୁଖ ସଚିବାଳୟସ୍ଥ ପ୍ରେସ୍ ଲାଉଞ୍ଜ ପରିଦର୍ଶନରେ ଆସି ସାମ୍ବାଦିକମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥ#ଲୋ ସାମ୍ବାଦିକମାନଙ୍କୁ ସରକାରଙ୍କ ପକ୍ଷରୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବା ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୨୧୦୦ ସାମ୍ବାଦିକ ପରିବାର (ପ୍ରତ୍ୟେକ ପରିବାରର ସର୍ବାଧ#କ ୫ ଜଣ ସଦସ୍ୟ) ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ହୋଇଛନ୍ତି ଓ ସେମାନଙ୍କୁ ସ୍ୱାସ୍ଥ୍ୟବୀମା ବାବଦରେ ବାର୍ଷିକ ୪ ହଜାର ୬୮୦ ଟଙ୍କା ପି୍ରମିୟମ୍ ଦେବାକୁ ପଡିବ, ଯେଉଁଥ#ରୁ ଶତକଡା ୭୫ ଭାଗ ରାଜ୍ୟ ସରକାର ବହନ କରିବେ ଏବଂ ଅବଶିଷ୍ଟ ୨୫ ଭାଗ ପ୍ରିମିୟମ୍ ଅର୍ଥ ହିତାଧ#କାରୀ ସାମ୍ବାଦିକ ବହନ କରିବୋ
ରାଜ୍ୟରେ ଥ#ବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ବୋଲି ପ୍ରକାଶ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ୨୦୦୯ ମସିହାରୁ କ୍ଷୁଦ୍ର ସମ୍ବାଦପତ୍ରମାନେ ବିଜ୍ଞାପନ ଦର ସଂଶୋଧନ କରିବାକୁ ଦାବି କରି ଆସୁଥ#ଲୋ ଦୀର୍ଘବର୍ଷ ଧରି ବିଜ୍ଞାପନ ବର୍ଗ ସେଣ୍ଟିମିଟର ପ୍ରତି ମାତ୍ର ୪ ଟଙ୍କା ଥ#ବା ବେଳେ ଏହାକୁ ବୃଦ୍ଧି କରାଯାଇ ବର୍ଗ ସେଣ୍ଟିମିଟର ପ୍ରତି ୧୦ ଟଙ୍କା କରାଯାଇଛି, ଯଦ୍ଦ୍ୱାରା ବହୁ ସମ୍ବାଦପତ୍ର ଉପକୃତ ହୋଇପାରିବୋ
ମନ୍ତ୍ରୀ ଶ୍ରୀ ଆରୁଖ ସାମ୍ବାଦିକମାନେ ସମ୍ମୁଖୀନ ହେଉଥ#ବା ଅସୁବିଧା ସଂପର୍କରେ ଅଳ୍ପବହୁତ ଅବଗତ ଥ#ବା କହିଥ#ଲୋ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଥ#ଲୋ
ସାମ୍ବାଦିକମାନେ ବିବିଧ ସମସ୍ୟା ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲୋ ବରିଷ୍ଠ ସାମ୍ବାଦିକମାନଙ୍କୁ ପେନ୍ସନ୍ ପ୍ରଦାନ ବ୍ୟବସ୍ଥା, ସରକାରୀ ଅଧ#ସ୍ୱୀକୃତି ପାଇନଥ#ବା ସାମ୍ବାଦିକମାନଙ୍କୁ ସଚିବାଳୟ ପ୍ରବେଶପତ୍ର ଦେବା, ପର୍ଯ୍ୟାୟକ୍ରମେ ସମସ୍ତ ଅଧ#ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ବାସଗୃହ ଯୋଗାଇଦେବା, ବୈଦୁ୍ୟତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଓ ଫଟୋ ସାମ୍ବାଦିକମାନଙ୍କୁ ସରକାରୀ ଅଧ#ସ୍ୱୀକୃତି ଦେବା ଏବଂ ପ୍ରେସ୍ ଲାଉଞ୍ଜର ଆନୁଷଙ୍ଗିକ ବ୍ୟବସ୍ଥାଗୁଡିକର ଉନ୍ନତିକରଣ କରିବା ଆଦି ବିଷୟରେ ଆଲୋଚନା ହୋଇଥ#ଲାା ସାମ୍ବାଦିକମାନଙ୍କ ତରଫରୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଓ ବିଭାଗୀୟ ଅଧ#କାରୀମାନଙ୍କୁ ସ୍ୱାଗତ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥ#ଲାା

Share in top social networks!