ପେଟ୍ରୋଟେକ -୨୦୧୬ ର ପ୍ରସ୍ତୁତି ର ସମୀକ୍ଷା କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

petroଆଗାମୀ ୫ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଦ୍ୱାଦଶ ଆନ୍ତର୍ଜାତିକ ତୈଳ ଓ ଗ୍ୟାସ ସମ୍ମିଳନୀ ଓ ପ୍ରଦର୍ଶନୀ ପେଟ୍ରୋଟେକ -୨୦୧୬ ର ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋର ଗ୍ରୁପ ବୈଠକରେ ସମୀକ୍ଷା କରିଛନ୍ତି । କୋର ଗ୍ରୁପ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଟେକ-୨୦୧୬ କେବଳ ତୈଳ ଓ ଗ୍ୟାସ କ୍ଷେତ୍ରର ଆୟୋଜନ ନୁହେଁ ବରଂ ଏହା ଏକ ଶକ୍ତି କନକ୍ଲେଭ ହେବ । ଏଥିରେ ପେଟ୍ରୋକେମିକାଲ,
, ବୈକଳ୍ପିକ ଓ ନବୀକରଣ ଯୋଗ୍ୟ ଶକ୍ତି, ଇଂଜିନିୟରିଂ ଓ ଟେକ୍ନୋଲଜି, ଶକ୍ତି ସଂରକ୍ଷଣ କ୍ଷେତ୍ର ସମ୍ପର୍କରେ ବିଚାର ଆଲୋଚନା ହେବା ସହିତ ଯୁବକ ମାନଙ୍କୁ କିପରି ରୋଜଗାର ପ୍ରଦାନ କରାଯାଇ ପାରିବ ସେ ନେଇ ଗୁରୁତ୍ୱ ପ୍ରଦାନ କରାଯିବ ।

ଏହି ଅବସରରେ ଶ୍ରୀ ପ୍ରଧାନ ପେଟ୍ରୋଟେକ-୨୦୧୬କୁ ସଫଳ କରିବା ପାଇଁ ନୂତନ ବିଚାର ଓ ପରାମର୍ଶ ଦେବାକୁ ଆହ୍ୱାନ କରିଥିଲେ । ସାଧାରଣ ଗରୀବ ଲୋକ ଓ ବିଶେଷ ଭାବରେ ଦାରିଦ୍ର୍ୟ ରେଖାର ସୀମା ରେଖା ତଳେ ଥିବା ଲୋକ ମାନଙ୍କୁ ଶକ୍ତି ଉପଲବ୍ଧ କରାଇବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା
ବିଭିନ୍ନ ଯୋଜନାକୁ ଦେଖାଇବା ପାଇଁ ମିଳିତ ଭାବେ ପ୍ରୟାସ କରିବାକୁ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟ, ଅନ୍ୟ ମନ୍ତ୍ରଣାଳୟ, ରାଷ୍ଟ୍ରାୟତ ଓ ଘରୋଇ ଉଦ୍ୟୋଗ ତଥା ଏକାଡେମିସିଆନ ମାନଙ୍କୁ ଆହ୍ୱାନ କରିଥିଲେ । ଏହି ତିନି ଦିନିଆ ସମ୍ମିଳନୀରେ ଶହେ ଜଣ ପ୍ରମୁଖ ବକ୍ତା ଯୋଗ ଦେଉଥିବା ବେଳେ ୬୮ଟି ଦେଶର ୬ ହଜାର
ପ୍ରତିନିଧି ମଧ୍ୟ ସାମିଲ ହେବେ । ଏମାନଙ୍କ ମଧ୍ୟରେ ଜ୍ଞାନକୌଶବିତ, , ବୈଜ୍ଞାନିକ, ଯୋଜନା ପ୍ରସ୍ତୁତକାରୀ ଓ ନୀତି ନିର୍ଧାରକ ମାନଙ୍କ ବ୍ୟତୀତ ପ୍ରବନ୍ଧନ ବିଶେଷଜ୍ଞ, ଉଦ୍ୟମୀ, ସେବା ପ୍ରଦାନକାରୀ ମାନେ ମଧ୍ୟ ଯୋଗ ଦେବୋ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏହି ସମ୍ମିଳନୀ ହେବାକୁ ଥିବା ବେଳେ ପ୍ରଗତି ମୈଦାନ ଠାରେ ପ୍ରଦର୍ଶନୀର
ଆୟୋଜନ କରାଯିବ ।

Share in top social networks!