ଆସନ୍ତା ନମେଭମ୍ବର ୬ରୁ ପୁଂଟୁନନାଙ୍କ ପେଟଯାତ୍ରାର ସିଜନ-୨

puntunananଓଡିଶାର ସବୁଠୁ ଲୋକପ୍ରିୟ ଫୁଡ ସୋ ‘ପୁଂଟୁନନାଙ୍କ ପେଟଯାତ୍ରା’ର ଏହି ନଭେମ୍ବର ୬ ତାରିଖଠାରୁ ଦ୍ୱିତୀୟ ଅଧ୍ୟାୟ ବା ସିଜନ ୨ ଆରମ୍ଭ ହେବାକୁ ଯାଉଛି । ନିକଟରେ ୧୫୦ତମ ଏପିସୋଡ୍ରେ ପଦାର୍ପଣ କରିଥିବା ଏହି କାର୍ଯ୍ୟକ୍ରମ ଏବେ ଦେଖିବାକୁ ମିଳିବ ନୂଆ ରୂପରଙ୍ଗରେ ।
ଓଡିଆ ପାରମ୍ପାରିକ ଖାଦ୍ୟ ରନ୍ଧନ ପ୍ରଣାଳୀକୁ ସହର ଗାଁ ଗହଳିରୁ ଖୋଜି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ଆଗରେ ପରିବେଷଣ କରିବା ଉଦେ୍ଧଶ୍ୟରେ ଆରମ୍ଭ ହେଇଥିବା ‘ପୁଂଟୁନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମରେ ଏବେ ଦେଖିବାକୁ ମିଳିବ କିଛି ପରିବର୍ତ୍ତନ । କାର୍ଯକ୍ରମର ଆଙ୍କର ଫୁଟୁନନାଙ୍କର ଖାଦ୍ୟ ଅଭିଯାନ ଏବେ କେବଳ ଓଡିଆ ପାରମ୍ପାରିକ ଖାଦ୍ୟରେ ସୀମିତ ନରହି ବ୍ୟାପିବ ବିଭିନ୍ନ ଭାଷାଭାଷୀ ଦେଶୀ ବିଦେଶୀ ସୁସ୍ୱାଦୁ ଖାଦ୍ୟ ଆଡେ । ଏବଂ ଏହି ଅଭିଯାନରେ ତାଙ୍କର ସହ ସାମିଲ ହେବେ ଆଉ ଜଣେ ନୂଆ ସଦସ୍ୟ । ଭ୍ରମଣ, ହାସ୍ୟରସ, ରୋମାଚଂ ବିଶେଷ କରି ଏକ କାହାଣୀ ଆଧାରରେ ଗତିଶୀଳ ହେଉଥିବା ଏହି କାର୍ଯକ୍ରମରେ ପୁଟଂନନାଙ୍କ ସହ ଦେଖିବାକୁ ମିଳିବେ ତାଙ୍କର ପତ୍ନୀ ଖିରୀଭାଉଜ । ମଂଚ, ଟେଲିଭିଜନ ଓ ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅନ୍ତର୍ଯାମୀ ପଣ୍ଡା ଏଥିରେ ପୁଂଟୁନନାଙ୍କର ଭୂମିକା ତୁଲାଉଥିଲା ବେଳେ ତାଙ୍କର ପତ୍ନୀ ଭୂମିକାରେ ଦେଖାଦେବେ ମଂଚ କଳାକାର ଧରିତ୍ରୀ ଖଣ୍ଡୁଆଳ । ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମ ଠୁ ଭିନ୍ନ ‘ପୁଂଟୁନନାଙ୍କ ପେଟଯାତ୍ରା ସିଜନ୍ ୨’ ସ୍ଥାନୀୟ ନାମକରା ବିଜ୍ଞାପନ ସଂସ୍ଥା ସଂକେତ ଓ ଲାଇଟ୍ ହାଉସ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରଯାଇଛି । ପ୍ରତି ରବିବାର ସଂଧ୍ୟା ୬:୩୦ ଏବଂ ଶନିବାର ସଂଧ୍ୟା ୬ଟା ରେ ଘରୋଇ ମନୋରଂଜନ ଚ୍ୟାନେଲ ସାର୍ଥକ ଟିଭିରେ ଦର୍ଶକମାନେ ଏହି ଅଭିନବ କାର୍ଯ୍ରକ୍ରମ କୁ ଉପଭୋଗ କରିପାରିବେ ।

Share in top social networks!