ଅକ୍ସଫାମ ଇଣ୍ଡିଆ ପକ୍ଷରୁ ରାମମନ୍ଦିର ଠାରୁ କିଟ୍ ସ୍କୋୟାର ପର୍ଯ୍ୟନ୍ତ ସାଇକେଲ ମାରାଥନ

oxfam3ଅକ୍ସଫାମ ଇଣ୍ଡିଆ ପକ୍ଷରୁ ରାମମନ୍ଦିର ଠାରୁ କିଟ୍ ସ୍କୋୟାର ପର୍ଯ୍ୟନ୍ତ ଏକ ସାଇକେଲ ମାରାଥନ ରବିବାର ଦିନ ଅନୁÂିତ ହୋଇଛି । ଏହି ମାରାଥନକୁ ଅକ୍ସଫାମ୍ ସହ ଭୁବନେଶ୍ୱର ପୌରଉନ୍ନୟନ ସଂସ୍ଥା ଓ ଏହାକୁ ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ପ୍ରାକ୍ଟିକାଲ ଆକ୍ସନ୍ ଓ କ୍ଲାଇମେଂଟ ପାର୍ଲାମେଂଟ, ଯୁବ ସମାଜ ଉନ୍ନତି ଓ ଉନ୍ନୟନ କର୍ପୋରେସନ୍ର ଆଂଚଳିକ ସେଂଟର ପକ୍ଷରୁ ସହେଯାଗ କରିଥିଲେ । ଏହି ସାଇକେଲ ମାରାଥନ ‘ଜୀବନ ପାଇଁ ସବୁଜ’ର ବାର୍ତ୍ତା ବହନ କରିଥିଲା ଯାହାକୁ ଅକ୍ସଫେମ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଜନ ସଚେତନତାର କାମ୍ପେନ୍ କରାଯାଇଥିଲା ।
ଏହି ସାଇକେଲ ମାରାଥନରେ ଭୁବନେଶ୍ୱରରୁ ପ୍ରୟ ୨୦୦ ସାଇକେଲ ଚଳାଳୀ ଅଂଶଗ୍ରହଣ କରି ଓ ଏହି ଜନସଚେତନତା ବାର୍ତ୍ତାକୁ ସଫଳ କରିବା ପାଇଁ ସମର୍ଥନ କରିଥିଲେ ।
ଏହି ଅବସରରେ ଅକ୍ସଫେମ୍ ଇଣ୍ଡିଆର ଆଂଚଳିକ ମ୍ୟାନେଜର ଅକ୍ଷୟ କୁମାର ବିଶ୍ୱାଳ କହିଥିଲେ ଭୁବନେଶ୍ୱର ଦେଶର ପ୍ରଥମ ସ୍ମାର୍ଟ ସିଟି ଭାବେ ଆଗକୁ ବଢିବାରେ ଲାଗିଛି । କିନ୍ତୁ ଏଥିପାଇଁ ବିଭିନ୍ନ ପ୍ରାକୃତିକ ଶକ୍ତି ବାୟୁ ଓ ଜଳର ଅକ୍ଷୟ ଶକ୍ତିର ଉପଯୋଗିତକୁ ବ୍ୟବହାର ଆରମ୍ଭ କରିବାର ଉଚିତ । ଏହି କାମ୍ପେନ୍ ଦ୍ୱାରା ମଧ୍ୟବିତ୍ତ ସମାଜକୁ ସଚେତନ କରିବା ପାଇଁ ଚେଷ୍ଟା କରାଯାଇଛି । କିପରି ଅକ୍ଷୟ ଶକ୍ତିର ବ୍ୟବହାର କରିବା ଦ୍ୱାରା ପରିବେଶକୁ ସୁରକ୍ଷା ଦେବା ସହ ଜଙ୍ଗଲ କ୍ଷୟକୁ ରୋକା ଯାଇପାରିବ । ଆଗକୁ ଏହି ସଚେତନତା ଦେଶର ବିଭିନ୍ନ କୋଣ ଅନୁକେଣରେ ପହଁଚାଇବା ଏହି ସଂସ୍ଥାର ପ୍ରଥମ ଲକ୍ଷ୍ୟ ରହିବ ।
ଅକ୍ସଫାମ୍ ଇଣ୍ଡିଆ
