ବିଦ୍ୟାଳୟରେ ସାପ୍ତାହିକ ଲୌହସାର ଫଲିକ ଏସିଡ଼ ପରିପୂରକ ଯୋଗାଣ ଗଣମାଧ୍ୟମ ସହ ମତବିନିମୟ

unicef2ଅଧିକାଂଶ ଭାରତୀୟ ରକ୍ତହୀନତାର ଶିକାର ହେଉଛନ୍ତି । ଞ୍ଚଏଏଚଏସ୍- କ୍ୟାବ ରିପୋର୍ଟ ୨୦୧୪ ଅନୁଯାୟୀ ଭାରତର ସର୍ଭେକ୍ଷଣ ହୋଇଥିବା ୯ଟି ରାଜ୍ୟ ( ଆସାମ, ବିହାର, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ) ସମସ୍ତ ବର୍ଗର ଜନସାଧାରଣ ୭୧% ରୁ ୯୪% ପର୍ଯ୍ୟନ୍ତ ରକ୍ତହୀନତାର ଶିକାର ହେଉଛନ୍ତି । ଓଡ଼ିଶାରେ ୭୦%ରୁ ଅଧିକ ଜନସାଧାରଣ ରକ୍ତହୀନତାର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା କିଶୋର ବର୍ଗଙ୍କ ସଂଖ୍ୟା ୭୪% । ରକ୍ତହୀନତା ପିଲାମାନଙ୍କ ମଧ୍ୟରେ ସ୍ନାୟବିକ ବିକାଶ, ବୟସ୍କଙ୍କ ମଧ୍ୟରେ ଉପôାଦିକା ଓ ପ୍ରତିରୋଧକ ଶକ୍ତିକୁ ପ୍ରତିହତ କରିଥାଏ । ରକ୍ତହୀନତା ଯୋଗୁଁ ଗର୍ଭାବସ୍ଥାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ଓ କମ୍ ଓଜନ ଶିଶୁ ଜନ୍ମ ଗ୍ରହଣ କରିଥାଏ ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି । ଅଭିବୃଦ୍ଧି, ବିକାଶ ଓ ବିଭିନ୍ନ ସ୍ୱାଭାବିକ କାର୍ଯ୍ୟକଳାପ ପାଇଁ ମଣିଷ ଶରୀର ବିଭିନ୍ନ ପ୍ରକାର ଖାଦ୍ୟସାର ଆବଶ୍ୟକ କରିଥାଏ । ସୁସ୍ଥ ମସ୍ତିଷ୍କ ଓ ଶରୀର ପାଇଁ ଲୌହସାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହିମୋଗ୍ଲୋବିନ ପାଇଁ ଲୌହସାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଫୁସଫୁସ୍ ଓ କୋଷିକା ମଧ୍ୟରେ ଗ୍ୟାସ ବିନିମୟରେ ଏହା ସହାୟତା କରିଥାଏ । ଲୌହସାର ଅଭାବ ମଣିଷକୁ ଦୁର୍ବଳ କରିବା ସହ ଉପôାଦିକାରେ ବାଧା ସୃଷ୍ଟି କରିଥାଏ । ଲୌହସାର ଅଭାବରୁ ପ୍ରାକ୍ ପ୍ରସବଜନିତ ମାତୃ ମୃତ୍ୟୁହାର ବୃଦ୍ଧି ପାଇବା ସହ କମ୍ ଓଜନର ସନ୍ତାନ ପ୍ରସବ ହୋଇଥାନ୍ତି । ଏହି ଅଭାବରୁ ସଂକ୍ରାମକ ରୋଗଜନିତ ମୃତ୍ୟୁ ହାର ବୃଦ୍ଧି ପାଇଥାଏ । ଭାରତରେ ୫୦% ରକ୍ତହୀନତା ଲୌହସାର ଅଭାବରୁ ହୋଇଥାଏ । ଏହାର ନିରାକରଣ ପାଇଁ ୨୦୧୩ ମସିହାରେ ଓଡ଼ିଶାର ସମସ୍ତ ବିଦ୍ୟାଳରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଲୌହସାର ଯୋଗାଣ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିଲା । ଏହି ବ୍ୟବସ୍ଥାରେ ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଶିଶୁଙ୍କୁ ସାପ୍ତାହିକ ଲୌହସାର ଫଲିକ ଏସିଡ଼ ବଟିକା ପ୍ରଦାନ କରାଯାଉଥିଲା । ଏଥିସହ ଅଗଷ୍ଟ ଓ ଫେବୃୟାରୀ ମାସରେ ଦ୍ୱିବାର୍ଷିକ କୃମିନାଶକ ବଟିକା ପ୍ରଦାନ କରାଯାଇଥାଏ ।

ବିଦ୍ୟାଳୟରେ ଆଇଏଫ୍ଏ ପରିପୂରକ ପାଇଁ ମୌଳିକ ସୂଚନା:
• ଆଇଏଫ୍ଏ ଏକ ଔଷଧ ନୁହେଁ । ପିଲାମାନଙ୍କର ଦୈନନ୍ଦିନ ଖାଦ୍ୟରେ ଲୌହସାର ଅଭାବ ପୂରଣ ପାଇଁ ଏହା ଉଦ୍ଧିଷ୍ଟ ।
• ଏଥିପାଇଁ ସାମୟିକ ଭାବେ ପେଟ ଯନ୍ତ୍ରଣା ଓ ଅରୁଚି ଆଦି ଦେଖା ଦେଇଥାଏ । ଶରୀର ଗ୍ରହଣ କରିନେଲା ପରେ ଏହା କିଛି ଦିନ ବା ସପ୍ତାହେ ମଧ୍ୟରେ ଦୂର ହୋଇଯାଏ ।
• ଶରୀରରେ ସଂଶ୍ଲେଷିତ ହୋଇନଥିବା ଲୌହ ମଳରେ ନିର୍ଗତ ହୋଇଥାଏ, ଯଦ୍ୱାରା ମଳ ରଙ୍ଗ କଳା ହୋଇଥାଏ । ବଟିକା ଠିକ୍ ଭାବେ କାର୍ଯ୍ୟ କରିଥିବାର ଏହା ସଙ୍କେତ ପ୍ରଦାନ କରିଥାଏ ।
• ଏହା ଏକ ଭ୍ରାନ୍ତ ଧାରଣା ଯେ, ଗର୍ଭାବସ୍ଥାରେ ଲୌହସାର ଫଲିକ ଏସିଡ଼ ବଟିକା ସେବନ ଦ୍ୱାରା ଜରାୟୁରେ ପିଲାର ବୃଦ୍ଧି ଅତ୍ୟଧିକ ହୋଇଥାଏ ଓ ପ୍ରସବ ସମୟରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହା ପିଲାର ରଙ୍ଗରେ କୌଣସି ପ୍ରଭେଦ ଆଣେ ନାହିଁ ।
• ଭିଟାମିନ୍ ‘ସି’ ଜାତୀୟ ଦ୍ରବ୍ୟ ଲୌହସାର ଶରୀର ଗ୍ରହଣ କରିବାରେ ସହାୟକ ହୋଇଥାଏ ।
• ଆଇଏଫଓ ସେବନ ଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଳକ ସ୍ତରରେ ଆବଶ୍ୟକ ବ୍ୟବସ୍ଥା ବଳବତ୍ତର ରହିଛି ।

ଏନଆଇପିଆଇ(ନ୍ୟାସନାଲ୍ ଆଇରନ ପ୍ଲସ ଇନିସିଏଟିଭ୍ସ୍) କାର୍ଯ୍ୟକାରିତା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିଥିଲେ ମଧ୍ୟ ଗୋÂୀ ମଧ୍ୟରେ ଚାହିଦା ବୃଦ୍ଧି ନେଇ ଅନେକ ସମସ୍ୟା ରହିଛି । ରକ୍ତହୀନତାର ବିପଦ, ପାଶ୍ୱର୍ ପ୍ରତିକ୍ରିୟାର ଭୟ ଓ ଲୌହସାର ଫଲିକ ଏସିଡ଼ର ଉପକାରିତା ନେଇ ସଚେତନତାର ଅଭାବରୁ ଜନସାଧାରଣ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଫଳରେ କାର୍ଯ୍ୟକ୍ରମ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଏକ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋÂୀଗତ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସକରାତ୍ମକ ସମ୍ବାଦ ଏହି କାର୍ଯ୍ୟକ୍ରମ ପାଇଁ ସଫଳତା ଆଣିବାରେ ସହାୟକ ହେବ । ଫଳରେ ଲକ୍ଷାଧିକ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ।

Share in top social networks!