ଓଡ଼ିଶାର ଯୁବଗୋଷ୍ଠୀଙ୍କୁୁ ପ୍ରଶିକ୍ଷିତ କରାଯାଇ ବିଶ୍ୱ ବଜାର ପାଇଁ ପ୍ରସ୍ତୁତ କରାଯାଉଛି: ମନ୍ତ୍ରୀ ଶ୍ରୀ ଦାସବର୍ମା

rudyରାଜ୍ୟର ଯୁବପିଢିଙ୍କ ଦକ୍ଷତା ବିକାଶ ସହ ରୋଜଗାର ସାମର୍ଥ୍ୟ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛିା ଉନ୍ନତମାନର ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ଗୁଣାତ୍ମକ ପ୍ରଶିକ୍ଷଣ ଯେପରି ଯୁବପିଢିଙ୍କୁ ଉପଲବ୍ଧ ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛିା ଆଗାମୀ ତିନିବର୍ଷରେ ୮ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବା ଲକ୍ଷ୍ୟ ସାଧନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସମସ୍ତ ରାଜ୍ୟର ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀମାନଙ୍କର ଦକ୍ଷତା ବିକାଶର ଗୁଣାତ୍ମକ ଅଭିବୃଦ୍ଧି ସଂକ୍ରାନ୍ତୀୟ “କୁଶଳୀ ଭାରତ’ ଜାତୀୟ ସମ୍ମିଳନୀରେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା ପ୍ରକାଶ କରିଛନ୍ତିା
କେନ୍ଦ୍ର ଦକ୍ଷତା ବିକାଶ ଔଦ୍ୟୋଗୀକରଣ ମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଢିଙ୍କ ଅଧ୍ୟକ୍ଷତାରେ ବିଜ୍ଞାନଭବନଠାରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ୫ ବର୍ଷରେ ୧୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତିା ଏହି ପରିପ୍ରେକ୍ଷୀରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ପ୍ରତିଷ୍ଠା କରାଯାଇ ଓଡ଼ିଶାର ପ୍ରଶିକ୍ଷିତ ଯୁବଗୋଷ୍ଠୀଙ୍କୁୁ ବିଶ୍ୱ ବଜାର ପାଇଁ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛିା ଏଥ# ନିମନ୍ତେ ଆଇଟିଆଇର ଶୈକ୍ଷିକ ଭିତ୍ତିଭୂମିକୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ସମ୍ବଳ ଭାବେ ଗ୍ରହଣ କରାଯାଇଛିା ଏଗୁଡିକର ଭିତ୍ତିଭୂମି, ଛାତ୍ରାବାସ, ସ୍ୱଚ୍ଛତା ଓ କ୍ୟାମ୍ପସ୍ର ଗୁଣାତ୍ମକ ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛିା ବିଶେଷ କରି ଆଇଟିଆଇରେ ବାଳିକାମାନଙ୍କ ନାମଲେଖା ବୃଦ୍ଧି ପାଇଁ ଦୃଷ୍ଟି ଦିଆଯାଇଛିା
ଦକ୍ଷତା ବିକାଶ ଓ ଔଦ୍ୟୋଗୀକରଣ ମନ୍ତ୍ରାଳୟ ଦ୍ୱାରା ପ୍ରଣୀତ ଦକ୍ଷତା ବିକାଶ ସମ୍ବନ୍ଧୀୟ ନୂଆ ନୀତି, ଯୋଜନା, ନିୟମ ଆଦିକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ଦାସ ବର୍ମା ତାଲିମଦାତାଙ୍କ ପ୍ରଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥ#ଲୋ ଚଳିତ ବର୍ଷ ୮ଟି ଉନ୍ନତ ମାନର ଦକ୍ଷତା ତାଲିମ ପ୍ରତିଷ୍ଠାନ(ଏଏସ୍ଟିଆଇ) କରାଯିବ ଓ ଏଗୁଡିକ ୧୨ଟି ଅଗ୍ରାଧ#କାର କ୍ଷେତ୍ରରେ ୨ ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚକୋଟୀର ଚୂଡାନ୍ତ ଦକ୍ଷତା ତାଲିମ ପ୍ରଦାନ କରିବାରେ ସହାୟକ ହେବା ଏଥ# ସହ ପାଞ୍ଚ ବର୍ଷ ମଧ୍ୟରେ ୧୦ ହଜାର ପ୍ରମୁଖ ତାଲିମଦାତାଙ୍କ ସମେତ ୨୦ ହଜାର ତାଲିମଦାତା ଓ ୫ ହଜାର ଯୁବକ ଉଦ୍ୟୋଗ ବିକାଶ ପାଇଁ ପ୍ରଶିକ୍ଷଣ ନେବୋ ଏଥ# ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ସ୍ୱତନ୍ତ୍ର ଦକ୍ଷତା ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଥ#ଲୋ ଓଡ଼ିଶାର ନକ୍ସଲପ୍ରବଣ ୧୫ଟି ଜିଲ୍ଲାର ଯୁବଗୋଷ୍ଠୀଙ୍କ ସାମାଜିକ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଓ ରୋଜଗାର ପ୍ରଦାନର ଆବଶ୍ୟକତା ଦୃଷ୍ଟିରୁ ଦକ୍ଷତା ବିକାଶକୁ ଅଗ୍ରାଧ#କାର ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ମତବ୍ୟକ୍ତ କରିଥ#ଲୋ

Share in top social networks!