ଭାରତର ବହୁପୁରାତନ ସଂସ୍ଥାମାନଙ୍କ ମଧ୍ୟରୁ ଅକ୍ସ ଫାମ୍ ଅନ୍ୟତମ । ଏହା ନିଜର ୬୨ ତମ ବର୍ଷ ପୂର୍ତ୍ତି କରିବାର ସୌଭାଗ୍ୟ ଲାଭ କରିଛି । ଏହି ଭାରତୀୟ ସଂସ୍ଥା ଏକ ସ୍ୱୟଂ ସମ୍ପୂର୍ଣ୍ଣ ସଂସ୍ଥା ଯାହା ବିଶ୍ୱର ୧୭ଟି ଅକ୍ସଫାମ୍ ସଂସ୍ଥାର ସହ ମିଲିତ ରୂପେ କାର୍ଯ୍ୟ କରୁଛି । ଏହି ସଂସ୍ଥା ଲୋକମାନଙ୍କ ସହ ଜଡିତ ହୋଇ ସେମାନଙ୍କ ସମସ୍ତଙ୍କ ହକ ଦେବା ନିମନ୍ତେ ବେସରକାରୀ ସଂସ୍ଥା ମାନଙ୍କ ସହ ମିଳିତ ରୂପେ କାର୍ଯ୍ୟ କରିଥାଏ । ଏହି ସଂସ୍ଥା ଦ୍ୱାରା ବିଭିନ୍ନ ଜନହିତକର ପଲିସି ଗୁଡିକ ତିଆରି କରିବା ସହ ଏହାକୁ ବିଶ୍ୱ, ଦେଶ ତଥା ରାଜ୍ୟ ସ୍ତରୀୟ ଭାବେ ଗରୀବ ତଥା ଅନୁନ୍ନତ ଜନସାଧାରଣଙ୍କ ହିତ ପାଇଁ ସାହାର୍ଯ୍ୟ କରିଥାନ୍ତି । ଯେପରି ରହିବା ନିମନ୍ତେ ଲୋକଙ୍କୁ ବାସଗୃହ ମିଳିବା ସହିତ ଶିକ୍ଷା, ଖାଦ୍ୟ, ଲିଙ୍ଗ ଗତ ପାର୍ଥକ୍ୟ ଏବଂ ବିଭିନ୍ନ ପ୍ରକାରରର ସରକାରୀ ସୁବିଧା ତଥା ବିଭିନ୍ନ ପ୍ରକାରର ଆଇନ୍ କାନୁନ୍ ର ସହାୟତା ଯୋଗାଇଥାଏ । ଏହି ସଂସ୍ଥାର ଚାରୋଟି ସ୍ତମ୍ଭ ରହିଛି । ଆବଶ୍ୟକୟୀ ସେବା, ମାନବିକତା ସେବା ଓ ଡି ଆର ଆର, ଅର୍ଥନୌତିକ ନ୍ୟାୟ ଓ ଲିଙ୍ଗଗତ ନ୍ୟାୟ । ଏହା ସହ ଏହି ସଂସ୍ଥା ଦେଶରେ ଗରୀବ ରାଜ୍ୟର ମାନ୍ୟତା ପାଇଥିବା ୭ ରାଜ୍ୟରେ ଖାଦ୍ୟ ଯୋଗାଇବାର କାର୍ଯ୍ୟ କରୁଛି । ଏହି ରାଜ୍ୟଗୁଡିକ ହେଲା ଓଡ଼ିଶା, ଝାଡଖଣ୍ଡ, ବିହାର, ଛତିଶଗଡ୍, ଉତ୍ତରପ୍ରଦେଶ, ଉତ୍ତରରାଖଣ୍ଡ, ଆସାମ ।
ଏହି ସଂସ୍ଥା ସମସ୍ତଙ୍କ ପାଇଁ ଏକ ସମାନ ସମାଜ ତଥା ଉନ୍ନତ ସମାଜ ଗଠନ କରିବାର ଲକ୍ଷ୍ୟ ରଖିଛି । ଏହି ସଂସ୍ଥା ସମସ୍ତଙ୍କୁ ସମ୍ମନର ସହ ବଞ୍ଚିବା କଥାକୁ ଅଗ୍ରାଧିକାର ଦେଉଛି । ଗରୀବ ଲୋକଙ୍କ ପାଇଁ ନୂତନ ଆଶାର ସଞ୍ଚାର କରିବା ଲାଗି ଅକ୍ସଫାମ୍ ଅହରହ ପ୍ରଚେଷ୍ଟା କରୁଛି ।

Share in top social networks!