୬ ମାସରେ ସାରା ଦେଶରେ ଏକ କୋଟିରୁ ଉର୍ଧ ଗରୀବ ମହିଳାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ନୂଆ ଏଲପିଜି ସଂଯୋଗ – ଧର୍ମେନ୍ଦ୍ର ପ୍ରଧାନ

dpjiji- ହିତାଧିକାରୀଙ୍କ ମଧ୍ୟରେ ୪୪ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ମହିଳା
- ମାସକୁ ୨୨ରୁ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସଂଯୋଗ
- ଆସନ୍ତା ଚାରି ମାସ ଧରି ବ୍ୟାପକ ଏଲପିଜି ସୁରକ୍ଷା ସଚେତନତା ଚାଲିବ ଅଭିଯାନ
- ଓଡିଶାରେ ୬ ଲକ୍ଷ ସଂଯୋଗ ଦିଆ ସରିଛି, ୩୦ ଲକ୍ଷର ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଦେଶର ଏକ କୋଟିରୁ ଉର୍ଧ ଗରୀବ ପରିବାରର ମହିଳା ମାନଙ୍କ ନାମରେ ନୂତନ ଏଲପିଜି ସଂଯୋଗ ଯୋଗାଇ ଦିଆ ଯାଇ ସାରିଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନା ଶୁଭାରମ୍ଭ ହେବାର ୬ ମାସ ମଧ୍ୟରେ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୬୩୮ ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରା ଯାଇ ହିତାଧିକାରୀ ମାନଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସାରା ଦେଶରେ ୧.୮୧ କୋଟି ଆବେଦନ ମିଳିଥିଲା । ସେଥି ମଧ୍ୟରୁ ୧.୫ କୋଟି ଆବେଦନକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏଲପିଜି ସଂଯୋଗ ପାଇଁ ସମ୍ମତି ମିଳିବା ପରେ ଆଜି ପର୍ଯ୍ୟନ୍ତ ୧.୦୧ କୋଟି ମହିଳାଙ୍କୁ ନୂଆ ସଂଯୋଗ ଯୋଗାଇ ଦିଆ ଯାଇ ସାରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାର ସବୁ ଠାରୁ ଅଧିକ ସଂଯୋଗ ଉତର ପ୍ରଦେଶ ୩୪.୫୫ ଲକ୍ଷ, ମଧ୍ୟ ପ୍ରଦେଶ ୧୩.୩୨ ଲକ୍ଷ, ରାଜସ୍ଥାନ, ୧୨.୯୪ ଲକ୍ଷ, ପଶ୍ଚିମ ବଙ୍ଗ ୭.୬୬ ଲକ୍ଷ ହିତାଧିକାରୀଙ୍କୁ ଏହି ସଂଯୋଗ ଯୋଗାଇ ଦିଆ ଯାଇଛିା ଏହି ଯୋଜନାରେ ଗତ ମାସ ମାନଙ୍କରେ ପ୍ରତି ମାସ ୨୨ରୁ ୨୫ ଲକ୍ଷ ନୂଆ ସଂଯୋଗ ଯୋଗାଇ ଦିଆ ଯାଉଛି । ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ୪୪ ପ୍ରତିଶତ ହିତାଧିକାରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ଚଳିତ ନଭେମ୍ବର ମାସରୁ ଆରମ୍ଭ କରି ଆସନ୍ତା ଚାରି ମାସ ପର୍ଯ୍ୟନ୍ତ ତୈଳ ବିପଣନ କମ୍ପାନୀ ମାନଙ୍କ ଦ୍ୱାରା ଦେଶ ସାରା ବ୍ୟାପକ ଭାବେ ଏଲପିଜି ବ୍ୟବହାର ଓ ସୁରକ୍ଷା ସମ୍ବନ୍ଧିତ ବ୍ୟବସ୍ଥା ଉପରେ ଅଭିଯାନ ଚାଲିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଓଡିଶାରେ ମୋଟ ୬ ଲକ୍ଷ ଗରୀବ ପରିବାରଙ୍କ ପାଖରେ ନୂଆ ସଂଯୋଗ ପହଂଚି ସାରିଥିବା ବେଳେ ଆଗାମୀ ତିନି ବର୍ଷରେ ଆଉ ୩୦ ଲକ୍ଷ ନୂଆ ସଂଯୋଗ ପହଂଚାଇବା ପାଇଁ ବୋଲି ତୈଳ ବିପଣନ କମ୍ପାନୀ ମାନେ ଲକ୍ଷ୍ୟ ରଖିଛନ୍ତି ।

Share in top social networks!