ମ୍ୟାକ୍ସ ପକ୍ଷରୁ ଭୁବନେଶ୍ୱରେ ସମ୍ପ୍ରସାରଣ ଯୋଜନା; ପଟିଆରେ ମ୍ୟାକ୍ସ୍ ନୂଆ ଷ୍ଟୋର୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଉଦ୍ଘାଟିତ

maxfashion ଭାରତର ଅଗ୍ରଣୀ ଫେସନ୍ ବ୍ରାଣ୍ଡ୍ ମ୍ୟାକ୍ସ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହାର ଦ୍ୱିତୀୟ ଷ୍ଟୋର୍ ପଟିଆରେ ଉଦ୍ଘାଟିତ କରାହୋଇଛି । ଏହି ନୂଆ ଷ୍ଟୋରଟି ପଟିଆର ପ୍ରଥମ ଷ୍ଟୋର୍ । ଷ୍ଟୋର୍ଟି ୧୨୦୦୦ ବର୍ଗଫୁଟ ପରିମିତ ଅଂଚଳରେ ନିର୍ମିତ ହୋଇଥିବାବେଳେ ଏଠାରେ ମ୍ୟାକ୍ସ୍ର ଶୀତ କଲେକସନ୍ ଫେସନ ସାମଗ୍ରୀ ମହଜୁଦ୍ ରହିଛି । ଏହି ନୂଆ ଷ୍ଟୋର୍କୁ ଖ୍ୟାତିସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମ୍ୟାକ୍ସ୍ଶୀତ କଲେକସନ୍ ପରିଧାନ କରି ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ଅର୍ଚ୍ଚିତା ସାହୁ କହିଲେ, “ ଶୀତଋତୁରେ ସଭିଏଁ ଶ୍ରେÂ ପୋଷାକ ପରିଧାନ କରିବାକୁ ପସନ୍ଦ କରିଥାନ୍ତି । ଏହି ଋତୁରେ ଆୟୋଜିତ ବିଭିନ୍ନ ପାର୍ଟି ତଥା ଦୈନିକ ପରିଧାନ ଉପଯୋଗୀ ଲାଟେଷ୍ଟ ଟ୍ରେଣ୍ଡ୍ ପୋଷାକ ଏହି କମ୍ପାନି ଷ୍ଟୋର୍ରେ ମହଜୁଦ୍ ରହିଛି ।”

ଏହି ଅବସରରେ କମ୍ପାନୀର ବରିÂ ଅପରେସନ୍ ଭିପି ଶ୍ରୀ ସନ୍ଦିପ ନାରେନ୍ କହିଲେ, “ପଟିଆରେ ଅର୍ଚ୍ଚିତାଙ୍କ ଦ୍ୱାରା ଆମ୍ଭର ନୂଆ ଷ୍ଟୋର୍ ଉଦଘାଟିତ ହୋଇଥିବାରୁ ଆମ୍ଭେ ବେଶ୍ ଆନନ୍ଦିତ । ଆମ୍ଭର ଗ୍ରାହକ ଆମ୍ଭକୁ ସେମାନଙ୍କ ସମଗ୍ର ପରିବାର ଉପଯୋଗୀ ଫେସନ ସାମଗ୍ରୀ ସମ୍ପର୍କରେ ସକରାତ୍ମକ ମନୋଭାବ ଉପଲବ୍ଧ କରାଇଛନ୍ତି । ଭୁବନେଶ୍ୱର ଆମ୍ଭ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବରେ ଉଭା ହୋଇଛି । ସମ୍ପ୍ରତି ସହରରେ ଫେସନ୍ ପୋଷାକର ଚାହିଦା ବୃଦ୍ଧି ପାଉଥିବାବେଳେ ଏହା ଆମ୍ଭ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହେବ । ଏହି ନୂତନ ଷ୍ଟୋର ଗ୍ରାହକଙ୍କୁ ଏକ ଅନନ୍ୟ ଅନ୍ତର୍ଜାତୀୟ ସପିଂ ଅଭିଜ୍ଞତା ଉପଲବ୍ଧ କରାଇବ । ଏଠାରେ ପୁରୁଷ, ମହିଳା ଏବଂ ପିଲାଙ୍କ ଉପଯୋଗୀ ଲାଟେଷ୍ଟ ଫେସନ୍ ପୋଷାକ ମହଜୁଦ୍ ରହିଛି । ସମ୍ପ୍ରତି ଭାରତରେ ମାକ୍ସ୍ର ୧୫୦ରୁ ଅଧିକ ଷ୍ଟୋର ଥିବାବେଳେ ଏହାର ବିଶ୍ୱସ୍ତ ଗ୍ରାହକ ସଂଖ୍ୟା ୫ ନିୟୁତରୁ ଅଧିକ ରହିଛି ।

