କେନ୍ଦ୍ର ମଧ୍ୟମ ,କ୍ଷୁଦ୍ର ଓ ଅଣୁ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଗିରିରାଜ ସିଂ କରିବେ ରାଷ୍ଟ୍ରୀୟ ଦକ୍ଷତା ବିକାଶ ସମ୍ମିଳନୀର ଉଦଘାଟନ

କେନ୍ଦ୍ର କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଗିରିରାଜ ସିଂ ଆସନ୍ତା ନଭେମ୍ବର ୪ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଷ୍ଟ୍ରୀୟ ଦକ୍ଷତା ବିକାଶ ସମ୍ମିଳନୀର ଉଦଘାଟନ କରିବେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆଇଆଇଏମ ଅହମଦାବାଦ, ଇନେ୍ଦøର, ଅନ୍ନା ବିଶ୍ୱବିଦ୍ୟାଳୟ ଚେନ୍ନାଇ ଏବଂ ରାଷ୍ଟ୍ରୀୟ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ ରାୟବରେଲୀ, ରାଷ୍ଟ୍ରୀୟ ଫ୍ୟାସନ ଟେକ୍ନୋଲଜି ସଂସ୍ଥାନ କୋଲକାତ ଓ ଭୁବନେଶ୍ୱରର ବରିÂ ବିଶେଷଜ୍ଞ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଦେଶରେ ଆର୍ଥିକ ପ୍ରଗତି ପାଇଁ ଯୁବ ଶକ୍ତି ହାତରେ କାମ ଗୁରୁତ୍ୱପୂର୍ଣ ହୋଇଥିବା ପରିପ୍ରେକ୍ଷୀରେ ଦେଶର ଯୁବକ ଯୁବତୀ ମାନଙ୍କୁ କି ପ୍ରକାରର ତାଲିମ ଦିଆ ଗଲେ ସେମାନଙ୍କ ମଧ୍ୟରୁ ଉଦ୍ୟମୀ ଓ କାମ କରିବା ପାଇଁ ଦକ୍ଷ ଯୁବ ଶକ୍ତି ବାହାରି ପାରିବେ ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶେଷ ଆଲୋଚନା କରା ଯିବ ବୋଲି ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ତଥା କାର୍ଯ୍ୟକ୍ରମର ମୁଖ୍ୟ ପରାମର୍ଶଦାତା ଡ. ଜତୀନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଏହି ସମ୍ମିଳନୀ ଭୁବନେଶ୍ୱର ଏଚଏଚଆଇ ହୋଟଲରେ ଆୟୋଜିତ ହେବାକୁ ଥିବା ବେଳେ ଭାରତ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ, କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟତା ଯୋଗାଇ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ସେଂଟର ଫର ଦି ଷ୍ଟଡି ଅଫ କଂଟେମ୍ପରାରି ସୋସାଇଟିଜକୁ ଦାୟିତ୍ୱ ଦିଆ ଯାଇଛି ।

Share in top social networks!