ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ: ସରକାରୀ ମେଡିକାଲ କଲେଜର ଶୀଳାନ୍ୟାସ:

img_9936ସମୁଦାୟ ୫୦୦କୋଟି ଟଙ୍କାର ଜନହିତକର ପ୍ରକଳ୍ପର ଶିଳାନ୍ୟାସ/ ଉଦ୍ଘାଟନ: ମହିଳା ସମାବେଶରେ ଯୋଗଦାନ: ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ:
ସରକାର ଗରିବ ଦଳିତ, ଆଦିବାସୀ ମହିଳା ମାନଙ୍କ ପାଇଁ କାମ କରୁଛନ୍ତି- ମୁଖ୍ୟମନ୍ତ୍ରୀ
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବହୁ ପ୍ରତୀକ୍ଷିତ ସରକାରୀ ମେଡ଼ିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରିବା ସହ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋÂୀର ସଶକ୍ତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ସମୁଦାୟ ୫୦୦କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ, ଭିତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସମାପିତ ହୋଇଯାଇଛି । ଓଡିଶାର ବରପୁତ୍ର ବିଜୁ ପଟନାୟକଙ୍କ ଜନ୍ମ ଶତବାର୍ଷିକି ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ସରକାରୀ ମେଡିକାଲ କଲେଜ ପଡିଆରେ ଆୟୋଜିତ ସମାରୋହରେ ଜନସାଧାରଣଙ୍କୁ ଉଦ୍ବୋଧନ ଛଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେଯେ ତାଙ୍କ ସରକାର ଗରିବ, ଦଳିତ, ଆଦିବାସୀ, ମହିଳା ଏବଂ ପଛୁଆବର୍ଗଙ୍କର ବିକାଶ ପାଇଁ ନିÂାର ସହ କାର୍ଯ୍ୟକରୁଛି । କେନ୍ଦୁଝର ଗସ୍ତ ଅବସରରେ ସେ ବହୁତ ଖୁସି ବୋଲି ବ୍ୟକ୍ତ କରିବା ସହିତ ଓଡିଶାର ବିକାଶରେ କେନ୍ଦୁଝର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ମହନୀୟ ଅବଦାନ ରହିଛି ବୋଲି କହିଥିଲେ । ଶିଳ୍ପ ବିକାଶ କ୍ଷେତ୍ରରେ କେନ୍ଦୁଝର ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଓଡିଶାର ବରପୁତ୍ର ବିଜୁ ପଟନାୟକଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦୁଝରଠାରେ ସରକାରୀ ମେଡିକାଲ କଲେଜ ଭିତିପ୍ରସ୍ତର ସ୍ଥାପନ ଫଳରେ ଜିଲ୍ଲାବସୀଙ୍କର ବହୁତ ଦିନର ଦାବୀ ପୂରଣ ହୋଇଛି । ଯାହାକି ଆନନ୍ଦର କଥା ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଯଥା ସମୟରେ ମେଡିକାଲ କଲେଜ ନିର୍ମାଣ ଶେଷ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ବୋଲି କହିଥିଲେ । ଏହାଦ୍ୱାରା ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟସେବା ପହଂଚେଇବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିÂା କରାଯାଉଛି । ମହିଳାମାନେ ରାଜ୍ୟର ବିକାଶଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ମହିଳାମାନଙ୍କ ସହଯୋଗରେ ଅନେକ ପରିବର୍ତନ ସମ୍ଭବ ହୋଇପାରିବ । ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ସହିତ ସୁଧହାର ଉପରେ ଏକ ଶତକଡା କମାଇବା ପାଇଁ ନିଷ୍ପତି ନିଆଯାଇଛି । ମହିଳାମାନଙ୍କୁ ସଶକ୍ତିକରଣ କରିବାର ଅଂଶ ସହିତ ମହିଳାମାନଙ୍କ ନାମରେ ମଧ୍ୟ ଜମିପଟ୍ଟା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ସମସ୍ତେ ମିଳିମିଶି କେନ୍ଦୁଝର ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ଏବଂ ସମୃଦ୍ଧ ଓଡିଶା ଗଠନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମାବେଶରେ ଅର୍ଥ, ସାଧାରଣ ଉଦ୍ୟୋଗ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୃଷିକେଶ ନାୟକ, ଲୋକସଭା ସଦସ୍ୟା ଶକୁନ୍ତଳା ଲାଗୁରୀ. ଆନନ୍ଦପୁର ବିଧାୟକ ମାୟାଧର ଜେନା, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ତେଲକୋଇ ବିଧାୟକ ବେଦବ୍ୟାସ ନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଜିଲ୍ଲାପାଳ ଡଃ. ଏନ୍ ତିରୁମାଲା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଯଥା- ୧୦ହଜାରଟି ମହିଳା ସ୍ୱୟଂ ସହାୟକ ଗୋÂୀଙ୍କୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା, ୧୦୪୫ ଜଣ ଅଗ୍ରଣୀ ମହିଳା କୃଷକଙ୍କୁ ମୋବାଇଲ ଫୋନ୍, ୧୩ହଜାର ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତା, ନିର୍ମାଣ ଶ୍ରମିକ ସହାୟତା ଯୋଜନାରେ ୩୬୦୫ଜଣ ହିତାଧିକାରୀଙ୍କୁ ୧କୋଟି ୩୦ଲକ୍ଷ ୪୩ହଜାର ଟଙ୍କାର ସହାୟତା, ୨ହଜାର ଜଣ ହିତାଧିକାରୀଙ୍କୁ ଜଙ୍ଗଲଜମି ପଟ୍ଟା ଏବଂ ୯୦୦ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ମୁଖ୍ୟମନ୍ତ୍ରୀ ପଟ୍ଟା ପ୍ରଦାନ କରିଥିଲେ । ଅପରାହ୍ନ ୧ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଅବତରଣ କରି ପ୍ରଥମେ ସରକାରୀ ମେଡିକାଲ କଲେଜର ଶିଳାନ୍ୟାସ କରିବା ସହିତ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ, ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଗସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା- ୩୦୧ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, କେନ୍ଦୁଝରର (କେନ୍ଦୁଝର ସହର ଉପକଣ୍ଠ କବିତ୍ରାଠାରେ), ୧୨ କୋଟି ୦୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଝରଠାରେ (କେନ୍ଦୁଝର ସହର ଉପକଣ୍ଠ ସୁଲେଇଖମାରଠାରେ) ଉତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବିଦ୍ୟାବିହାର, ୬ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରୀ ଛକଠାରୁ ବୋଦାପଳଶା ରାସ୍ତାର ୪.୬୦୦ କି.ମି.ଠାରେ ଅରଡେଇ ନାଳ ଉପରେ ଉଚ୍ଚସ୍ତର ସେତୁ ନିର୍ମାଣ,୭ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାନ୍ଦପସି-ଦେଓବନ୍ଧ-ବିନିଦା-ଜଙ୍ଗିରା ରାସ୍ତାର ୦/୦ ଠାରୁ ୯/୨୦୦ କି.ମି. ପର୍ଯ୍ୟନ୍ତ ଉନ୍ନତିକରଣ,୭ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଢେଙ୍କିକୋଟ୍-ବାରାହାଟିପୁରା-ଗୋପିନାଥପୁର ରାସ୍ତାର ୯/୭୦୦ ଠାରୁ ୧୬/୮୩୫ କି.ମି. ପର୍ଯ୍ୟନ୍ତ ଉନ୍ନତିକରଣ,୫ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଢେଙ୍କିକୋଟ୍-ବାରାହାଟିପୁରା-ଗୋପିନାଥପୁର ରାସ୍ତାର ୩/୨୧୫ କି.ମି. ଡଙ୍ଗାଧର ନାଳ ଉପରେ ଉଚ୍ଚତର ପୋଲ ଓ ୫/୭୩୦ କି.ମି. ଛାଂଚୁଣିଆଁ ନାଳ ଉପରେ ନିମ୍ନସ୍ତର ପୋଲ ଓ ତତ୍ ସଂଲଗ୍ନ ରାସ୍ତାର ନିର୍ମାଣ,୧୬ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘଟଗାଁ-ହରିଚନ୍ଦନପୁର ରାସ୍ତାର ୧୨/୦ କି.ମି. ଠାରେ ମୁଷଳ ନଦୀ ଉପରେ ଉଚ୍ଚତର ପୋଲର ନିର୍ମାଣ, ବିଜୁ ସେତୁ ଯୋଜନାରେ ୮ କୋଟି ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାମେବାରୀ ଝୁମ୍ପୁରା ରାସ୍ତାର ବୈତରଣୀ ନଦୀ ଉପରେ ସତିଘାଟ ନିକଟରେ ଉଚ୍ଚସ୍ତର ସେତୁ ନିର୍ମାଣ,ବିଜୁ ସେତୁ ଯୋଜନାରେ କେନ୍ଦୁଝର ସଦର ବ୍ଲକ୍ର ଯାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ୩ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ,୬୦ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା କେନ୍ଦୁଝର ଜିଲ୍ଲାର ରାଙ୍କିଠାରେ ୨ଙ୍ଘ୪୦ ଏମଭିଏ, ୨୨୦ଙ୍ଘ୩୩ କେଭି କ୍ଷମତା ସମ୍ପର୍ଣ୍ଣ ଗ୍ୟାସ ଇନସୁଲେଟେଡ ଇଲେକ୍ଟ୍ରିକାଲ୍ ସବଷ୍ଟେସନ,୯ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇଡ୍କୋ ଦ୍ୱାରା କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜଠାରେ ୩୦୦ ସିଟ୍ ବିଶିÂ ଛାତ୍ରାବାସ(ନଂ.୦୨)ର ଶିଳାନ୍ୟାସ,୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇଡ୍କୋ ଦ୍ୱାରା କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜଠାରେ ଏକାଡେମିକ ବ୍ଲକ୍-ନିର୍ମାଣ । ଏତଦ୍ବ୍ୟତୀତ ୧୩ଟି ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା । ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା- ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟ ପରିସରରେ ଜିଲ୍ଲା ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠି ଅନୁଦାନରେ ୫ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶତବାର୍ଷିକୀ କୋଠାଘର,୭ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନ୍ଦୁଝର ସଦର ବ୍ଲ୍କ୍ର ରାଇସୁଆଁଠାରେ ୩୩/୧୧ କେଭି ଇଲେକ୍ଟି୍ରକାଲ୍ ସବଷ୍ଟେସନ୍,୭ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୀରାକୁଦ କୋଲୋନୀ, ଯୋଡାଠାରେ ନିର୍ମିତ ୩୩/୧୧ କେଭି ଇଲେକ୍ଟି୍ରକାଲ୍ ସବଷ୍ଟେସନ୍, ୭ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଝୁମ୍ପୁରା ବ୍ଲକ୍ର ଉଖୁଣ୍ଡାଠାରେ ନିର୍ମିତ ୩୩/୧୧ କେଭି ଇଲେକ୍ଟି୍ରକାଲ୍ ସବଷ୍ଟେସନ୍,୭ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘଟଗାଁଠାରେ ନିର୍ମିତ ୩୩/୧୧ କେଭି ଇଲେକ୍ଟି୍ରକାଲ୍ ସବଷ୍ଟେସନ୍ ,ଶିକ୍ଷା ଅଧିକାର-ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାହାରପଡା ବ୍ଲକ୍ର ବିଲ୍ଲାଠାରେ ନିର୍ମିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ଶିକ୍ଷା ଅଧିକାର-ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଡବିଲ୍ଠାରେ ନିର୍ମିତ ୫୦ ସିଟ୍ ବିଶିଷ୍ଟ ସହରାଂଚଳ ଅଭାବଗ୍ରସ୍ତ ବାଳକଙ୍କ ନିମନ୍ତେ ଛାତ୍ରାବାସ,୨ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହରିଚନ୍ଦନପୁର ବ୍ଲକ୍ ଅର୍ନ୍ତଗତ ଜାଉଁରିଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପର କେନାଲ୍ ଉନ୍ନତିକରଣ ପ୍ରକଳ୍ପ, ୩ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘଟଗାଁ ବ୍ଲକ୍ ଅର୍ନ୍ତଗତ କାଳିମାଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ୍ ଉନ୍ନତିକରଣ, ତ୍ରୟୋଦଶ ଅର୍ଥ କମିଶନଙ୍କ ୪୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ନିୟନ୍ତ୍ରିତ ବଜାର କମିଟି ଚମ୍ପୁଆର ୩୧ ଲକ୍ଷ ୯୫ ହଜାର ଟଙ୍କା ଅନୁଦାନ ମୋଟ୍ ୭୧ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ ଅଟକଳରେ ବଡବିଲ୍ ଠାରେ ନିର୍ମିତ ହାଟ ପ୍ରାଙ୍ଗଣ (କୃଷକ ବଜାର), ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଝର ସହରର ୩ଟି ମୁଖ୍ୟ ରାସ୍ତାରେ ଏଲ୍.ଇ.ଡି. ଷ୍ଟ୍ରିଟ୍ ଲାଇଟ୍ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା, ୧ କୋଟି ୩୧ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ଅଟକଳରେ ଗୋନାସିକାଠାରେ ନିର୍ମିିତ ଶହେ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ବାଳକ ଶିକ୍ଷା ପ୍ରତିÂାନ, ୫ କୋଟି ୮୨ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍ରେ ନିର୍ମିତ ୧୦୦ ଟି ଅଙ୍ଗନୱାଡି କେନ୍ଦ୍ର । ଡଃ ଏନ୍.ତିରୁମାଲା ନାୟକ ଏବଂ ଏସ୍ପି ରାଜେଶ ପଣ୍ଡିତ୍ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପିତ ହୋଇଥିଲା । ଏହି ଅବସରରେ ଆେୟୋଜିତ ମହିଳା ସମାବେଶରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶାରୀଲତା ପୃଷ୍ଟି, ପି.ଡି.ଡି.ଆର.ଡି.ଏ., ନିଖିଳ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ, ସଂଗ୍ରାମ କେଶରୀ ସ୍ୱାଇଁ ବକ୍ତା ଭାବେ ଡଃ. ଚିତ ମିଶ୍ର, ଅଧ୍ୟାପକ ସୁଧାକର ଦାଶ, ଶ୍ରୀମତୀ ଧରିତ୍ରୀ ରାଉତ ଏବଂ ଶ୍ରୀମତୀ ସେବତୀ ସିଂ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

Share in top social networks!