ଆର୍ଥିକ ବର୍ଷ ୨୦୧୫-୨୦୧୬ ପାଇଁ ଓପିଜିସିର ମଧ୍ୟବର୍ତ୍ତୀ କାଳୀନ ଲାଭାଂଶ ଘୋଷଣା

opgcଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ରାଜ୍ୟର ଲାଭାଂଶ ବାବଦକୁ ୧୫ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଅଛି । ଉକ୍ତ ଚେକ୍ଟି ଓପିଜିସିର ପରିଚାଳନା ନିଦେ୍ର୍ଧଶକ ଶ୍ରୀଯୁକ୍ତ ଇନ୍ଦ୍ରନୀଲ୍ ଦତ୍ତ ଏବଂ ବିତ୍ତ ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରପ୍ରସାଦ ନାୟକଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଅଛି । ଏହି ଅବସରରେ, ମାନ୍ୟବର ଶକ୍ତିମନ୍ତ୍ରୀ, ଓଡ଼ିଶା- ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓପିଜିସିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେଶ ବର୍ମା, ଆଇ.ଏ.ଏସ୍ ଉପସ୍ଥିତ ଥିଲେ ।

କମ୍ପାନୀ ର ଲାଭାଂଶ ନୀତି ଅନୁଯାୟୀ ଆର୍ଥିକ ବର୍ଷ ୨୦୧୫-୧୬ ପାଇଁ ଲାଭର ୨୫ ପ୍ରତିଶତ ମଧ୍ୟବର୍ତ୍ତୀ କାଳୀନ ଲାଭାଂଶ ଭାବେ ଘୋଷଣା କରାଯାଇଅଛି ଯାହାକି ବିନିଯୋଗ ହୋଇଥିବା ଅଂଶଧନର ୬ ପ୍ରତିଶତ । କମ୍ପାନୀ ସୂତ୍ରରୁ ପ୍ରକାଶ ଯେ, ଏହି ଅନ୍ତରିଣ ଲାଭାଂଶ ହିଁ ଚୁଡ଼ାନ୍ତ ଲାଭାଂଶ ଭାବେ ଘୋଷଣା ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୧,୫୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ଓପିଜିସି ୬୬୦ ମେଗାୱାଟ ବିଶିଷ୍ଟ କ୍ଷମତା ସମ୍ପର୍ଣ୍ଣ ଆଉ ୨ ଗୋଟି ତାପଜ ବିଦ୍ୟୁତ କେନ୍ଦ୍ର ଝାରସୁଗୁଡ଼ା ଜିଲ୍ଲାର ବନହରପାଲ୍ଲି ସ୍ଥିତ ଇବ ଥର୍ମାାଲ ପାୱାର ଷ୍ଟେସନଠାରେ ନିର୍ମାଣ କାର୍ଯ୍ୟ ହାତକୁ ନେଇଅଛି । ଯେହେତୁ ଲାଭର ପ୍ରମୁଖ ଅଂଶ ସମ୍ପ୍ରସାରଣ ପ୍ରକଳ୍ପରେ ବିନିଯୋଗ ହେଉଅଛି, ନୂତନ ୟୁନିଟ୍ ଦ୍ୱୟର ବ୍ୟବସାୟୀକ ପ୍ରକ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ଲାଭାଂଶ ବିତରଣକୁ ମୋଟ ଲାଭର ୨୫ ପ୍ରତିଶତ ରେ ସୀମିତ ରଖିବା ପାଇଁ କମ୍ପାନୀ ଦ୍ୱାରା ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଉକ୍ତ ନୂତନ ପ୍ରକଳ୍ପ ଦ୍ୱୟ ୨୦୧୭-୧୮ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଯୋଜନା ଅଛି ।

Share in top social networks!