ବିଜୁବାବୁଙ୍କ ଉପରେ ଦ୍ୱିଭାଷୀ ପୁସ୍ତକ “ଶତାଦ୍ଧୀର ଦୂରଦ୍ରଷ୍ଟା’ ନୂଆଦିଲ୍ଲୀରେ ଉନ୍ମୋଚିତ

bijupattnaikଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ “ଶତାଦ୍ଧୀର ଦୂରଦ୍ରଷ୍ଟା’ ନିକଟରେ ଉନ୍ମୋଚିତ ହୋଇଯାଇଛି । ବରିÂ ସାମ୍ବାଦିକ ନୀଳାମ୍ବର ରଥଙ୍କ ଦ୍ୱାରା ସମ୍ପାଦିତ ତଥା “ଓଡ଼ିଶାଲାଇଭ୍’ ମିଡିଆ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ନୂଆଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିଅମ୍ରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ ।

୨୫୫ ପୃÂା ବିଶିଷ୍ଟ ଏହି ସଂକଳନରେ ଓଡ଼ିଆ ଏବଂ ଇଂରାଜୀ, ଦୁଇଟି ବିଭାଗରେ ବିଜୁବାବୁଙ୍କ ଜୀବନ, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା, ଜାତୀୟ ଓ ଅନ୍ତର୍ଜାତୀୟ ରାଜନୀତିରେ ବିଜୁ ପଟ୍ଟନାୟକଙ୍କ ଭୂମିକା, ବିଶେଷକରି ଆଧୁନିକ ଓଡ଼ିଶାରେ ବିକାଶର ନୂଆ ଧାରା ଆଣିବାରେ ତାଙ୍କର ସ୍ୱପ୍ନ ଓ ଦୂରଦୃଷ୍ଟି ଆଦି ବିଷୟ ରହିଛି । ମୁଖ୍ୟତଃ ବିଜୁବାବୁଙ୍କ ଉପରେ ସୂଚନାଧର୍ମୀ ପ୍ରବନ୍ଧ ଏବଂ ତାଙ୍କ ଜୀବନ ଓ କାର୍ଯ୍ୟଧାରାକୁ ପାଖରୁ ଲକ୍ଷ୍ୟ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁଭୂତି – ଏହି ଦୁଇଟି ଭାଗରେ ଲେଖାଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏହି ସଂକଳନରେ ରାଜ୍ୟର ବରିÂ ରାଜନେତା, ଲେଖକ, ସାମ୍ବାଦିକ, ଗବେଷକ, ଅଧ୍ୟାପକ ଏବଂ ବିଜୁ-ସହଯୋଗୀଙ୍କ ଲେଖା ପ୍ରକାଶ ପାଇଛି ।

“ଶତାଦ୍ଧୀର ଦୂରଦ୍ରଷ୍ଟା’ ପୁସ୍ତକର ଆଉ ଏକ ଆକର୍ଷଣ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନକୁ ନେଇ ରହିଥିବା ବିରଳ ଓ ସ୍ମରଣୀୟ ଫଟୋଗ୍ରାଫ୍ । ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଫଟୋ ମୁଦ୍ରିତ ହୋଇ ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଛବିରେ ଉପସ୍ଥାପିତ କରିବାରେ ଏହା ଏକ ବିଶେଷ ଉଦ୍ୟମ ।

ଓଡ଼ିଶାକୁ ନେଇ ତାଙ୍କ ସ୍ୱପ୍ନ ପ୍ରସଙ୍ଗରେ ୧୯୯୨ ମସିହାରେ ବିଜୁବାବୁ ଦେଇଥିବା ସ୍ମରଣୀୟ ଭାଷଣ ଏହି ପୁସ୍ତକର ଆରମ୍ଭରେ ପ୍ରକାଶିତ ହୋଇଛି । ଏହି ପୁସ୍ତକଟି ବିଜୁବାବୁଙ୍କ ଅଦମ୍ୟ ସାହସ ଓ ଉତୁଙ୍ଗ ବ୍ୟକ୍ତିତ୍ୱ ସଂପର୍କରେ ଆଗାମୀ ପିଢ଼ିକୁ ସୂଚନା ଦେବା ସହିତ ପ୍ରେରଣା ଦେବ ବୋଲି ଏହି ପୁସ୍ତକରେ ମୁଦ୍ରିତ ବାର୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

ଓଡ଼ିଶାର କଳାସଂସ୍କୃତି, ଇତିହାସ ଓ ଜୀବନଧାରା ସହିତ ଏ ମାଟିର ବରପୁତ୍ରମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ କରିବା ଓ ସେସବୁକୁ ପ୍ରିଂଟ୍, ଅଡିଓ ଭିଜୁଆଲ୍ ଓ ଡିଜିଟାଲ୍ ମିିଡିଆ ମାଧ୍ୟମରେ ବର୍ତମାନ ଓ ପରବର୍ତୀ ପିଢ଼ି ନିକଟରେ ପହଂଚାଇବା ପାଇଁ ଓଡ଼ିଶା ଲାଇଭ୍ ପକ୍ଷରୁ ଉଦ୍ୟମ କରାଯାଉଛି । ବିଜୁବାବୁଙ୍କ ଉପରେ ରଚିତ ଏହି ପୁସ୍ତକ “ଶତାଦ୍ଧୀର ଦୂରଦ୍ରଷ୍ଟା’ ଏ ବାବଦରେ ଏକ ଉଦ୍ୟମ ବୋଲି ପୁସ୍ତକର ସମ୍ପାଦକ ତଥା ଓଡ଼ିଶାଲାଇଭ୍ ମିଡିଆର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି ।

Share in top social networks!