ଭାଇଚାରାର ଏହି ଯାଜପୁର ସହରରେ କାଳୀ ପୂଜା ଏକ ନିଆରା ଗଣପର୍ବ -ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ

pranabଭାଇଚାରାର ଏହି ସହରରେ କାଳୀ ପୂଜା ଏକ ନିଆରା ଗଣପର୍ବ । ଏହି ପୂଜା କେବଳ ସହରବାସୀଙ୍କୁ ନୁହେଁ ଜିଲାବାସୀଙ୍କୁ ମଧ୍ୟ ବାନ୍ଧି ରଖିଛି ଗୋଟିଏ ସୁତ୍ରରେ । ସଞ୍ଜ ନଇଁଲେ ସହରକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଗଣପର୍ବ କେତେ ଲୋକପ୍ରିୟ ତାକୁ ପ୍ରମାଣିତ କରୁଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ ସହିତ ଶୁଭେଚ୍ଛା ଜଣାଉଛି ଓଡିଶା ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ।

ଚଳିତ ବର୍ଷର କାଳୀ ପୂଜା ଯାଜପୁର ସହରରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି । ସହରର ୪୪ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି କାଳୀ, ଲକ୍ଷ୍ମୀ ନାରାୟଣଙ୍କ ସହିତ ହରପାର୍ବତୀଙ୍କ ମୃଣମୟ ମୁର୍ତ୍ତି । ପୂଜା ପାଇଁ ସାରା ସହର ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସଂଧ୍ୟା ନଇଁଲେ ଦର୍ଶକଙ୍କ ଧାଡି ଲାଗି ଯାଉଛି ଏହି ସହରକୁ । ପିଲା ପରିବାର ଧରି ସମସ୍ତେ ଛୁଟି ଆସୁଛନ୍ତି ଏହି ସହରକୁ ଠାକୁରଙ୍କ ସହିତ ବିଦ୍ୟୁତ ଆଲୁଅର ସମ୍ଭାରକୁ ଦେଖିବା ପାଇଁ । ଏହା ସହିତ ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଥିବା ସଂସ୍କୃତିକ ସଂଧ୍ୟାକୁ ମଧ୍ୟ ମନଭରି ଉପଭୋଗ କରୁଛନ୍ତି ଦର୍ଶକ । ରାଜ୍ୟର ବହୁ ପ୍ରତିÂିତ ସଂଗୀତ ଅନୁÂାନ ନିଜନିଜ କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକକଙ୍କୁ ନିଜ ପାଖରେ ବାନ୍ଧି ରଖିବାକୁ ଭରପୁର ଉଦ୍ୟମ କରୁଛନ୍ତି । ସକାଳେ ସବୁ ପୂଜା ମଣ୍ଡପରେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀ ଶୁଣା ଯାଉଥିଲାବେଳେ ସଂଜ ନଇଁଲେ ବଜୁଳିର ଆଖି ଝଲସା ଆଲୋକ ଭିତରେ ଆରମ୍ଭ ହୋଇ ଯାଉଛି ସଂଗୀତ ଆସର ।