ମ୍ୟାକ୍ସ୍ ଶୀାତ କଲେକସନ୍ରେ ବିଭିନ୍ନ ପ୍ରକାରର କୋମଳ ଚିଜ୍ ପୋଷାକ, ରେୟନର ଗ୍ରିେଣ୍ଡେଲସ୍ ଏବଂ କ୍ରୋଚେଟ୍ ପୋଷାକ ପ୍ରଭୃତି ମହଜୁଦ୍ ରହିଛି । ଏଥିରେ ଭିକ୍ଟୋରିଆନ୍ ବର୍ଗର ଫେସନ୍ ପୋଷାକ, ଜାପାନିଜ୍ ଫେସନ୍ ପୋଷାକ, ଜାମଭର୍ର ଟେପଷ୍ଟେ୍ର ପାଟର୍ଣ୍ଣ, ନାଗା ସାଲ୍, ଖ୍ରୀଷ୍ଟମାସ ଉପଯୋଗୀ ୱିମହିକାଲ୍ ପୋଷାକ, ଉଡଲ୍ୟାଣ୍ଡ୍ ଟ୍ରାଏଲ୍ର ମନୋଷ୍ଟର ଏବଂ ବିଭିନ୍ନ ପଶୁ ଚିତ୍ରିତ ଫୋଷାକ ଗଚ୍ଛିତ ରହିଛି ।

ଏହାଛଡା ପ୍ରାକୃତିକ ରଙ୍ଗଯୁକ୍ତ ପୋଷାକ, ସନସେଟ୍ ଅରେଞ୍ଜ୍, ପିପରମେଂଟ୍ ରଙ୍ଗ, ଧଳା ତଥା ଲାଲ୍ ଛିଟଯୁକ୍ତ ପୋଷାକ ତଥା ପୋମୋଗ୍ରେନେଟ୍ ଲାଲ୍ ସହିତ ଟ୍ୱିଲାଇଟ୍ ବ୍ଲୁ ରଙ୍ଗର ପୋଷାକ ମହଜୁଦ୍ ରହିଛି । ଶୀତ କଲେକସନ୍ରେ ରଫଲ୍, ପଫ୍ ସ୍ଲିଭ୍, ହାଇ ନେକ୍ ପ୍ରଭୃତି ବିଭିନ୍ନ ବର୍ଗର ବିଶ୍ୱସ୍ତରୀୟ ଫେସନ୍ ପୋଷାକକୁ ଅନ୍ତର୍ଭୁକ୍ତ କରାଯାଇଛି ।

କଲେକସନ୍ର ଇଥିନିକ୍ ୱେର ମଧ୍ୟରେ ଜାମଭର୍ର ଟେପଷ୍ଟେ୍ର ପାଟର୍ଣ୍ଣ, ନାଗା ସାଲ୍, ବୟସ୍କଙ୍କ ପାଇଁ ଆଜରଖ୍, ବ୍ଲକ୍ ପ୍ରିଟେଂଡ୍ ଡେନିମ୍ ତଥା କ୍ଲମ୍ପ୍ କ୍ରାଫ୍ଟ ପୋଷାକ ଗଚ୍ଛିତ ରହିଛି । ସେହିପରି ରଙ୍ଗ ମଧ୍ୟରେ ପ୍ରାକୃତିକ ରଙ୍ଗ ସହିତ ଲକ୍ସିରିୟସ୍ ଏବଂ ଫ୍ଲଉଡି ପୋଷାକ ମହଜୁଦ୍ ରହିଛି ଯାହାକି ଭାରତୀୟ ସଂସ୍କୃତି ଉପଯୋଗୀ ସାବ୍ୟସ୍ତ ହେବ । ଲଙ୍ଗ କୁର୍ତା, ଆସମେଟ୍ରିକ୍ ଟୁ୍ୟନିକ୍, ଡ୍ରେସେସ୍, ମ୍ୟାକ୍ସି ଡ୍ରେସେସ୍, କାଲିଦାର, ସ୍କ୍ରିଟ୍ ପ୍ରଭୃତି ଗୋଟିଏ ଛାତତଳେ ଉପଲବ୍ଧ ହେଉଛି ।

ଋତୁ ଉପଯୋଗୀ ପୁରୁଷଙ୍କ ଫେସନ୍ ପୋଷାକ ଏଠାରେ ଗଚ୍ଛିତ ରହିଛି ଯାହାକି ପୁରୁଷଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ପୁରୁଷଙ୍କ ପୋଷାକ ମଧ୍ୟରେ ଜାପାନିଜ ସିଲ୍ହୁଏଟ୍ ଏବଂ ଗ୍ରାଫିକ୍ସ୍ ଯୁକ୍ତ ପୋଷାକ, ଜଙ୍ଗଲ ଲଜ୍ ଏବଂ କକଟେଲ୍ ପାର୍ଟି ପୋଷାକ, ଟାଏ ଡାଏ ଟି ସାର୍ଟ, ଏସିଡ୍ ୱାସ୍ ଗ୍ରାପିକ୍ସ୍ ଟି ସାର୍ଟ, କୋଟେଡ୍ ଡେନିମ୍ ଏବଂ ଓଭର ଡାଏଡ୍ ଜଗର ପ୍ରଭୃତି ମହଜୁଦ୍ ରହିଛି । ବିଭିନ୍ନ ରଙ୍ଗ ମଧ୍ୟରେ ବ୍ଲୁ, ୱାଇନ୍ ରେଡ୍, ପାଇନ୍ ରେଡ୍, ଓକର ମିଳିତ ଗ୍ରେ, ବ୍ଲାକ୍ ଏବଂ ନେଭି ପ୍ରଭୃତି ରଙ୍ଗର ପୋଷାକ ଗଚ୍ଛିତ ରହିଛି । ଏହି କଲେକସନ୍ ଶୀତ ଋତୁର ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ ।

Share in top social networks!
Powered By Indic IME