ବିଜୁ ପଟ୍ଟନାୟକଙ୍କର ଜନ୍ମ ଶତବାର୍ଷିକ ଉପଲକ୍ଷେ ଆେୟୋଜିତ ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ସଦସ୍ୟା ମାନଙ୍କୁୁ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ।

cyclee ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜନ୍ମ ଶତବାର୍ଷିକ ଉପଲକ୍ଷେ ଆେୟୋଜିତ ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ସଦସ୍ୟା ମାନଙ୍କୁୁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଅପରାହ୍ନ ୪ ଘଟିକାରେ ସ୍ଥାନୀୟ ରେଡକ୍ରସ୍ ଭବନ ଠାରେ ଏକ ସଭା ଅୟୋଜନ କରାଯାଇଥିଲା ।

ଏହି ଉସôବରେ ଊଚ୍ଚଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଗ୍ରାମାଞ୍ଚଳ ବିକାଶ ବିଭାଗ ଓଡିଶା ସରକାର ଏବଂ ଅଧ୍ୟକ୍ଷ, ଯୁବ ରେଡକ୍ରସ୍, ରାଜ୍ୟ କାର୍ଯ୍ୟକାରିଣୀ ଓଡିଶା ମାନ୍ୟବର ମନ୍ତ୍ରୀ ଶୀ୍ରଯୁକ୍ତ ପ୍ରଦିପ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଶୀ୍ରଯୁକ୍ତ ବିଜୟ କୁମାର ମହାନ୍ତି ଭୂବନେଶ୍ୱର (ମଧ୍ୟ), ମାନ୍ୟବର ବିଧାୟକ ଶୀ୍ରଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଭୂବନେଶ୍ୱର (ଉତ୍ତର ), ମେୟର ଭୂବନେଶ୍ୱର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, କମୋଡର୍ ଶ୍ରୀଯୁକ୍ତ ଲଲିତ ମୋହାନ ଅଗ୍ରଓା୍ୱଲ ଓ, ଶ୍ରୀ ମନୋଜ କୁମାର ମହାନ୍ତି,ଓ.ଏ.ଏସ୍(ଏସ,), ଏ,ଡି.ଏମ୍. ଭୂବନେଶ୍ୱର ପ୍ରମୁଖ ଯୋଗଦେଇ ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ସଦସ୍ୟା ମାନଙ୍କୁୁ ଉସôାହିତ କରିବା ସହିତ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଧାରା ଏବଂ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତିନିକ ସଚିବ ଡ. ଚକ୍ରଧର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ସଦସ୍ୟା ମାନଙ୍କୁ ବିଜୁ ବାବୁଙ୍କ ଜୀବନୀ ଉପରେ ଅନୁପା୍ରଣିତ ହେବାପାଇଁ କହିଥିଲେ ।

ଯୁବ ରେଡକ୍ରସ ଅଧିକାରୀ ଡଃ. ମେଜର କଳ୍ପନା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ କାର୍ଯ୍ୟକ୍ରମରେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏତଦ୍ ବ୍ୟତୀତ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟା ମାନଙ୍କୁୁ ଏକ ସ୍ମରଣକା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ଯୁବ ଓ ଜୁନିୟର ରେଡକ୍ରସ୍ ସ୍ୱେଚ୍ଛାସେବୀ, ପରାମର୍ଶଦାତା, ଆଜୀବନ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ।

Share in top social networks!