ଭଙ୍ଗା ଆଇନା ଦେଖାଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

dpjiପାଂଚଟି ପ୍ରଶ୍ନର ଜବାବ ମାଗିଲେ ଧର୍ମେନ୍ଦ୍ର ପ୍ରଧାନ
- ଶିକ୍ଷାରେ ସଫଳତା ଦାବି ହେଲେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ସାହସିକ ପଦକ୍ଷେପ କାହିଁକି ନେଇ ନାହାନ୍ତି ?
- ଦାନ ମାଝୀ, ନଗଡା ଶିଶୁ ମଡକ, ମାଲକାନଗିରି ଜାପାନୀ ଜ୍ୱର ସ୍ୱାସ୍ଥ୍ୟ ସେବାର ବିଫଳତା ନା ନାହିଁ ?
- ୪୦ ପ୍ରତିଶତରୁ ଉର୍ଧ ପରିବାରରେ ବିଜୁଳି ସଂଯୋଗ ହୋଇ ନାହିଁ କାହିଁକି ?
- ମୁଖ୍ୟମନ୍ତ୍ରୀଙ୍କ ଦାବି ଦୁଇ ବର୍ଷରେ ଦଶ ଲକ୍ଷ ପରିବାରକୁ ପକ୍କା ଘର ସତ ନା ବିଧାନସଭାରେ ମନ୍ତ୍ରୀଙ୍କ ଉତର ତିନି
ବର୍ଷରେ ତିନି ଲକ୍ଷ ସତ ?
- ଖାଦ୍ୟ ସୁରକ୍ଷା ଯୋଜନାରେ ୮୫ ଲକ୍ଷ ପରିବାରର ତାଲିକା ପଂଚାୟତ ହିସାବରେ କେବେ ସାର୍ବଜନୀନ ହେବ ?

ରାଜ୍ୟ ସରକାରଙ୍କର ସଫଳତାର ପୁସ୍ତିକା ଆଇନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ଭଙ୍ଗା ଆଇନା ଦେଖାଇ ମୁଖ୍ୟମନ୍ତ୍ରୀ ଓଡିଶାର ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟ ମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟର ସୌଦାଗର ବୋଲି ପୁଣି କହିବା ସହ ତାଙ୍କର ପାଂଚଟି ପ୍ରଶ୍ନର ଉତର ରଖିବା ପାଇଁ ଆହ୍ୱାନ ଜଣାଇଛନ୍ତି । ନିଜର ଅପାରଗତା ଓ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛକୁ ବାରମ୍ବାର ଦୋହରାଇ ମୁଖ୍ୟମନ୍ତ୍ରୀ ସତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫୦ ପୃÂାର ସଫଳତାର ପୁସ୍ତିକାରେ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ବହୁ ଭଲ କାମ କରିଛନ୍ତି ବୋଲି ବର୍ଣନା କରା ଯାଇଥିବା ବେଳେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ସାହସିକ ପଦକ୍ଷେପ କାହିଁକି ନେଇ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଏହାର ଉତର ରଖିବା ପାଇଁ କହିଛନ୍ତି ।

ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଉପରେ ପ୍ରଶ୍ନ ଉଠାଇ କଳାହାଣ୍ଡିର ଦାନ ମାଝୀ, ଯାଜପୁରର ନଗଡାର ଶିଶୁ ମଡକ, ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସରେ ଥମୁ ନ ଥିବା ଶିଶୁ ମୃତ୍ୟୁ ତଥା କଟକର ଶିଶୁ ଭବନରେ ଇଂଜେକ୍ସନ ପାଇଁ ସିରିଂଜର ଅଭାବର ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟରେ ବିଜୁଳିର ଘୋର ସମସ୍ୟା ପ୍ରଶ୍ନ ଉଠାଇ ରାଜ୍ୟର ୪୦ ପ୍ରତିଶତରୁ ଉର୍ଧ ପରିବାରରେ ବିଜୁଳି ସଂଯୋଗ କାହିଁକି ପହଂଚି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିପିଏଲ ପରିବାର ମାଗଣା ବିଜୁଳିର କଥା ରାଜ୍ୟ ସରକାର କହୁଥିବା ବେଳେ ୪୨ ପ୍ରତିଶତ ବିପିଏଲ ପରିବାର ପାଖରେ କାହିଁକି ପହଂଚି ପାରି ନାହିଁ ବୋଲି ପ୍ରଶ୍ନ ଉଠାଇବା ସହ ଏହାର ଉତର ମାଗିଛନ୍ତି ଶ୍ରୀ ପ୍ରଧାନ ।

ପକ୍କା ଘର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବାରମ୍ବାର ମିଥ୍ୟା ତଥ୍ୟ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ରେ ଦଶ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଦାବି ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି ଶ୍ରୀ ପ୍ରଧାନ ପୁଣି କହିଛନ୍ତି । ସେ କହିଛନ୍ତି ଯେ ବିଗତ ତିନି ବର୍ଷରେ ରାଜ୍ୟରେ ମୋଟ ତିନି ଲକ୍ଷ ପକ୍କା ଘର ତିଆରି କରାଯାଇଥିବା ମନ୍ତ୍ରୀ ମାନେ ବିଧାନସଭାରେ ଉତର ରଖିଛନ୍ତି ।ଖାଦ୍ୟ ସୁରକ୍ଷା ଆଇନରେ ଓଡିଶାର ୮୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଆଇନାରେ ଉଲ୍ଲେଖ କରିଛନ୍ତି । । ଏହି ୮୫ ଲକ୍ଷ ପରିବାରର ପଂଚାୟତ ହିସାବରେ ତାଲିକାକୁ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Share in top social networks!