“ଭାରତୀୟ ଅର୍ଥନୀତିରେ ନୂତନ ଦିଗନ୍ତ” ଆଲୋଚନା ଚକ୍ରରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ୍ ଜେଟ୍ଲୀ

15078819_551598385028714_5433094266595073093_nଆସନ୍ତା ଡିସେମ୍ବର ୧ ତାରିଖରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆହୁତ “ଭାରତୀୟ ଅର୍ଥନୀତିରେ ନୂତନ ଦିଗନ୍ତ” ନାମକ ଏକ ଆଲୋଚନା ଚକ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀ ଅରୁଣ୍ ଜେଟ୍ଲୀ ଯୋଗ ଦେବେ । ହୋଟେଲ ସ୍ୱସ୍ଥି ପ୍ରିମିୟମର ସମ୍ମିଳନୀ କକ୍ଷରେ ୧ ତାରିଖ ଦିବା ୩ ଘଟିକା ସମୟରେ ଆରମ୍ଭ ହେବାକୁ ଥିବା ଏହି ଆଲୋଚନା ଚକ୍ରରେ ନିମନ୍ତ୍ରିତ ବହୁ ବୁଦ୍ଧିଜୀବି ବିଶେଷ କରି ଶିଳ୍ପପତି, ବ୍ୟବସାୟୀ, ଚାଟାର୍ଡ ଆକାଉଂଟାଂଟ, ଡାକ୍ତର, ଇଂଜିନିୟର, ଓକିଲ, ଶିକ୍ଷକ ଓ ଅଧ୍ୟାପକ, ପୂର୍ବତନ ସାମରିକ ପଦାଧିକାରୀ, ଅବସରପ୍ରାପ୍ତ ପ୍ରଶାସକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବ୍ୟବସାୟୀ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଜଣାଇଛନ୍ତି ।

Share in top social networks!