ପଂଚାୟତକୁ କେନ୍ଦ୍ରର ସିଧା ଅର୍ଥକୁ ଖର୍ଚ କରିବାର ସ୍ୱାଧୀନତା ଦେଉ ନାହିଁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

– ପଂଚାୟତରେ ଠିକ ଲୋକଙ୍କୁ ଦିଆଯାଇ ନାହିଁ ରାସନ କାର୍ଡ
– କେନ୍ଦ୍ର ୧୭ କୋଟି ଗ୍ୟାସ ଉପଭୋକ୍ତାଙ୍କୁ ବ୍ୟାଙ୍କ ଖାତାରେ ସବସିଡି ଦେଲାବେଳେ ଚାଉଳ ସବସିଡି ମଧ୍ୟ
ବ୍ୟାଙ୍କ ଖାତାରେ ଦିଆ ଯାଉ
– ରାଜ୍ୟରେ ଏକ ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ଚାଲୁଛି

dpbalesoreମୋଦି ସରକାର ଆସିବା ପରେ ଗ୍ରାମାଂଚଳର ଦୃତ ବିକାଶ ପାଇଁ ପଂଚାୟତକୁ ସିଧା ସିଧା ଭରପୁର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ମାତ୍ର ଓଡିଶାରେ ଥିବା ସରକାର ଲୋକଙ୍କ ହାତକୁ ଅର୍ଥ ଖର୍ଚ କରିବାକୁ ନ ଦେଇ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ
ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ରେମୁଣା ବିଧାନସଭା ଅନ୍ତର୍ଗତ ରସାଳପୁର ପଂଚାୟତରେ ଏକ ଜନ ସଭାକୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଲେ ଯେ ମୋଦି ସିଧା ସିଧା ରସାଳପୁରର ବିକାଶ ପାଇଁ ପଂଚାୟତକୁ ଅର୍ଥ ପଠାଉଛନ୍ତି । ମାତ୍ର ଏହି ଅର୍ଥ କେମିତି ଖର୍ଚ ହେବ ଭୁବନେଶ୍ୱର ଓ ବାଲେଶ୍ୱରରୁ କାହିଁକି ନିୟନ୍ତ୍ରଣ ହେବ ବୋଲି ଶ୍ରୀ ପ୍ରଧାନ ଲୋକ ମାନଙ୍କୁ ପ୍ରଶ୍ନ କରଥିଲେ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି କିଲୋ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା, ଗ୍ରାହକ ଟଙ୍କାଏ ଦେଉଥିବା ବେଳେ ରାଜ୍ୟ ସରକାର ଦୁଇ ଟଙ୍କା ଦେଇ ଟଙ୍କିକିଆ ଚାଉଳର ପୂରା ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ତାଲିକା ଏବେ ବି ପ୍ରସ୍ତୁତ ହୋଇ ପାରି ନାହିଁ । ଏମପି, ଏମଏଲଏ , ସରପଂଚ ଓ ଶାସକ ଦଳର ନେତା ମାନେ ଗରୀବ ଲୋକଙ୍କୁ ବାଦ ଦେଇ ଥିଲାବାଲା ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରିଛନ୍ତି । ସଠିକ
ହିତାଧିକାରୀଙ୍କୁ ନୁହେଁ, ଦଳୀୟ ଆଧାରରେ ରାସନ କାର୍ଡ ବଂଟନ କରା ଯାଇଛି ।
\
କେନ୍ଦ୍ରର ମୋଦି ସରକାର ୧୭ କୋଟି ଏଲପିଜି ଗ୍ୟାସ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ସିଧା ସିଧା ସବସିଡି ଅର୍ଥ ପଇଠ କରୁଥିବାରୁ ଠିକ ହିତାଧିକାରୀ ମାନେ ଲାଭ ପାଉଛନ୍ତି ଓ ସରକାରଙ୍କର ଅର୍ଥ ବଂଚୁଛି । ଯଦି କେନ୍ଦ୍ର ସରକାର ୧୭ କୋଟି ଲୋକଙ୍କ ଏକାଉଂଟକୁ ଅର୍ଥ ପଇଠ କରି ପାରିଲେ ରାଜ୍ୟ ସରକାର ୭୦ ଲକ୍ଷ ଲୋକଙ୍କୁ କାହିଁକି ଅର୍ଥ ପ୍ରଦାନ କରି ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି

ଯଦି ହିତାଧିକାରୀ ଏକାଉଂଟରେ କିଲୋ ପିଛା ୩୦ ଟଙ୍କା ହିସାବରେ ପରିବାରରେ ମୁଣ୍ଡ ପିଛା ୧୫୦ ଟଙ୍କା ମାସକୁ ଜମା କରା ଯିବ ତାହେଲେ ଚାଉଳ ସହ ଡାଲି, ଲୁଣ, ପିଆଜ ବି କିଣିବାର ସ୍ୱାଧୀନତା ରହିବ ବୋଲି ଶ୍ରୀ ପ୍ରଧାନ କହିବା ସହ ରାଜ୍ୟର ଜନ ସାଧାରଣ ଚାଉଳ ଅର୍ଥ ବ୍ୟାଙ୍କ ଖାତାରେ ଦେବାକୁ ଦାବି କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି ।
ରାଜ୍ୟରେ ଏକ ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ଚାଲୁଛି । ତେଣୁ ଅର୍ଥ ଥିଲେ ମଧ୍ୟ ବିକାଶ ଲୋକ ମାନଙ୍କ
ପାଖରେ ପହଂଚି ପାରୁ ନାହିଁ । ବିଜେଡି ଦଳ ଓ ଏହାର ନେତା ମାନେ ଗରୀବ ଲୋକ ମାନଙ୍କରୁ ଦୂରେଇ ଯାଇଛନ୍ତି ।
ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ସଠିକ ପ୍ରାର୍ଥୀ ବିଜୟୀ ହେଲେ ହିଁ ଜନ ଆକାଂକ୍ଷାକୁ ପୂରଣ କରା
ଯାଇ ପାରିବ ବୋଲି ସେ କହିଛନ୍ତି ।

Share in top social networks!
Powered By Indic IME