ତାଳଚେର ଖଣି ଅଂଚଳ ପ୍ରତିନିଧି ମଣ୍ଡଳ ଭେଟିଲା କେନ୍ଦ୍ର ଖଣି, କୋଇଲା ଓ ଶକ୍ତି ମନ୍ତ୍ରୀଙ୍କୁ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ

talcherତାଳଚେର ଅଂଚଳର କୋଇଲା ଖଣି ପ୍ରଭାବିତ ବିଭିନ୍ନ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଠାରେ କେନ୍ଦ୍ର କୋଇଲା, ଖଣି ଓ ଶକ୍ତିମନ୍ତ୍ରୀ ପିୟୁସ ଗୋଏଲଙ୍କୁ
ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ପ୍ରତିନିଧିମାନେ କଳମଛୁଇଁ, କୁମୁଣ୍ଡା, ଆମ୍ବପାଳ, ନତଡ଼ା, ଜଅଁରା, କଂଟାଳ ଓ ଘଂଟପଡ଼ା ଗାଁକୁ ପ୍ରତିନିଧିତ୍ୱ କରୁଥିଲେ ।

ସରକାରଙ୍କ ବିସ୍ଥାପନ ନୀତି ପାଳନ ନହେବା, କୋଇଲା ଖଣି ଅଂଚଳରେ ପାଣି, ରାସ୍ତା, ବିଜୁଳି, ସ୍ୱାସ୍ଥ୍ୟସେବା ସମ୍ପର୍କୀତ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଅବଗତ କରାଯାଇଥିଲା । ସିଏସ୍ଆର୍ କାର୍ଯ୍ୟରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କାରଣରୁ ସ୍ଥାନୀୟ ଅଂଚଳରେ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ ହେବାରେ ସମସ୍ୟା ଦେଖାଦେଉଥିବା ଏହି ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Share in top social networks!