ବିଧାୟକ ପ୍ରଶାନ୍ତ ଜଗଦେ୍ଧବଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପିର ଦାବୀ

14992020_1774305459453130_6781136309376355563_nରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା “ଆଇନ ତା ନିଜ ବାଟରେ ଯାଉଛି” ବୋଲି କହି ଆସୁଥିବାବେଳେ ବାସ୍ତବରେ ଏହା ଘଟୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ “ମିଥ୍ୟା ତଥ୍ୟର ସୈାଦାଗର”ର ଆଖ୍ୟା ଦିଆଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ତଥାକଥିତ ବାହୁବଳି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ଜଣେ ବିଶୃଙ୍ଖଳ ଏବଂ ଅପରାଧ ପ୍ରବୀଣ ନେତା ଭାବେ ସମସ୍ତ ରାଜ୍ୟବାସୀ ଭଲ ଭାବରେ ଜାଣି ସାରିଛନ୍ତି । ନବକଳେବର ସମୟରେ ପୁରୀ ଶ୍ରୀ ମନ୍ଦିରରେ ପୋଲିସ ଏବଂ ସେବାୟତଙ୍କୁ ମାଡ ମାରିବା, ବୈାଦ୍ଧ ମନୋମୁଣ୍ଡାରେ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ, ବେଗୁନିଆ ସ୍କୁଲ ବିଜ୍ଞାନ ମେଳାରେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଭୂବନେଶ୍ୱର ସରକାରୀ ବାସଭବନ ନିକଟରେ ବ୍ୟବସାୟୀଙ୍କୁ ଆକ୍ରମଣ, ବରିÂ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ସର୍ବସମ୍ମୁଖରେ ଗାଳିଦେବା, ସମ୍ ହସପିଟାଲ ଟ୍ରାଜେଡିରେ ଜିଲ୍ଲାପାଳ ଏବଂ ଏସିପିଙ୍କୁ ଦୁର୍ବ୍ୟବହାର ପରେ ବର୍ତମାନ ଜଣେ ମହିଳା ତହସିଲଦାରଙ୍କୁ ଆକ୍ରମଣ ଆଦି ବିଭିନ୍ନ ଘଟଣାର ଲମ୍ବା ତାଲିକା ବିଧାୟକ ଶ୍ରୀ ଜଗଦେ୍ଧବଙ୍କ ନାମରେ ଅଛି । ମହିଳା ତହସିଲଦାରଙ୍କ ଘଟଣା କ୍ଷେତ୍ରରେ ପୋଲିସ ତଦନ୍ତ ଚାଲିଥିବାବେଳେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କୁ କ୍ଲିନ ଚିଟ୍ ଦେବା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ରାଜସ୍ୱ ମନ୍ତ୍ରୀ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ବିଧାୟକ ପ୍ରଶାନ୍ତ ଜଗଦେ୍ଧବଙ୍କୁ ଖସାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ହୀନ ଉଦ୍ୟମକୁ ଶ୍ରୀ ପଣ୍ଡା ଦୃଢ ବିରୋଧ କରିଛନ୍ତି । ଏଭଳି ଜଣେ ଅପରାଧ ପ୍ରବଣ ବିଧାୟକ ତଥା ଜନ ପ୍ରତିନିଧିଙ୍କ ଆଚରଣ ଆଦୈା ଗ୍ରହଣୀୟ ନୁହେଁ, ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Share in top social networks!