ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ କଂଗ୍ରେସ ସହ ବିଜେଡିର ମେଂଟ ପ୍ରସଙ୍ଗ ଉଠାଇଛନ୍ତି ଭର୍ତୃହରି – ଧର୍ମେନ୍ଦ୍ର ପ୍ରଧାନ

do-bbsr- ପରିବର୍ତିତ ରାଜନୈତିକ ପରିସ୍ଥିତିରେ ମୋଦିଙ୍କ ଜନପ୍ରିୟତାକୁ ଡରୁଛି ବିଜେଡି
- ଅସାଧୁ- ସ୍ୱାର୍ଥପର ମେଂଟକୁ ସ୍ୱାଗତ କରୁଛି ବିଜେପି
- ମୁଖ୍ୟମନ୍ତ୍ରୀ ଭଙ୍ଗା ଆଇନା ଦେଖାଇଛନ୍ତି, ଲୋକ ମାନେ ତାଙ୍କୁ ସତ ଆଇନା ଦେଖାଇବେ
- ଗ୍ୟାସ ପରି ଚାଉଳର ରିହାତି ରାଶି ବ୍ୟାଙ୍କ ଖାତାରେ ଦେବାକୁ ରାଜ୍ୟ ସରକାରଙ୍କ ପଛଘୁଂଚା କାହିଁକି
- ଓଡିଆ ଲୋକଙ୍କର ହକ୍ର ଲଢେଇ ଲଢୁଛି ବିଜେପି
ଭୁବନେଶ୍ୱର, ୫ ନଭେମ୍ବର – ପରିବର୍ତିତ ରାଜନୈତିକ ପରିସ୍ଥିତିରେ ବିଜୁ ଜନତା ଦଳର କଂଗ୍ରେସ ସହ ମେଂଟ
ସମ୍ଭାବନା ନେଇ ସାଂସଦ ଭର୍ତୃହରି ମହତାବଙ୍କର ଟିପ୍ପଣୀ ମୁଖ୍ୟମନ୍ତ୍ରୀଙ୍କ ବିନା ଇଙ୍ଗିତରେ ସମ୍ଭବ ନୁହେଁ ବୋଲି
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତା ମାନଙ୍କୁ
ଉଦବୋଧନ ଦେବା ଅବସରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭର୍ତୃହରି ଜଣେ ସାଧାରଣ ସାଂସଦ ନୁହନ୍ତି । ବିଜେଡି ସଂସଦୀୟ ଦଳର ନେତା । ସେ
ଏପରି ଜଣେ ରାଜନୀତିଜ୍ଞ ଯିଏ ଚହଲୁଥିବା ପାଣିରେ ଗୋଡ ପୁରାନ୍ତି ନାହିଁ । ତାଙ୍କ ପାଟିରେ ମୁଖ୍ୟମନ୍ତ୍ରୀ ଏହା
କୁହାଇଛନ୍ତି । ଓଡିଶାର ଲୋକ ଜାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଏପରି ମନ୍ତବ୍ୟ ବିଜେଡିର କେହି ନେତା
ଦେଇ ପାରିବେ ନାହିଁ ।
ଭର୍ତୃହରିଙ୍କ ବକ୍ତବ୍ୟର ପୂରା ୨୪ ଘଂଟା ପରେ ମୁଖ୍ୟମନ୍ତ୍ରୀ ଏହି ସମ୍ଭାବନାକୁ ଖଣ୍ଡନ କଲେ ଓ ତାର ୨୪ ଘଂଟା
ପରେ କଂଗ୍ରେସରେ ପ୍ରାସଙ୍ଗିକତା ହରାଇଥିବା ନେତା ମାନେ ମେଂଟ ଗଠନ ପ୍ରସ୍ତାବକୁ ଖଣ୍ଡନ କରିବା ଅନେକ କିଛି
ସଂକେତ ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଜୁ ଜନତା ଦଳକୁ ଭୟଭୀତ କରୁଛି ।
ଓଡିଶା ରାଜନୀତିରେ ଏହି ଅସାଧୁ, ନୀତିହୀନ, ସ୍ୱାର୍ଥ ସର୍ବସ୍ୱ ମେଂଟକୁ ବିଜେପି ସ୍ୱାଗତ କରୁଛି ବୋଲି ଶ୍ରୀ ପ୍ରଧାନ
କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୯ ମସିହାରେ ବିଜେପି- ବିଜେଡିର ମେଂଟ ଭାଙ୍ଗିବା ପରେ କଂଗ୍ରେସର
ସହଯୋଗ ଓ ସମର୍ଥନରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ତିÂି ରହିଥିଲେ । ତେଣୁ କଂଗ୍ରେସ ସହ ବିଜେଡିର
ବୁଝାମଣା କିଛି ନୁଆ କଥା ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ ସଫଳତାର ପୁସ୍ତକ ଆଇନାକୁ ଫଟା ଆଇନା କହିବା ସହ ଆସନ୍ତା ନିର୍ବାଚନରେ ଲୋକ
ମାନେ ତାଙ୍କୁ ଆଇନା ଦେଖାଇବେ ବୋଲି ସେ କହିଛନ୍ତି ।
ସଂସଦରେ ବିଜେଡି ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଚାଉଳ ଓ ଅନ୍ୟାନ୍ୟ ସରକାରୀ ସୁବିଧାକୁ ଆଧାର
ସହିତ େ ଯାଡି ବ୍ୟାଙ୍କ ଖାତାରେ ସିଧା ଲାଭ ହସ୍ତାନ୍ତରଣ ଯୋଜନାକୁ ବିରୋଧକୁ ଦୃଢ ସମାଲୋଚନା କରିଛନ୍ତି ଶ୍ରୀ
ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ତାଙ୍କ ମନ୍ତ୍ରଣାଳୟରେ ଆଧାର ସଂଯୋଗ ପରେ ୩.୫ କୋଟି ଭୁଲ ହିତାଧିକାରୀଙ୍କୁ
ବାଦ ଦିଆଯାଇ ୨୧ ହଜାର କୋଟି ଟଙ୍କାର ଖର୍ଚକୁ ରୋକା ଯାଇ ପାରିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ୨ କୋଟି
ଲୋକ ଗ୍ୟାସ ସବସିଡି ଛାଡିବା ପରେ ୧୬.୫ କୋଟି ଲୋକଙ୍କୁ ସଫଳତାର ସହିତ ବ୍ୟାଙ୍କ ଖାତାରେ ସବସିଡି
ପ୍ରଦାନ କରାଯାଉଛି । ଏହା ଦ୍ୱାରା ପାରଦର୍ଶୀ ବ୍ୟବସ୍ଥା ଆସିବା ସହିତ ଦୁର୍ନୀତି ଶେଷ ହୋଇଛି । ବିଜେଡି ସରକାର
ଗରୀବକୁ ଚାଉଳ ମିଳୁ କି ନ ମିଳୁ ଏମପି, ଏମଏଲଏ ଓ ନେତା ମାନେ ସେମାନଙ୍କର ଧନୀ ସମର୍ଥକଙ୍କୁ ଲାଭ
ପହଂଚାଉଛି । ତେଣୁ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନକୁ ବିଜେଡି ବିରୋଧ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଜେପି ଚଲାଇଥିବା ଓଡିଆ ଲୋକ ମାନଙ୍କର ହକ୍ର ଲଢେଇକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ସ୍ତରରେ
ମହା ସମାବେଶ ଆୟୋଜନ କରିବ ଓ ଏଥିରେ ପାଂଚ ଲକ୍ଷ ଲୋକ ଯୋଗ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
୰୰୰୰

Share in top social networks!