ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାଥମିକ ସହାୟତା ଶିବିର ଉଦ୍ୟାପିତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ପ୍ରାଥମିକ ସହାୟତା ତାଲିମ ଶିବିର ଆୟୋଜିତ ହୋଇଯାଇଅଛି । ଏହାକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଦା ମିଶ୍ର, ଓ ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍,ଉଦ୍ଘାଟନ କରିଥିଲେ ।
ରେଡ଼କ୍ରସ୍ ଭୁବନେଶ୍ୱରର ସଯୋଜକ ଶ୍ରୀ ସୁଶୀଲ କୁମାର ପଟ୍ଟନାୟକ ରେଡ଼କ୍ରସ୍ର ଆରମ୍ଭ, ଚିହ୍ନ ଓ ସାତଟି ମୌଳିକ ନିତି ବିଷୟରେ ବୁଝାଇଥିଲେ । ରେଡ଼କ୍ରସ୍ ତରଫରୁ ଡଃ ବିକାସ ପ୍ରସାଦ ପ୍ରାଥମିକ ସହାୟତା ବିଷୟରେ ୩ ଦିନ ଧରି ପ୍ରଶିକ୍ଷତ ଦେଇଥିଲେ । ଏଥିରେ ସାପକାମୁଡା, ଚେତାଶୁନ୍ୟ, ହାଡଭଙ୍ଗା, କ୍ଷେତ ହେବା, ରାସ୍ତାରେ ଗାଡି ଧକ୍କା ହୋଇଥିଲେ କିପରି ସହାୟତା ଯୋଗାଇ ଦେଇହେବ କ୍ରିୟାତ୍ମକ ମାଧ୍ୟମରେ ଶିକ୍ଷା ଦେଇଥିଲେ । ଫାୟାର ଫାଇଟିଙ୍ଗ ଉପରେ ଓସ୍ଡମାର ପ୍ରମୁଖ ଅଧିକାରୀ ଶ୍ରୀ ପ୍ରଶାନ୍ତ ନାୟକ ଏବଂ ବ୍ରେଷ୍ଟ କ୍ୟାନସର ଉପରେ ସ୍ପର୍ଶ ହସ୍ପିଟାଲର ଡଃ ଘନଶ୍ୟାମ ବିଶ୍ୱାସ ଚିତ୍ରପଟ ସାହାର୍ଯ୍ୟରେ ବୁଝାଇଥିଲେ । ଡଃ ଶୁଭଶୀ୍ର ଦାସ, ସମାଜସେବୀ ମହିଳା ମାନଙ୍କ ଅଧିକାର, ଆଇନ ସହାୟତା, ଫେସ୍ବୁକ ର ଅପବ୍ୟବହାର ସଂପର୍କରେ ବ୍ୟକ୍ତବ୍ୟ ରଖିଥିଲେ ।
ଏହି ଶିବିରରେ ୬୦ଜଣ ଛାତ୍ରୀ ପ୍ରାଥମିକ ସହାୟତା ଉପରେ ଶିକ୍ଷାଲାଭ କରିଥିଲେ ।
ଏହି ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥିଭାବେ ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍, ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଡଃ ବିକାସ ପ୍ରସାଦ, ରମାଦେବୀ ବିଶ୍ୱବିଦ୍ୟାଳୟର ପି.ଜି କାଉନ୍ସିଲ ଚେୟାରମ୍ୟାନ ଡଃ ବାଣୀ ସେନ ଗୁପ୍ତା, ଛାତ୍ରୀ ମଙ୍ଗଳ ସମିତିର ନିଦେ୍ର୍ଧଶିକା, ଡଃ ସରିତା ସୁପକାର, ଡଃ ଦିଲିପ୍ ମହାନ୍ତି, ଶୀ୍ର ଲିଙ୍ଗରାଜ ପଣ୍ଡା, ଯୋଗ ଦେଇ ଛାତ୍ରୀମାନଙ୍କୁ ସଙ୍କଟାପର୍ଣ୍ଣଥିବା ଲୋକଙ୍କୁ ପ୍ରାଥମିକ ସହାୟତା କିପରି ଯୋଗାଇ ଦିଆଯାଇପାରିବ, ନିସ୍ୱାର୍ଥପରସେବା କରିବେ ସେ ବିଷୟରେ ଉସôାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ରେଡ଼କ୍ରସ୍ ପରାମର୍ଶଦାତା ସଭା ପରିଚାଳନା କରିଥିଲେ । ଡଃ ସତ୍ୟଶ୍ରୀ ଜଗଦେବ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ରେବତି କାନ୍ତ ମହାରଣା, ଶ୍ରୀ ପ୍ରଦିପ୍ତ କୁମାର ଦଳାଇ ସଭା ପରିଚାଳନାରେ ସହଯୋଗ କରିଥିଲେ ।ସମସ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକ, ଅଧ୍ୟାପିକା ଉପସ୍ତିତ ଥିଲେ ।

Share in top social networks!
Powered By Indic IME