କେନ୍ଦ୍ର ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଢେ଼ଙ୍କାନାଳ ଜିଲ୍ଲାର ଗଡପଳାଶୁଣି, କଙ୍କଡାହାଡ ବ୍ଲକଠାରେ ଲୋକାର୍ପିତ

dpdhenkanalମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଜି ଢେ଼ଙ୍କାନାଳ ଜିଲ୍ଲାର, ଗଡପଳାଶୁଣି, କଙ୍କଡାହାଡ ବ୍ଲକ୍ଠାରେ କେନ୍ଦ୍ର ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ‘ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ)’ଲୋକାର୍ପିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଅଗ୍ରଣୀ ତୈଳ ବିପଣନ କମ୍ପାନି- ଯେପରିକି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ୍ ପେଟ୍ରାଲିୟମ୍ କର୍ପୋରେସନ୍ର ପ୍ରମୁଖ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀ ପ୍ରିତିଶ୍ ଭରତ, ଜେନେରାଲ୍ ମ୍ୟାନେଜର୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଏମ୍ଡି) ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଏହି ଯୋଜନାର ବିବରଣୀ ବାଖ୍ୟା କରିଥିଲେ । ଏହି ଯୋଜନା ର ମୁଖ୍ୟ ଉଦେ୍ଧଶ୍ୟ ସୁଖୀ ଜୀବନ – ସୁସ୍ଥ ଜୀବନ, ଏବଂ ଏହି ଯୋଜନା ର ପରିକଳ୍ପନା ମହିଳାମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଓ ଘରର ପ୍ରଦୁଷଣକୁ ହଟେଇବା ପାଇଁ କରାଯାଇଛି । ଗ୍ୟାସ୍ ରିଫିଲ୍ ଏବଂ ଷ୍ଟୋଭ୍ ନେବା ପାଇଁ ବିଭିନ୍ନ ଋଣ ଯୋଜନାର ବିଶେଷ ବିବରଣୀ ସଂପର୍କରେ ମଧ୍ୟ ସେ ବୁଝାଇଥିଲେ । ପିଏମ୍ୟୁୱାଇ ଯୋଜନା ଅନ୍ତର୍ଗତ ନୂତନ ଗ୍ୟାସ କନେକ୍ସନ ନେବା ପାଇଁ କୋ÷ଣସି ପ୍ରକାରର ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଏଥିରେ ସମସ୍ତ ହିତାଧିକାରୀଙ୍କୁ କୌଣସି ମଧ୍ୟସ୍ଥିଙ୍କ ସହାୟତା ନେବାକୁ ପଡିବ ନାହିଁ ଏବଂ ସେମାନେ ସିଧାସଳଖ ଭାବରେ ତୈଳ ବିପଣନ କମ୍ପାନି ବିତରକମାନଙ୍କୁ ଗ୍ୟାସ କନେକ୍ସନ ପାଇଁ ଯୋଗାଯୋଗ କରିପାରିବେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମଗ୍ର ଦେଶରେ ପ୍ରାୟ ୧.୧୩ କୋଟି ଏଲ୍ପିଜି ସଂଯୋଗ ‘ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ)’ ଅଧିନରେ ଗରିବ ଲୋକଙ୍କୁ ପ୍ରଦାନ କରାଯାଇଛି ଏବଂ ଓଡିଶାରେ ଏହି ଯୋଜନା ଲୋକାର୍ପିତ ହେବା ପରଠୁ ପ୍ରାୟ ୫ ଲକ୍ଷରୁ ଉଦ୍ଧ୍ୱର୍ ଏଲ୍ପିଜି ସଂଯୋଗ ଓଡିସାରେ ପ୍ରଦାନ କରାଯାଇଛି ।