ଏହା ସହିତ ବିଭିନ୍ନ ଦୋକାନରେ ଖାଦ୍ୟର ଆସର । ମନଭରି ପୂଜା ବୁଲିବା ପରେ ଦର୍ଶକ ବେଶ ମଜା ଉଠାଉଛନ୍ତି ଖାଦ୍ୟର । ବିଭିନ୍ନ ପ୍ରକାର ଫାଷ୍ଟ ଫୁଡ ସହିତ ହୋଟେଲର ବିଭିନ୍ନ ଖାଦ୍ୟକୁ ମନଭରି ଖାଇ ଫେରୁଛନ୍ତି ଘରକୁ । ଦୀର୍ଘ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପୂଜା ଜିଲା ପାଇଁ ଏକ ଗଣପର୍ବରେ ପରିଣତ ହୋଇ ଯାଇଛି । ଯାଜପୁର ଟାଉନ ଓ ବ୍ୟାସ ନଗରେ ଏହି ପୂଜା ପାଳିତ ହେଉଥିଲାବେଳେ ଯାଜପୁର ଟାଉନ କାଳୀ ପୂଜା ନିଆରା ଭାବ ରଖେ । ଭାଇଚାରା ସହର ଭାବେ ଖୁବ ଖ୍ୟାତି ରହିଛି ଏହି ପୂରାତନ ରାଜ୍ୟ ରାଜଧାନୀର । ଉଭୟ ସଂପ୍ରଦାୟ ବର୍ଷ ଭରି ଅନାଇ ରହି ଥାଆନ୍ତି ଏହି ପୂଜାକୁ । ଉଭୟ ସଂପ୍ରଦାୟର ଘର ପୁରି ଉଠେ ଏହି ପୂଜା ସମୟରେ । ମନଭରି ପୂଜା ବୁଲିବା ସହିତ ବେଶ କିଛି କିଣା ବିକା ହୁଏ ଏହି ପୂଜାରେ । ପୂଜାର ବିଶେଷ ଆକର୍ଶଣ କହିଲେ ପ୍ରଥମେ ଧରାଯାଏ ସାଜସଜ୍ୱାକୁ । ଆଲୋକର ପର୍ବ ଦୀପାବଳିରୁ ଆରମ୍ଭ ହେଉଥିବା ଏହି ପୂଜା ଆଲୋକର ବର୍ଣ୍ଣାଳୀ ସୃଷ୍ଟି କରେ ଗୋଟା ସହରକୁ । ଏହା ସହିତ ପୂଜା ମଣ୍ଡପ ଗୁଡିକରେ ଆୟୋଜିତ ହୁଏ ସଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତିଦିନ ସଂଧ୍ୟାରେ ଲକ୍ଷାଧିକ ଦର୍ଶକ ଏହି ସହରକୁ ଆସୁଥିବାରୁ ଜିଲା ପ୍ରଶାସନ ସହିତ ପୁଲିସ ପ୍ରଶାସନ ମଧ୍ୟ ତପôର ହୋଇ ଉଠିଛନ୍ତି ପୂଜାକୁ ଶାନ୍ତି ଶୃଙ୍ଖଲାର ସହିତ ପାଳନ କରିବାକୁ । ବହୁ ଉଠା ଦୋକାନୀ ସହରର ବିଭିନ୍ନ ସ୍ଥାନରେ ନିଜର ଆସର ମେଲିଥିଲାବେଳେ ଦର୍ଶକଙ୍କ ଭିଡ ମଧ୍ୟ କମ୍ ନାହିଁ ସେହି ସବୁ ସ୍ଥାନରେ । ଛୋଟ ପିଲାମାନେ ଦୋଳିକୁ ନେଇ ମଧ୍ୟ ବେଶ ଉସôାହିତ । ବିଭିନ୍ନ ପ୍ରକାର ଦୋଳିରେ ପିଲାଙ୍କୁ ଖେଳାଇବାକୁ ବାପା ମା’ ମାନେ ମଧ୍ୟ କୁଣ୍ଠିତ ହେଉ ନାହାନ୍ତି । ଆନନ୍ଦ ଉଲ୍ଲାସ ଭିତରେ ଆଗେଇ ଚାଲିଥିବା ଏହି ପୂଜା ପାଇଁ ଆଗାମି ଦୁଇଦିନ ବେଶ ଜନଗହଳି ପୂର୍ଣ୍ଣ ରହିବାର ଆଶା କରାଯାଉଛି । ସହର ମଧ୍ୟରେ ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ ବେଶ ମଜବୁତ କରାଯାଇ ଭିଡକୁ ନୟନ୍ତ୍ରଣ କରାଯାଉଛି ।

Share in top social networks!