ବିଜେପି ନେତ୍ରୀଙ୍କୁ ଅଣ୍ଡାମାଡର ପ୍ରତିବାଦ କଲା ବିଜେପି ମହିଳା ମୋର୍ଚ୍ଚା

mahilaପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର କର୍ମୀ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ ବିଜେପି ରାଜ୍ୟ ସଂପାଦିକା ଶ୍ରୀମତୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରକୁ ଗତ କାଲି ସଂଧା ସମୟରେ ହୋଇଥିବା ଅଭଦ୍ର ବ୍ୟବହାର ଏବଂ ଅଣ୍ଡାମାଡ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା ।
ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତରେ ଶତାଧିକ ମହିଳା କର୍ମୀ ପାର୍ଟି କାର୍ଯ୍ୟାଳୟଠାରୁ ଦିନ ୪ଟା ବେଳେ ବାହାରି ମାଷ୍ଟର କ୍ୟାଟିନ ଛକଠାରେ କଳା ବ୍ୟାଚ୍ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିପିଲି ଟୋଲ ଗେଟ୍ଠାରେ ଗତ କାଲି ସଂଧ୍ୟା ସମୟରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବିଜେଡିର ଗୁଣ୍ଡାମାନେ ରାଜ୍ୟ ସଂପାଦିକା ଡ. ସାମନ୍ତସିଂହାରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଣ୍ଡାମାଡ କରିଥିଲେ । ଏହି ଘଟଣାଟି ପୂର୍ବ ନିର୍ଦ୍ଧାରିତ ଏବଂ ପ୍ରାୟୋଜିତ ବୋଲି ଘଟଣା ସ୍ଥଳରେ ପୋଲିସ ଅଧିକାରୀ ଓ ମିଡିଆ ପ୍ରତିନିଧିମାନଙ୍କ ଉପସ୍ଥିତି ସ୍ପଷ୍ଟ କରିଛି । ବିଜେଡି ଦଳର ଚକ୍ରାନ୍ତ ବିଷୟରେ ପୋଲିସ ଏବଂ ପ୍ରଶାସନ ଜାଣି ମଧ୍ୟ ଏହାକୁ ପ୍ରତିରୋଧ ନକରିବା ଅତ୍ୟନ୍ତ ଦୁଖଃଦ ଓ ପରିତାପର ଘଟଣା । ଏକ ରାଜନୈତିକ ଦଳର ମହିଳା କାର୍ଯ୍ୟକର୍ତାଙ୍କୁ ଆକ୍ରମଣ ଓଡିଶା ପାଇଁ ଘୋର ଲଜ୍ଜ୍ୟାଜନକ ଅଟେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୭ବର୍ଷ ଶାସନ କାଳରେ ମହିଳା ସବୁଠାରୁ ଉପେକ୍ଷିତ ଏବଂ ଅବହେଳିତ । ଏହି ଘଟଣା ମହିଳାଙ୍କ ସୁରକ୍ଷା ଉପରେ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୋଲଗଡରେ ମହିଳା ତହସିଲଦାରଙ୍କୁ ବିଧାୟକଙ୍କ ମାଡ ଓ ପିପିଲିରେ କୃଷିମନ୍ତ୍ରୀଙ୍କ ଇଙ୍ଗିତରେ ମହିଳା କାର୍ଯ୍ୟନେତ୍ରୀଙ୍କୁ ଅଣ୍ଡାମାଡ ସୂଚାଉଅଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ବିଜେଡି ସରକାର ମହିଳା ବିରୋଧୀ । ତୁରନ୍ତ ଅଣ୍ଡାମାଡ କରିଥିବା ବିଜେଡି ଗୁଣ୍ଡାମାନଙ୍କୁ ଗିରଫ କରିବା ଓ ସେଠାରେ ସେହି ସମୟରେ ଉପସ୍ଥିତ ଥିବା ପୋଲିସ୍ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ଦାବୀ ନେଇ ଭାଜପା ମହିଳା ମୋର୍ଚ୍ଚାର ଏହି ବିକ୍ଷୋଭ ଏବଂ ପ୍ରତିବାଦ ସଭାରେ ଦାବୀ କରାଯାଇଥିଲା । ପ୍ରକାଶ ଥାଉ ଯେ, ଏକଦା ବିଜେପି ନେତାଙ୍କୁ ପିପିଲି ମାଟି ମଡାଇ ଦିଆ ଯିବ ନାହିଁ ବୋଲି କହିଥିବା ସ୍ଥାନୀୟ ପ୍ରତିନିଧି ତଥା ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏ ଘଟଣାରେ ରାଜ୍ୟର ମାତୃଜାତି ପାଖରେ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।

Share in top social networks!