ତନ୍ମଧ୍ୟରୁ ଢେ଼ଙ୍କାନାଳ ଜିଲ୍ଲାରେ ଏହି ଯୋଜନା ଅନ୍ତର୍ଗତ ହାରାହାରି ୨୦,୦୦୦ ନୂତନ ସଂଯୋଗ ପ୍ରଦାନ କରାଯାଇଥିବାବେଳେ୨ ହଜାର ହିତାଧିକାରୀଙ୍କୁ ମିଶାଇ ୭ ହଜାରରୁ ଅଧିକ ସଂଯୋଗ କଙ୍କଡାହାଡ ବ୍ଲକରେ ପ୍ରଦାନ କରାଯାଇଛି । ଏତଦବ୍ୟତୀତ, ଗଡପଳାଶୁଣି ଗ୍ରାନପଂଚାୟତର ୧୭୦୦ ପରିବାର ମଧ୍ୟରୁ ୪୭୨ଙ୍କ ନିକଟରେ ଏଲପିଜି ସଂଯୋଗ ପହଂଚିଥିବାବେଳେ ୧୨୫୦ ପରିବାରକୁ ଆଜି ନୂତନ ସଂଯୋଗ ପ୍ରଦାନ କରାଯିବ । ଆହୁରି ମଧ୍ୟ ସେ କହିଥିଲେ ଯେ, ୨୦୧୪ ମସିହାରେ ଓଡିଶାରେ ପ୍ରତି ୧୦୦ ପରିବାରରୁ ୨୩ ପରିବାରଙ୍କ ପାଖରେ ଏଲପିଜି ସଂଯୋଗ ଥିବାବେଳେ ବିଗତ ଅଢେଇ ବର୍ଷରେ ଏହା ୧୭ ପ୍ରତିଶତ ବୃଦ୍ଧି ପାଇ ୪୦ ରେ ପହଂଚିଛି । ଶ୍ରୀ ପ୍ରଧାନ କହିଥିଲେ ଯେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ କୋଟି କୋଟି ମହିଳାମାନଙ୍କ ହିତରେ ଏପରି ଏକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ପ୍ରଣୟନ କରାଯିବା ଭାରତ ଇତିହାସରେ ଏହା ପ୍ରଥମ । ଏହି ଯୋଜନା ଦ୍ୱାରା ଏଲ୍ପିଜି ବ୍ୟବହାର ବୃଦ୍ଧି ହେବା ସହିତ କାଠ, କୋଇଲା, ଗୋବର ଘସି ଆଦି ଜାଳେଣିରୁ ନିର୍ଗତ ଧୂଆଁ ବିଭିନ୍ନ ଶ୍ୱାସକ୍ରିୟା ଜନିତ ରୋଗ ମଧ୍ୟ କମିଯିବ । ରୋଷେଇଶାଳ ଏବଂ ଅନ୍ୟସ୍ଥାନରେ ଏହି ଜାଳେଣି ବ୍ୟବହାର ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣ ହ୍ରାସ ହେବା ସହିତ ଏହି ଯୋଜନା ଦ୍ୱାରା ଜଙ୍ଗଲ କ୍ଷୟ ଏବଂ ଜାଳେଣି ପାଇଁ ହେଉଥିବା ଗଛକଟା ମଧ୍ୟ ରୋକାଯାଇ ପାରିବ । ବିପିଏଲ ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରାଯିବା ଦ୍ୱାରା ରନ୍ଧନ ଗ୍ୟାସ୍ର ସାମୁହିକ ବ୍ୟବହାର ବୃଦ୍ଧି କରାଯାଇପାରିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମହିଳାମାନଙ୍କୁ ସଶକ୍ତିକରଣ କରାଇବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷା କରିବ । ଏତଦ୍ବ୍ୟତୀତ ମହିଳାମାନଙ୍କର ରୋଷେଇ ପାଇଁ ଅପଚୟ ହେଉଥିବା ସମୟ ହ୍ରାସ କରିବା ସହିତ ସେମାନଙ୍କର କଠିନ ପରିଶ୍ରମ ମଧ୍ୟ କମିଯିବ । ଗ୍ରାମାଂଚଳରେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ ରୋଜଗାର ବୃଦ୍ଧି ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଗରିବ ଲୋକମାନେ ମୋଦି ସରକାରଙ୍କ ଶାସନକାଳ ମଧ୍ୟରେ ନିଜର ଯଥାସିଦ୍ଧ ଅଧିକାର ପାଇଛନ୍ତି ବୋଲି କହିବା ସହ ପିଏମ୍ୟୁୱାଇ ଅନ୍ତର୍ଗତ କଙ୍କଡାହାଡ ବ୍ଲକର ଗଡପଳାଶୁଣିଠାରେ ୨୦୦୦ ହିତାଧିକାରୀ ମାନଙ୍କୁ ନୂତନ ଏଲ୍ପିଜି ସଂଯୋଗ ପ୍ରଦାନ କରିଥିଲେ ।

