ଓଡିଶାରେ କ୍ୟାସଲେସ କାରବାରରେ ଅଧିକ ଲୋକଙ୍କୁ ଯୋଡିବାକୁ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

sbidpjiଭାରତ ସରକାରଙ୍କର ଦ୍ୱାରା ବିମୁଦ୍ରିକରଣ ବ୍ୟବସ୍ଥା ଲାଗୁ ହେବା ପରେ ଓଡିଶାର ସାଧାରଣ ଗ୍ରାହକ କିଣା ବିକା କରିବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏଥି ପାଇଁ ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କର ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ସଂସ୍ଥା, ଷ୍ଟେଟ ବ୍ୟାଙ୍କର ବରିÂ ଅଧିକାରୀ ଓ କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସେ ଏହି ସମୀକ୍ଷା କରିଛନ୍ତି ।

ଓଡିଶାରେ ନେଣଦେଣକୁ କିପରି କ୍ୟାସଲେସ କରାଯାଇ ପାରିବ ଓ ନୋଟ ଉପରେ ନିର୍ଭରତା କମିବ ଏଥି ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିବା ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି । ଏହି ବୈଠକରେ ଭାରତ ସରକାରଙ୍କର ଅନୁÂାନ ନାଲକୋ, ଏମସିଏଲ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଡାକ ତାର
ବିଭାଗ, ଏଫସିଆଇ, ବିଏସଏନଏଲ, ପୂର୍ବ ତଟ ରେଳପଥ, ଏନଟିପିସି , ଶ୍ରମ ବିଭାଗର ଅଧିକାରୀ, ଭାରତୀୟ ତୈଳ ନିଗମ ସମେତ ବିଭିନ୍ନ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଜ୍ୟରେ କ୍ୟାସଲେସ କ୍ରୟ ବିକ୍ରୟରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭାରତ ସରକାରଙ୍କର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ କମନ ସର୍ଭିସ ସେଂଟରର ୬୯୧୬ଟି ସକ୍ରିୟ କେନ୍ଦ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ କାର୍ଯ୍ୟ କରୁଛି । ଭାରତ ସରକାରଙ୍କର ବିଭିନ୍ନ ବିଭାଗ , ରାଷ୍ଟ୍ରାୟତ ଓ
ବେସରକାରୀ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସହଯୋଗରେ ଡେବିଟ କ୍ୟାର୍ଡ, କ୍ୟାସ କାର୍ଡ ଓ ଅନ୍ୟାନ୍ୟ ନୋଟ ବିହୀନ ନେଣଦେଣ ପ୍ରକ୍ରିୟାକୁ ଆହୁରି ଗତିଶୀଳ କରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବେ ବୋଲି ଏହି ବୈଠକରେ ଯୋଗ ଦେଇ ପ୍ରତିଶ୍ରୁତି
ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!