ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ରଙ୍କ ଶପଥ ଗ୍ରହଣ

oathସୁନୀଲ କୁମାର ମିଶ୍ର ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଡ. ଏସ୍.ସି. ଜମିର ଶ୍ରୀ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥ#ଲେ ।

ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ସୁରେନ୍ଦ୍ର କୁମାର ରାଜ୍ୟପାଳଙ୍କ ଅନୁମତିକ୍ରମେ ମୁଖ୍ୟ ସୂଚନା ଆୟୁକ୍ତଙ୍କ ନିଯୁକ୍ତି ଅଧ#କାରପତ୍ରପାଠ କରିଥ#ଲେ । ଏହି ଉତ୍ସବରେ ରାଜ୍ୟ ସୂଚନା ଆୟୁକ୍ତ ଏଲ.ଏନ. ପଟ୍ଟନାୟକ, ଶଶିପ୍ରଭା ବିନ୍ଧାଣୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି. ଜେ. ବେଣୁଗୋପାଳ ସମେତ ବହୁ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲେ । ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ମିଶ୍ର ଭାରତୀୟ ରାଜସ୍ୱ ସେବାର ଅଧ#କାରୀ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧ#ଷ୍ଠିତ ହୋଇ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି ।

Share in top social networks!