ଏଲ୍ପିଜି ଗ୍ୟାସ ର ବ୍ୟବହାର ସମୟରେ ଆବଶ୍ୟକ ଥିବା ସତର୍କତା ବିଷୟରେ ଜାଣିବା ନିହାତି ଜରୁରୀ, ତେଣୁ ଏହାର ବ୍ୟବହାରକାରୀ ମାନଙ୍କୁ ଏହି ବିଷୟରେ ଅବଗତ କରାଇବା ନିତାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ତୈଳ କମ୍ପାନୀମାନଙ୍କର ବିଶେଷଜ୍ଞ ଦଳ ହିତାଧିକାରୀମାନଙ୍କୁ ସଚେତନ କରାଇବା ନିମନ୍ତେ ସୁରକ୍ଷିତ ଏଲ୍ପିଜି ବ୍ୟବହାର ସମ୍ପର୍କିରେ ଲାଇଭ୍ ଡେମୋ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଜାଳେଣୀର ବିଶୁଦ୍ଧୀକରଣର ଆବଶ୍ୟକତା ସମ୍ପର୍କିତ ଏକ ଭିଡିଓ ଫିଲ୍ମ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରିତିଶ୍ ଭରତ, ଜେନେରାଲ୍ ମ୍ୟାନେଜର୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଏମ୍ଡି), ଶ୍ରୀ ଜି ସ୍ୱାମୀନାଥନ, ମୁଖ୍ୟ ଏଲ୍ପିଜି ପ୍ରବନ୍ଧକ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଶ୍ରୀ ପ୍ରକାଶ ସାହୁ, ବରିÂ କ୍ଷେତ୍ର ପ୍ରବନ୍ଧକ, ଭୁବନେଶ୍ୱର କାର୍ଯ୍ୟାଳୟ, ଶ୍ରୀ ଧର୍ମେନ୍ଦ୍ର ବେହୁରା, ବରିÂ ଆଂଚଳିକ ପ୍ରବନ୍ଧକ (ଏଲ୍ପିଜି), ଏଚ୍ପିସିଏଲ୍, ଶ୍ରୀ ନିଶାନ୍ତ କୁମାର, ବରିÂ ଟେରିଟୋରୀ ପ୍ରବନ୍ଧକ, ବିପିସିଏଲ୍, ଶ୍ରୀ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ସାଂସଦ (ରାଜ୍ୟ ସଭା), ଶ୍ରୀ କାଳନ୍ଦି ସାମଲ୍, ରାଜ୍ୟ ସାଧାରଣ ସମ୍ପାଦକ, ଶ୍ରୀ ବିଭୁତି ପ୍ରଧାନ, ଢେଙ୍କାନାଳ ଜିଲ୍ଲା ଅଧ୍ୟକ୍ଷ, ଶ୍ରୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଧାୟକ, କାମାକ୍ଷାନଗର ଶ୍ରୀ ରାସବିହାରୀ ବେହେରା, ଶ୍ରୀ ସୁଶାନ୍ତ ଦଳବେହେରା, ଶ୍ରୀ ନିରାକାର ପ୍ରଧାନ, ଶ୍ରୀ ପ୍ରଦୀପ ସାମଲ, ଶ୍ରୀ ବଳଭଦ୍ର ସାହୁ, ଶ୍ରୀମତୀ ଲିଜା ବିଶ୍ୱାଳ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଶ୍ରୀ ଧର୍ମେନ୍ଦ୍ର ବେହୁରା, ବରିÂ ଆଂଚଳିକ ପ୍ରବନ୍ଧକ (ଏଲ୍ପିଜି), ଏଚ୍ପିସିଏଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME