ଆସନ୍ତା ଜାନୁଆରୀ ୮ରେ ଦ୍ୱିତୀୟ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍

tatamarathon ଟାଟା ଷ୍ଟିଲ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଆସନ୍ତା ଜାନୁଆରୀ ୮ ତାରିଖରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍-୨୦୧୭ ଆୟୋଜନ କରିବ । ଜାତୀୟ ଯୁବ କ୍ରୀଡ଼ା ଦିବସ ପାଳନ ଅବସରରେ ଦ୍ୱିତୀୟ ବର୍ଷ ଲାଗି ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ନିଦେ୍ର୍ଧଶକ ତଥା ଅତିରିକ୍ତ ସଚିବ ଶ୍ରୀ ଅନନ୍ତ କିଶୋର ଜେନା, ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ସୁନୀଲ ଭାସ୍କରନ୍, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ତଥା ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅରୁଣ ମିଶ୍ରଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ହାଫ୍ ମାରାଥନ୍ର ଅନ୍ଲାଇନ୍ ପଞ୍ଜୀକରଣ ଉଦିଷ୍ଟ ୱେବସାଇଟ୍, ଓ ଆଧିକାରୀକ ଟି-ସାର୍ଟ ମଧ୍ୟ ଉନ୍ମୋଚନ କରାଯାଇଥିଲା ।

ଆଗାମୀ ମାରାଥନ୍ ଗତ ବର୍ଷ ତୁଳନାରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିବ ବୋଲି ଶ୍ରୀ ଜେନା ଆଶାବ୍ୟକ୍ତ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସୁନୀଲ ଭାସ୍କରନ୍ କହିଥିଲେ ଯେ, ଆମେ ବିଶ୍ୱସ୍ତରୀୟ କୌଶଳ ପ୍ରୟୋଗ କରିବା ସହିତ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍କୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦୌଡ଼ ପ୍ରତିଯୋଗିତାରେ ପରିଣତ କରିବାକୁ ଉଦ୍ୟମ କରୁଛୁ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମାରାଥନ୍ ଆୟୋଜନ ନିମନ୍ତେ ଅତ୍ୟାନୁଧିକ କୌଶଳ ସମେତ ଆବଶ୍ୟକ ପଦକ୍ଷେପମାନ ନିଆଯାଉଛି । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ କରିବା ସହ ପେସାଦାର ଖେଳକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରେରିତ କରିବ ବୋଲି ଶ୍ରୀ ଅରୁଣ ମିଶ୍ର ଏହି ଅବସରରେ ପ୍ରକାଶ କରିଥିଲେ ।

ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ରେ ୨୧.୧ କିଲୋମିଟରର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହେବ । କଳିଙ୍ଗ ଷ୍ଟାଡ଼ିୟମ୍ରୁ ଏହି ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇ ଖଣ୍ଡିଗିରୀ ଛକ ପର୍ଯ୍ୟନ୍ତ ଯିବାପରେ ପୁଣି କଳିଙ୍ଗ ଷ୍ଟାଡ଼ିୟମ୍ରେ ଶେଷ ହେବ । ୨୧.୧ କିଲୋମିଟର ହାଫ୍ ମାରାଥନ୍ ବ୍ୟତୀତ ଅନୁÂାନ, କଲେଜ ଓ କର୍ପୋରେଟ୍ ସଂସ୍ଥା ପାଇଁ ୧୦ କିଲୋମିଟର ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୫ କିଲୋମିଟର ଦୂରତାର ଦୌଡ଼ ପ୍ରତିଯୋଗିତାର ଆୟୋଜନ କରାଯିବ । ସକାଳ ୫.୩୦ ସୁଦ୍ଧା ପ୍ରତ୍ୟେକ ବିଭାଗର ପ୍ରତିଯୋଗୀଙ୍କୁ ଆୟୋଜନ ସ୍ଥଳୀରେ ପହଞ୍ଚôବାକୁ ପଡିବ ।

ଟାଇମିଂ ମ୍ୟାଟ୍ ଓ ଏହାର ନିୟନ୍ତ୍ରଣ, ରେଡ଼ିଓ ଫ୍ରିକ୍ୱୋଏନ୍ସି ଆଇଡେଂଟିଫିକେସନ୍ (ଆରଏଫ୍ଆଇଡ଼ି) ଚିପ୍ , ରାସ୍ତାରେ ସ୍ପିଲ୍ଟ ଟାଇମିଂ ମ୍ୟାଟ୍, ଟ୍ରାକିଂ କ୍ୟାମେରା, ୱାଇ ଫାଇ ନେଟୱର୍କ ଭଳି ଅତ୍ୟାଧୁନିକ କୌଶଳର ପ୍ରୟୋଗ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ କରାଯିବ ।

ବିଭିନ୍ନ ବିଭାଗରେ ବିଜେତାମାନଙ୍କୁ ମୋଟ ୯ ଲକ୍ଷ ୧୪,୦୦୦ (ଟିକସକୁ ଛାଡ଼ି) ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ୩ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଉଭୟ ଓ ପୁରୁଷ ମହିଳା ବିଭାଗର ୨୧.୧ କିଲୋମିଟର ଦୌଡ଼ର ଚମ୍ପିୟନ୍ମାନଙ୍କୁ ସର୍ବାଧିକ ୧,୦୦,୦୦୦ ଟଙ୍କା (ପୁରୁଷ ଓ ମହିଳା ବିଭାଗ) ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।

ପ୍ରତ୍ୟେକ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବିଭାଗର ପୁରସ୍କାର ରାଶି (ପ୍ରଯୁଜ୍ୟ କର ଛାଡ଼ି) ର ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା ।

Share in top social networks!