ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କଲେ ଦେଶର ପ୍ରଥମ ଏଲଏନଜି ଚାଳିତ ବସ

lngbus- କେରଳର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିରୁଅନନ୍ତପୁରମରେ ଗଡିଲା ପ୍ରଥମ ଏଲଏନଜି ବସ
- ଟ୍ରେନ ଓ ସଡକ ପଥରେ ମାଲ ପରିବହନ ପାଇଁ ଏଲଏନଜି ବ୍ୟବହାରକୁ ବୃଦ୍ଧି କରାଯିବ
-ଖୁବଶୀଘ୍ର ଆସିବ ପରିବହନ ଗାଡିରେ ଏଲଏନଜି ଟାଙ୍କି ପାଇଁ ସୁରକ୍ଷା ନୀତି
ଦେଶରେ ପ୍ରଥମ ଥର ପାଇଁ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲଏନଜି) ଇନ୍ଧନରେ ଚାଳିତ ବସକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ
କରିଛନ୍ତି । କେରଳର ରାଜଧାନୀ ତିରୁଅନନ୍ତପୁରମରେ ଶ୍ରୀ ପ୍ରଧାନ ଏହି ବସର ଶୁଭାରମ୍ଭ କରିଛନ୍ତିା ଏହି ଉଦଘାଟନ ଅବସରରେ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଉପସ୍ଥିତି ଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୋଜନାରେ ଦେଶର ପରିବହନ ବ୍ୟବସ୍ଥାରେ ଏଲଏନଜି ଇନ୍ଧନକୁ ବ୍ୟବହାର କରିବା ଓ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମ କରିବା ଯୋଜନାର ଅଙ୍ଗ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି । ପରିବେଶର ସୁରକ୍ଷା ସହ ଏଲଏନଜିର ବ୍ୟବହାର ଦେଶର ଅର୍ଥ ସଂଚୟ କରି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶରେ ଏଲଏନଜି ଆଧାରିତ ପରିବହନ ବ୍ୟବସ୍ଥା ଲାଗୁ କରିବା ପାଇଁ ପେଟ୍ରୋନେଟ ଏଲଏନଜି ଲିମିଟେଡ (ପିଏଲଏଲ), ଭାରତୀୟ ତୈଳ ନିଗମ ଓ ଟାଟା ମୋଟର୍ସର ଯୋ÷ଥ ଉଦ୍ୟମରେ ଏଲଏନଜି ଇନ୍ଧନରେ ପରିବହନ ବ୍ୟବସ୍ଥା କରା ଯାଇଛି । ଏହି ଏଲଏନଜି ଇନ୍ଧନରେ ଉଦଘାଟନ କାର୍ଯ୍ୟକ୍ରମ ସହିତ ତିରୁଅନନ୍ତପୁରମରେ ପରିବହନ ବ୍ୟବସ୍ଥା ସହ ସଂପୃକ୍ତ ଚାରୋଟି ବିଭାଗ ମନ୍ତ୍ରୀ ମାନଙ୍କର ଚତୁର୍ଥ ବୈଠକ ଏଇଠାରେ ଅନୁÂିତ ହେଉଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଲଏନଜି ଡିଜେଲ ଠାରୁ ଶସ୍ତା ହୋଇଥିବା କାରଣରୁ ରେଳ ଏବଂ ଦୂରସ୍ଥାନକୁ ମାଲ ପରିବହନରେ ଏହାକୁ ବ୍ୟବହାର କରାଯାଇ ପାରିବ । କେରଳ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସର ହଜାର ବସରେ ଗ୍ୟାସ ଇନ୍ଧନ ବ୍ୟବହାର ଲାଗୂ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ସଡକ ପରିବହନ ଓ ରାଜପଥ ବିଭାଗ ପରିବହନରେ ଏଲଏନଜିର ବ୍ୟବହାର ପାଇଁ ନୀତି ଘୋଷଣା କରି ସାରିଛନ୍ତି । ଏଥି ପାଇଁ ଚୂଡାନ୍ତ ଘୋଷଣା ଖୁବ ଶୀଘ୍ର କରାଯିବ । ପେଟ୍ରୋଲିୟମ ଓ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ (ପେସୋ) ଟ୍ରକ ଓ ବସରେ ଗ୍ୟାସ ଇନ୍ଧନ ବ୍ୟବହାର ପାଇଁ ସୁରକ୍ଷା ନୀତି ଖୁବ ଶୀଘ୍ର ଘୋଷଣା କରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Share in top social networks!